ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ୟା ପରିସ୍ଥିତିରେ କୃଷକଙ୍କ ସହାୟତା ପାଇଁ ‘କୃଷି ସମୃଦ୍ଧି ହେଲ୍ପଲାଇନ୍’ ଚାଷଜନିତ ସମସ୍ୟାର ସମାଧାନ ପାଇଁ ଟୋଲ୍-ଫ୍ରି ନମ୍ବର ୧୫୫୩୩୩ରେ ପ୍ରତିଦିନ ସକାଳ ୮ଟାରୁ ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ଯୋଗାଯୋଗ କରିପାରିବେ 

ବନ୍ୟା ପରିସ୍ଥିତିରେ କୃଷକଙ୍କ ସହାୟତା ପାଇଁ ‘କୃଷି ସମୃଦ୍ଧି ହେଲ୍ପଲାଇନ୍’

ଚାଷଜନିତ ସମସ୍ୟାର ସମାଧାନ ପାଇଁ ଟୋଲ୍-ଫ୍ରି ନମ୍ବର ୧୫୫୩୩୩ରେ ପ୍ରତିଦିନ ସକାଳ ୮ଟାରୁ ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ଯୋଗାଯୋଗ କରିପାରିବେ 

ନୂଆପଡ଼ା,(ସୁଜିତ କୁମାର ପ୍ରଧାନ )ଚଳିତ ବନ୍ୟା ଯୋଗୁଁ ଚାଷଜମି ଓ ଫସଲରେ ହୋଇଥିବା ବିଭିନ୍ନ ସମସ୍ୟାର ତ୍ୱରିତ ପ୍ରତିକାର ଏବଂ କୃଷକମାନଙ୍କୁ ବୈଜ୍ଞାନିକ ପରାମର୍ଶ ପ୍ରଦାନ କରିବା ଉଦ୍ଦେଶ୍ୟରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ‘କୃଷି ସମୃଦ୍ଧି ହେଲ୍ପଲାଇନ୍’ ଆରମ୍ଭ କରାଯାଇଛି। ବନ୍ୟା ପ୍ରଭାବିତ କୃଷକମାନେ ଟୋଲ୍-ଫ୍ରି ନମ୍ବର ୧୫୫୩୩୩ରେ ଯୋଗାଯୋଗ କରି ବିଭିନ୍ନ କୃଷି ସମସ୍ୟାର ସମାଧାନ ସହ ବିଶେଷଜ୍ଞଙ୍କଠାରୁ ବୈଷୟିକ ପରାମର୍ଶ ପାଇପାରିବେ।

ଏହି ହେଲ୍ପଲାଇନ୍ ମାଧ୍ୟମରେ କୃଷକମାନଙ୍କୁ ବନ୍ୟା ପରବର୍ତ୍ତୀ ଫସଲ ପରିଚାଳନା, ରୋଗ ଓ ପୋକ ଦମନ ସମ୍ବନ୍ଧୀୟ ବୈଜ୍ଞାନିକ ପରାମର୍ଶ ପ୍ରଦାନ କରାଯିବ। କୃଷକମାନଙ୍କ ବିଭିନ୍ନ ପ୍ରଶ୍ନର ସମାଧାନ କରାଯିବା ସହ ବନ୍ୟା ପ୍ରଭାବିତ କୃଷକଙ୍କ ପାଇଁ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଉଥିବା ସହାୟତା ଓ ସହଯୋଗମୂଳକ ପଦକ୍ଷେପ ସମ୍ପର୍କରେ ମଧ୍ୟ ସୂଚନା ପ୍ରଦାନ କରାଯିବ।କୃଷି ସମୃଦ୍ଧି ହେଲ୍ପଲାଇନ୍ ପ୍ରତିଦିନ ସକାଳ ୮ ଘଟିକାରୁ ସନ୍ଧ୍ୟା ୮ ଘଟିକା ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିବ। ଜିଲ୍ଲାର ସମସ୍ତ କୃଷକଙ୍କୁ ଏହି ସମୟ ମଧ୍ୟରେ ୧୫୫୩୩୩ ଟୋଲ୍-ଫ୍ରି ନମ୍ବରରେ ନିଶୁଳ୍କ ଭାବେ ଯୋଗାଯୋଗ କରି ଏହି ସେବାର ସୁବିଧା ନେଇ ପାରବେl ଫସଲର ସୁରକ୍ଷା ଏବଂ ଚାଷଜନିତ ସମସ୍ୟାର ସମାଧାନ ପାଇଁ କୃଷକମାନେ ‘କୃଷି ସମୃଦ୍ଧି ହେଲ୍ପଲାଇନ୍’ର ସର୍ବାଧିକ ସଦୁପଯୋଗ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।

Related posts

ନୂଆପଡ଼ା ଅବକାରୀ ବିଭାଗ କାର୍ଯ୍ୟ ସମୀକ୍ଷା କଲେ ଜିଲ୍ଲାପାଳ l ଚୋରା ନିଶା କାରବାରିଙ୍କୁ ଅଦାଲତରେ ପେଶ୍ କରିବା ଶତକଡା ହାରରେ ଜିଲ୍ଲା ରାଜ୍ୟରେ ପ୍ରଥମ 

Sunil Chandra Nayak

ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷତ ବେଳେ ଅଞ୍ଚଳର ବିକାଶକୁ ନେଇ ଚର୍ଚ୍ଚା କଲେ ବିଧାୟକ ଦୁର୍ଗାଚରଣ ତନ୍ତୀ

Sunil Chandra Nayak

ଜିଲ୍ଲାରେ ୫,୯୫,୯୦୭ ବା ୬୯.୪୨ପ୍ରତିଶତ ମତଦାତାଙ୍କୁ ପରିଗଣନା ଫର୍ମ ବିତରଣ 

Leave a Comment

error: Content is protected !!