ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଂଖ୍ୟାଲଘୁ ଭାଷାଭାଷୀ ଗୃହ କମିଟିର ପ୍ରଥମ ବୈଠକ ସମାପ୍ତ. ଉପାନ୍ତ ଅଞ୍ଚଳରେ ରହୁଥିବା ସଂଖ୍ୟାଲଘୁ ଓଡ଼ିଆ ଭାଷାଭାଷୀ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ବିଧାୟକ ଦୁର୍ଗାଚରଣ ତନ୍ତୀଙ୍କ ପ୍ରସ୍ତାବ

ସଂଖ୍ୟାଲଘୁ ଭାଷାଭାଷୀ ଗୃହ କମିଟିର ପ୍ରଥମ ବୈଠକ ସମାପ୍ତ.

ଉପାନ୍ତ ଅଞ୍ଚଳରେ ରହୁଥିବା ସଂଖ୍ୟାଲଘୁ ଓଡ଼ିଆ ଭାଷାଭାଷୀ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ବିଧାୟକ ଦୁର୍ଗାଚରଣ ତନ୍ତୀଙ୍କ ପ୍ରସ୍ତାବ

ରାଉରକେଲା : ଉପାନ୍ତ ଅଞ୍ଚଳରେ ବସବାସ କରୁଥିବା ସଂଖ୍ୟାଲଘୁ ଓଡ଼ିଆ ଭାଷାଭାଷୀ ଲୋକଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରିବା ସହିତ ସେମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ନିମିତ୍ତ ଆବଶ୍ୟକ ଚର୍ଚ୍ଚା ଆଲୋଚନା କରିବା ପାଇଁ ଆଜି ଭୁବନେଶ୍ୱରରେ ବିଧାନସଭା ସଚିବାଳୟରେ ଓଡିଶା ବିଧାନସଭାର ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀଙ୍କ ଅଧକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ କମିଟିର ଅନ୍ୟତମ ସଦସ୍ୟଭାବେ ରଘୁନାଥପଲ୍ଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ ଯୋଗଦେଇ ଓଡ଼ିଶାର ଉପାନ୍ତ ଅଞ୍ଚଳରେ ବସବାସ କରୁଥିବା ସଂଖ୍ୟାଲଘୁ ଓଡ଼ିଆ ଭାଷାଭାଷୀ ଲୋକମାନେ ନିଜ ନିଜ ଅଞ୍ଚଳରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ଏବଂ ପ୍ରଚାର ପ୍ରସାର ନିମିତ୍ତ ନାନାଦି ପ୍ରକାରର ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ସମ୍ପୃକ୍ତ ଅଞ୍ଚଳର ଶାସନ ବ୍ୟବସ୍ଥା ମଧ୍ୟ ସେମାନଙ୍କୁ ସେମାନଙ୍କର ଆବଶ୍ୟକତା ଅନୁସାରେ ସାହାଯ୍ୟ ସହଯୋଗ କରୁନଥିବା ବିଷୟ ବିଧାୟକ ଶ୍ରୀ ତନ୍ତୀ କମିଟିରେ ଉପସ୍ଥାପନ କରିଥିଲେ । ଗତ ଦୁଇ ଦଶନ୍ଧି ଧରି ଏହି ସବୁ ଅଞ୍ଚଳରେ ବସବାସ କରୁଥିବା ସଂଖ୍ୟାଲଘୁ ଓଡ଼ିଆ ଭାଷାଭାଷୀ ଲୋକଙ୍କ ପାଖକୁ ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟି ପହଞ୍ଚିନଥିବା ବିଷୟ ଉଲ୍ଲେଖ କରି ବାସ୍ତବରେ ଉପାନ୍ତ ଅଞ୍ଚଳରେ ବସବାସ କରୁଥିବା ସଂଖ୍ୟାଲଘୁ ଓଡ଼ିଆ ଭାଷାଭାଷୀ ଲୋକଙ୍କ ପାଖକୁ ଓଡିଶା ବିଧାନସଭାର ସଂଖ୍ୟାଲଘୁ ଓଡ଼ିଆ ଭାଷାଭାଷୀ ଗୃହ କମିଟି ଯାଇ ସେମାନଙ୍କ ସହିତ କଥାବାର୍ତ୍ତା ହୋଇ ସେମାନଙ୍କର ସମସ୍ୟା ଜାଣିବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେବାପାଇଁ ବିଧାୟକ ଗୃହ କମିଟି ବୈଠକରେ କହିଥିଲେ । ଆବଶ୍ୟକ ହେଲେ ଓଡ଼ିଶାର ସୀମାନ୍ତବର୍ତ୍ତୀ ରାଜ୍ୟ ଝାଡ଼ଖଣ୍ଡ, ବିହାର, ଛତିଶଗଡ଼ ଏବଂ ପଶ୍ଚିମବଙ୍ଗର ସରକାରଙ୍କ ସହ ଯୋଗାଯୋଗ କରି ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଥିବା ଓଡ଼ିଆ ମାଧ୍ୟମ ବିଦ୍ୟାଳୟ ମାନଙ୍କରେ କିପରି ବ୍ୟାପକ ମାତ୍ରାରେ ଓଡିଆ ବହି ଏବଂ ଶିକ୍ଷକ ନିଯୁକ୍ତିକୁ ସୁନିଶ୍ଚିତ କରିବା ସହିତ ସଂଖ୍ୟାଲଘୁ ଓଡ଼ିଆ ଭାଷାଭାଷୀ ଲୋକଙ୍କୁ ସାମାଜିକ ସୁରକ୍ଷା ଯୋଗାଇଦେବାପାଇଁ ମଧ୍ୟ ବିଧାନସଭା ଗୃହ କମିଟି ପକ୍ଷରୁ ଆବଶ୍ୟକ ପଦକ୍ଷେପ ନେବାପାଇଁ କମିଟି ବୈଠକରେ ସଦସ୍ୟ ତଥା ରଘୁନାଥପଲ୍ଲୀ ବିଧାୟକ ଶ୍ରୀ ତନ୍ତୀ ନିଜ ମତ ରଖିଥିଲେ ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଭୈରବ ସ୍ନାତକ ମହାବିଦ୍ୟାଳୟ ରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଘାଟିତ

masiha

ବିସ୍ତୀର୍ଣ୍ଣ ଉନ୍ନୟନ ଯୋଜନା ଅନୁଯାୟୀ ଛେଣ୍ଡରେ ରାସ୍ତା ଓ ଡ୍ରେନ ନିର୍ମାଣ ପାଇଁ ଦାବି

Sunil Chandra Nayak

କଳାହାଣ୍ଡି ସାମ୍ବାଦିକ ସଙ୍ଘର କାର୍ଯକାରିଣୀ ବୈଠକ

Leave a Comment

error: Content is protected !!