ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନ୍ୟାସନାଲ୍ ସିଏ କନଫରେନ୍ସର କୃତଜ୍ଞତା ସମାରୋହରେ ‘ଇଣ୍ଡିଆନ୍ ଆଇଡଲ୍–୨୦୨୬’  ବିଜେତା ଜ୍ୟୋତିର୍ମୟୀ ନାୟକ ସମ୍ବର୍ଦ୍ଧିତ

ନ୍ୟାସନାଲ୍ ସିଏ କନଫରେନ୍ସର କୃତଜ୍ଞତା ସମାରୋହରେ ‘ଇଣ୍ଡିଆନ୍ ଆଇଡଲ୍–୨୦୨୬’ 

ବିଜେତା ଜ୍ୟୋତିର୍ମୟୀ ନାୟକ ସମ୍ବର୍ଦ୍ଧିତ

ଭୁବନେଶ୍ୱର, ୨୯ ଜୁଲାଇ: ଆଇସିଏଆଇ (ICAI)ର ଭୁବନେଶ୍ୱର ଶାଖା ପକ୍ଷରୁ ନ୍ୟାସନାଲ୍ ସିଏ କନଫରେନ୍ସ–୨୦୨୬ର ସଫଳ ଆୟୋଜନ ଅବସରରେ ଆୟୋଜିତ କୃତଜ୍ଞତା ସମାରୋହରେ ‘ଇଣ୍ଡିଆନ୍ ଆଇଡଲ୍–୨୦୨୬’ର ବିଜେତା ତଥା ଓଡ଼ିଶାର ଗର୍ବ ଜ୍ୟୋତିର୍ମୟୀ ନାୟକଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।

ଏହି ଅବସରରେ ଭୁବନେଶ୍ୱର ଶାଖାର ପୂର୍ବତନ ଚେୟାରମ୍ୟାନ୍ ତଥା କନଫରେନ୍ସ ହୋଷ୍ଟିଂ ଚେୟାରମ୍ୟାନ୍ ସିଏ ପ୍ରଶାନ୍ତ ପଣ୍ଡା ଜ୍ୟୋତିର୍ମୟୀ ନାୟକଙ୍କୁ ଉତ୍ତରୀୟ, ସ୍ମାରକ ଏବଂ ମାନପତ୍ର ପ୍ରଦାନ କରି ସମ୍ମାନିତ କରିଥିଲେ। କାର୍ଯ୍ୟକ୍ରମରେ ଭୁବନେଶ୍ୱର ଶାଖାର ଚେୟାରପର୍ସନ୍ ସିଏ (ଡ଼ଃ) ଗୌତମ ଲେଙ୍କା, ସମ୍ପାଦକ ସିଏ ସୌମ୍ୟ ସୁନୀଲ ସାହୁ, ପୂର୍ବତନ ଚେୟାରମ୍ୟାନ୍ ତଥା ମ୍ୟାନେଜିଂ କମିଟି ସଦସ୍ୟ ସିଏ ମହେନ୍ଦ୍ର ସାହୁ ଏବଂ ମ୍ୟାନେଜିଂ କମିଟି ସଦସ୍ୟ ସିଏ ଗଗନ ବିହାରୀ ଦାସ, ସିଏ ଶାଶ୍ୱତ ତ୍ରିପାଠୀ ଓ ସିଏ ପ୍ରଣବ କିଶୋର ଦାସ ଉପସ୍ଥିତ ଥିଲେ।

ବକ୍ତାମାନେ ଜ୍ୟୋତିର୍ମୟୀ ନାୟକ ଜାତୀୟ ସ୍ତରରେ ଓଡ଼ିଶାର ଗୌରବ ବୃଦ୍ଧି କରିଥିବାରୁ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କର ଉଜ୍ଜ୍ୱଳ ସଙ୍ଗୀତ ଜୀବନ ପାଇଁ ଶୁଭେଚ୍ଛା ଜଣାଇଥିଲେ। ସମ୍ବର୍ଦ୍ଧନା ଗ୍ରହଣ କରି ଜ୍ୟୋତିର୍ମୟୀ ନାୟକ ଆଇସିଏଆଇ ଭୁବନେଶ୍ୱର ଶାଖା ପ୍ରତି କୃତଜ୍ଞତା ପ୍ରକାଶ କରିବା ସହ ସମସ୍ତଙ୍କ ଭଲପାଇବା ଓ ଆଶୀର୍ବାଦ ପାଇଁ ଧନ୍ୟବାଦ ଜଣାଇଥିଲେ।

କୃତଜ୍ଞତା ସମାରୋହରେ ନ୍ୟାସନାଲ୍ ସିଏ କନଫରେନ୍ସ–୨୦୨୬ର ସ୍ୱେଚ୍ଛାସେବକମାନେ ମଧ୍ୟ ଉପସ୍ଥିତ ରହିଥିଲେ। ସେମାନଙ୍କର ସକ୍ରିୟ ସହଯୋଗ ଓ ନିଷ୍ଠାପୂର୍ଣ୍ଣ ଅବଦାନ ପାଇଁ ଶାଖା ପକ୍ଷରୁ କୃତଜ୍ଞତା ଜଣାଯାଇଥିଲା।

ଲିପିକା ରାଣୀ ରାଉତ ଙ୍କ ରିପୋର୍ଟ୍ 

Related posts

ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ପରିବେଶର କେନ୍ଦ୍ରବିନ୍ଦୁ ଗଦଗଦି ଘାଟ

masiha

ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପାଳିତ ” ମିନିମାରାଥନ ଯୋଗଦେଲେ ଯୁବକ ଯୁବତୀ”

masiha

ନନ୍ଦଗା ପ୍ରାଥମିକ କୃଷି ସମବାୟ ସମିତି ର ସହ ସମ୍ପାଦକ ମନୋଜ କୁମାର ବଣିଆ କାର୍ଯ୍ୟରୁ ନିଲମ୍ବିତ 

masiha

Leave a Comment

error: Content is protected !!