ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋଡିଙ୍ଗାମାଳି ଖଣି ପ୍ରଭାବିତ ଗ୍ରାମଗୁଡ଼ିକରେ ଜିଲ୍ଲାପାଳଙ୍କ ଦୁଇଦିନର ଗସ୍ତ : ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା, ଲୋକଙ୍କ ସମସ୍ୟା ଶୁଣିଲେ ଜିଲ୍ଲାପାଳ

କୋଡିଙ୍ଗାମାଳି ଖଣି ପ୍ରଭାବିତ ଗ୍ରାମଗୁଡ଼ିକରେ ଜିଲ୍ଲାପାଳଙ୍କ ଦୁଇଦିନର ଗସ୍ତ : ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା, ଲୋକଙ୍କ ସମସ୍ୟା ଶୁଣିଲେ ଜିଲ୍ଲାପାଳ

ରାୟଗଡ଼, ୩୦/୦୭: କୋଡିଙ୍ଗାମାଳି ଖଣି ପ୍ରଭାବିତ ଅଞ୍ଚଳର ବିକାଶ କାର୍ଯ୍ୟର ସ୍ଥିତି ପରଖିବା ଏବଂ ସ୍ଥାନୀୟ ଲୋକଙ୍କ ସମସ୍ୟା ସମ୍ପର୍କରେ ଅବଗତ ହେବା ଉଦ୍ଦେଶ୍ୟରେ ରାୟଗଡ଼ ଜିଲ୍ଲାପାଳ ଶ୍ରୀ ଅଶୁତୋଷ କୁଲକର୍ଣ୍ଣୀ କାଶୀପୁର ବ୍ଲକର କୋଡିଙ୍ଗାମାଳି ପ୍ରଭାବିତ ଗ୍ରାମଗୁଡ଼ିକରେ କ୍ରମାଗତ ଦୁଇଦିନ ଧରି ଗସ୍ତ କରିଛନ୍ତି।

ପ୍ରଥମ ଦିନ ଅର୍ଥାତ୍ ୨୯ ଜୁଲାଇ ୨୦୨୬ ତାରିଖରେ ଜିଲ୍ଲାପାଳ କଂସାରିଗୁଡ଼ା, କଦାପଦର, ମଣ୍ଡାଗାଁ, ନୂଆସାହି ଓ ଆଣ୍ଡୁଗୁଡ଼ା ଗ୍ରାମ ପରିଦର୍ଶନ କରି ଗ୍ରାମବାସୀଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ। ଗ୍ରାମବାସୀଙ୍କ ବିଭିନ୍ନ ସମସ୍ୟା ଓ ଆବଶ୍ୟକତା ସମ୍ପର୍କରେ ଅବଗତ ହେବା ସହ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ପରାମର୍ଶ ଦେଇଥିଲେ।

ଗସ୍ତର ଦ୍ୱିତୀୟ ଦିନ ଅର୍ଥାତ୍ ୩୦ ଜୁଲାଇ ୨୦୨୬ରେ ଜିଲ୍ଲାପାଳ କୋଡିଙ୍ଗା, ବାଙ୍କମ୍ବା, ମାଙ୍କଡ଼ାଝୋଲା ଓ ପୁହୁଣ୍ଡି ଗ୍ରାମ ପରିଦର୍ଶନ କରିଥିଲେ। ସେଠାରେ ଗ୍ରାମବାସୀଙ୍କ ସହ ମତବିନିମୟ କରି ସେମାନଙ୍କ ଅଭାବ, ଅସୁବିଧା ଓ ବିଭିନ୍ନ ସରକାରୀ ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ସୂଚନା ନେଇଥିଲେ।

ଗସ୍ତ ସମୟରେ ଜିଲ୍ଲାପାଳ ଅଙ୍ଗନୱାଡ଼ି କେନ୍ଦ୍ର, ବିଦ୍ୟାଳୟ ଓ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ସେଠାରେ ପ୍ରଦାନ କରାଯାଉଥିବା ସେବାର ମାନ ଯାଞ୍ଚ କରିଥିଲେ। ଏଥିସହ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା, ପାଇପ୍ ଜଳ ପ୍ରକଳ୍ପ, ପାନୀୟ ଜଳ ସୁବିଧା, ରାସନ ସାମଗ୍ରୀ ବଣ୍ଟନ, ସାମାଜିକ ସୁରକ୍ଷା ଭତ୍ତା ବଣ୍ଟନ ଓ ଅନ୍ୟାନ୍ୟ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରିଥିଲେ।

ଜିଲ୍ଲାପାଳ ସମ୍ପୃକ୍ତ ଅଧିକାରୀମାନଙ୍କୁ ଗ୍ରାମବାସୀଙ୍କ ସମସ୍ୟାର ତ୍ୱରିତ ସମାଧାନ ସହ ସମସ୍ତ ସରକାରୀ ଯୋଜନାର ସୁଫଳ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସରକାରଙ୍କ ଜନକଲ୍ୟାଣମୂଳକ ଯୋଜନାଗୁଡ଼ିକର ସଫଳ କାର୍ଯ୍ୟକାରିତା ଏବଂ ଗ୍ରାମାଞ୍ଚଳର ସାମଗ୍ରିକ ବିକାଶ ପ୍ରତି ଜିଲ୍ଲା ପ୍ରଶାସନ ସର୍ବଦା ପ୍ରତିବଦ୍ଧ ବୋଲି ସେ ପ୍ରକାଶ କରିଥିଲେ।ଜିଲ୍ଲାପାଳଙ୍କ ଉକ୍ତ ଗସ୍ତରେ ରାୟଗଡ ଉପଜିଲ୍ଲାପାଳ ଶ୍ରୀ ରମେଶ କୁମାର ଜେନା, ପ୍ରକଳ୍ପ ପ୍ରଶାସକ ଆଇଟିଡିଏ ଶ୍ରୀ ଚନ୍ଦ୍ରକାନ୍ତ ମାଝୀ, କାଶୀପୁର ବିଡିଓ, ତହସିଲଦାର ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ଅଧିକାରୀ ଉପସ୍ଥିତ ରହିଥିଲେ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍

 

Related posts

ନଙ୍ଗଲବୋର୍ଡ ରେ ଡାଇରିଆ ଆତଙ୍କ, ୧୬ ଆକ୍ରାନ୍ତ, ୬ ଗୁରୁତର 

Sunil Chandra Nayak

ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ କୁମୁଦିନୀ ନାଏକଙ୍କ ପରଲୋକ

masiha

ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରରେ ୧୧ତମ ଆନ୍ତର୍ଜାତୀୟ ଯୋଗ ଦିବସ -୨୦୨୫ ପାଳିତ 

masiha

Leave a Comment

error: Content is protected !!