ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମଦର ପକ୍ଷରୁ ମଞ୍ଚସ୍ଥ ହେଲା ନାଟକ ‘ବାବାସାହେବ ଡଃ. ବି.ଆର. ଆମ୍ବେଦକର’

ମଦର ପକ୍ଷରୁ ମଞ୍ଚସ୍ଥ ହେଲା ନାଟକ ‘ବାବାସାହେବ ଡଃ. ବି.ଆର. ଆମ୍ବେଦକର’

ଭୁବନେଶ୍ଵର,(ଲିପିକା ରାଣୀ ରାଉତ);୨୮ ଜୁଲାଇ: ସାମାଜିକ ଅନୁଷ୍ଠାନ ‘ମଦର’ ପ୍ରଯୋଜନାରେ ଭାରତରନ୍ ବାବାସାହେବ ଡଃ. ବି.ଆର. ଆମ୍ବେଦକରଙ୍କ ଜୀବନ, ସଂଘର୍ଷ ଓ ସାମାଜିକ ଅବଦାନକୁ ଆଧାର କରି ପ୍ରସ୍ତୁତ ବହୁ ପ୍ରତୀକ୍ଷିତ ନାଟକ ‘ବାବାସାହେବ ଡଃ. ବି.ଆର. ଆମ୍ବେଦକର’ ମଙ୍ଗଳବାର ସନ୍ଧ୍ୟାରେ ଭୁବନେଶ୍ୱରସ୍ଥିତ ରବୀନ୍ଦ୍ର ମଣ୍ଡପରେ ସଫଳତାର ସହ ମଞ୍ଚସୁ ହୋଇଛି। ନାଟକରେ ବାବାସାହେବଙ୍କ ଜୀବନ ସଂଘର୍ଷ, ସାମାଜିକ ନ୍ୟାୟ ସମାନତା ଓ ସାମ୍ବିଧାନିକ ମୂଲ୍ୟବୋଧକୁ ପ୍ରଭାବଶାଳୀ ନାଟ୍ୟରୂପରେ ଉପସ୍ଥାପନ କରାଯାଇଥିଲା।

ସାମାଜିକ କର୍ମୀ ପ୍ରମୋଦ କୁମାର ଦାସଙ୍କ ରଚିତ ଏହି ନାଟକକୁ ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ଶତ୍ରୁଘ୍ନ ସାମଲ ନିର୍ଦ୍ଦେଶନା ଦେଇଥିବା ବେଳେ ରଞ୍ଜନ କୁମାର ନାୟକ ସହ-ନିର୍ଦ୍ଦେଶନା, ସନ୍ତୋଷ କୁମାର ପରିଡ଼ା ସଙ୍ଗୀତ ନିର୍ଦ୍ଦେଶନା ଏବଂ ପ୍ରଶାନ୍ତ କୁମାର ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ ‘ଟିମ’ ନାଟ୍ୟ ଅନୁଷ୍ଠାନର କଳାକାରମାନଙ୍କ ଜୀବନ୍ଧ ଓ ନିଖୁଣ ଅଭିନୟ ଦର୍ଶକଙ୍କ ପ୍ରଶଂସା ସାଉଁଟିଥିଲା।

ନାଟକର ଶୁଭାରମ୍ଭ ଉଚ୍ଚଶିକ୍ଷା, କ୍ରୀଡା ଓ ଯୁବସେବା ତଥା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମାନ୍ୟବର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରଦୀପ ପ୍ରଜ୍ବଳନ କରି କରିଥିଲେ। ମାନ୍ୟବର ବିଧାୟକ ଦୁର୍ଗା ଚରଣ ତନ୍ତ୍ରୀ, ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ବିଜେତା ତଥା ବିଶିଷ୍ଟ ସଂଳାପ ଓ କାହାଣୀ ଲେଖକ ଡଃ ରଜନୀ ରଞ୍ଜନ, କଳିଙ୍ଗ ନାଟ୍ୟ ସଂଘ ସଭାପତି ଧୀରେନ୍ଦ୍ର ନାଥ ମଲ୍ଲିକ ଏବଂ ମଦରର ଅଧ୍ଯକ୍ଷ ତଥା ଅବସରପ୍ରାପ୍ତ ପ୍ରମୁଖ ଆୟକର କମିସନର ଶରତ କୁମାର ଦାଶ ସମ୍ମାନିତ ଅତିଥ୍‌ ଭାବେ ଯୋଗଦେଇଥିଲେ।

ଏହି ଅବସରରେ ମୁଖ୍ୟ ଅତିଥୁ କହିଥିଲେ ଯେ, ବାବାସାହେବ ଆମ୍ବେଦକରଙ୍କ ଜୀବନଦର୍ଶନ, ସାମାଜିକ ନ୍ୟାୟ ଓ ସମାନତାର ବାର୍ତ୍ତା ଆଜି ମଧ୍ୟ ସମାଜ ପାଇଁ ସମାନ ଭାବେ ପ୍ରାସଙ୍ଗିକ। ଏଭଳି ଉଚ୍ଚମାନର ନାଟ୍ୟ ପ୍ରସ୍ତୁତି ମାଧ୍ୟମରେ ସେହି ଆଦର୍ଶକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ‘ମଦର’ର ପ୍ରୟାସ ପ୍ରଶଂସନୀୟ ବୋଲି ସେ ମତ ପ୍ରକାଶ କରିଥିଲେ। ନାଟକ ଶେଷରେ ଉପସ୍ଥିତ ଦର୍ଶକମାନେ କଳାକାରମାନଙ୍କ ଅଭିନୟ ଏବଂ ନାଟକର ବାର୍ଷାକୁ ଭୂୟସୀ ପ୍ରଶଂସା କରିଥିଲେ।

ନାଟ୍ୟ ସଂସ୍ଥା ‘ ଟିମ ‘ ର କଳାକାର ବିକ୍ରମ, ପ୍ରମୋଦ, ରାମ, ରଞ୍ଜନ, ପ୍ରଶାନ୍ତ,ସାଇ, ଅନନ୍ୟା, ବୈଶାଖୀ, ଅଗ୍ନୀ, ଅଙ୍କିତା, ଶିଳ୍ପା, ଫିଓନା, ଓମ୍, ସଂଗ୍ରାମ, ଅଭିନାସ, ସୁଜିତ, ମନୋସ୍ମିତା, ସମର୍, ମୋନାଲିସା, ଭାଗୀରଥ, ସୁମନୁ, ଭାଗ୍ୟଶ୍ରୀ, ମନମୋହନ, ସୋନିଆ ଇତ୍ୟାଦିଙ୍କ ଅଭିନୟ ବେଶ ଉଚ୍ଚକୋଟୀର ଥିଲା ।ଜଣାଶୁଣା ସାମାଜିକ କର୍ମୀ, ଲେଖ୍କା ତଥା ମଦର ଅନୁଷ୍ଠାନର ସମ୍ପାଦିକା ସସ୍ମିତା ଦାସଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ନାଟକ ପରିବେଷଣ ହୋଇଥିବା ବେଳେ ସାମାଜିକ କର୍ମୀ ଅଭିରାମ ମଲ୍ଲିକ, ମଦରର ନିର୍ଦ୍ଦେଶକ ଶୁଭକାନ୍ତ ମିଶ୍ର, ସଦସ୍ୟ ମଣ୍ଡୁ ମଲ୍ଲିକ, ପ୍ରଶାନ୍ତି ରାଉତରାୟ,ଆଶିଷ ଓ କ୍ଷିରୋଦ ପ୍ରମୁଖ ଉପସ୍ଥିତ ଥିଲେ ।

Related posts

ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଉଳିକୁପାର ଆଦିବାସୀ ଛାତ୍ରୀ ମାନଙ୍କ କୃତିତ୍ୱ

ପରିବେଶ ସୁରକ୍ଷା କର୍ମଶାଳା ଉଦଯାପିତ

Sunil Chandra Nayak

ନବରଙ୍ଗପୁର ଜିଲ୍ଲାସ୍ତରୀୟ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

masiha

Leave a Comment

error: Content is protected !!