ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୁଇ ମହିୟସୀ ମହିଳାଙ୍କ ବିୟୋଗରେ ଗୋପବନ୍ଧୁ ପାଠାଗାରରେ ଶୋକ ସଭା

ଦୁଇ ମହିୟସୀ ମହିଳାଙ୍କ ବିୟୋଗରେ ଗୋପବନ୍ଧୁ ପାଠାଗାରରେ ଶୋକ ସଭା

ରାଉରକେଲା, ୩୦/୭/୨୬  ଗୋପବନ୍ଧୁ ପାଠାଗାରର ସହ କୋଷାଧ୍ୟକ୍ଷ ହରିହର ନାୟକଙ୍କ ମାତା ଦ୍ୟୁତି ନାୟକଙ୍କର ଜୁଲାଇ ୧୯ ତାରିଖ ଦିନ ଏବଂ ପାଠାଗାରର ଅନ୍ୟତମ ଆଜୀବନ ସଦସ୍ୟ ତଥା ଶୁଭେଚ୍ଛୁ ବଟକୃଷ୍ଣ ପଟନାୟକଙ୍କର ସହଧର୍ମିଣୀ ବନୀ ପଟ୍ଟନାୟକଙ୍କର ଜୁଲାଇ ୨୭ ତାରିଖ ଦିନ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା କାରଣରୁ ଦେହାନ୍ତ ହୋଇ ଯାଇଛି। ମୃତ୍ୟୁ ବେଳକୁ ଉଭୟଙ୍କ ବୟସ ୮୫ ବର୍ଷ ହୋଇଥିବା ବେଳେ ଉଭୟ ଧର୍ମ ପରାୟଣା ତଥା ନିଜ ନିଜ ସ୍ତରରେ ସମାଜ ସେବାରେ ବ୍ରତୀ ଥିଲେ। ଏହି ଦୁଇ ମହିୟସୀ ବର୍ଷିୟାନ ମହିଳାଙ୍କ ସ୍ମୃତି ଚାରଣ ପାଇଁ ଗୋପବନ୍ଧୁ ପାଠାଗାରରେ ଡ. ଗିରିଜା ଶଙ୍କର ଗୋସ୍ୱାମୀଙ୍କ ଅଧ୍ୟକ୍ଷତାରେ ଏକ ଶୋକ ସଭା ଅନୁଷ୍ଠିତ ହୋଇ ଥିଲା। ଦିବଂଗତ ଆତ୍ମାଙ୍କ ସଦ୍ଗତି ପାଇଁ ୧ମି. ନିରବ ପ୍ରାର୍ଥନା କରାଯିବା ସହ ଅନୀଲ କୁମାର ଦାଶ, ଲକ୍ଷ୍ମଣ ନାଥ ଦାସ, ରବୀନ୍ଦ୍ର କୁମାର ସରାଫ ଏବଂ ଗିରିଜା ଶଙ୍କର ଗୋସ୍ୱାମୀ ପ୍ରମୁଖ ଉଭୟଙ୍କ ସ୍ମୃତି ଚାରଣ କରିଥିବାବେଳେ ଏହି ସଭାରେ ରବିନାରାୟଣ ସିଂହ , ପ୍ରଭାକର ସାହୁ, ଅଜୟ କୁମାର ମହାନ୍ତି, ଅଶୋକ କୁମାର ଶୁକ୍ଳ, ଦେବରାଜ ଗଉଡ଼, ତ୍ରିଲୋଚନ ମିଶ୍ର, ନୃସିଂହ ଚରଣ ବିଶ୍ବାଳ, ରମେଶ ଚନ୍ଦ୍ର ସିଂହ, ଜ୍ଞାନେନ୍ଦ୍ର କୁମାର ରାୟ, ରମାକାନ୍ତ ଷଡ଼ଙ୍ଗୀ, ଧ୍ରୁବ ଚରଣ ନାୟକ, ସୌରଭ ମହାନ୍ତି, ରବୀନ୍ଦ୍ର ନାଥ ସାହୁ, ବିବେକାନନ୍ଦ ଜେନା, ଗଗନ ବିହାରୀ ଜେନା, କୈଳାସ ଚନ୍ଦ୍ର ସାମଲ, ମାଧବ ଚନ୍ଦ୍ର ସାହୁ, ସୁରେନ୍ଦ୍ର କୁମାର ପଣ୍ଡା, ଦିନବନ୍ଧୁ ଦାସ ପ୍ରମୁଖ ଉପସ୍ଥିତ ରହି ଦୁଇ ଦିବଂଗତ ଆତ୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବୟାଳିଶମୌଜା ମୂଖ୍ୟ ରାସ୍ତା ସମସ୍ୟା ସମାଧାନ ନେଇ ଦାବୀକଲେ ବିଶିଷ୍ଠ ସମାଜସେବୀ ଇଂ. ଆଶୋକ ବିଶ୍ବାଳ ଓ ସ୍ଥାନୀୟ ବାସିନ୍ଦା 

masiha

ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ 

masiha

ଢେଙ୍କାନାଳ ବ୍ରାହ୍ମଣୀ ନଦୀଗର୍ଭରେ ଫସିରହିଥିଲେ ଦୁଇ ଯୁବକ 

Sunil Chandra Nayak

Leave a Comment

error: Content is protected !!