ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏକତ୍ର ଏକକ ନାଟକୋତ୍ସବ ଆସନ୍ତା ୨ ଓ ୩ ରେ …

ଏକତ୍ର ଏକକ ନାଟକୋତ୍ସବ ଆସନ୍ତା ୨ ଓ ୩ ରେ …

ରାଉରକେଲା: ସହରର ୨୭ ଟି ନାଟ୍ୟାନୁଷ୍ଠାନ କୁ ନେଇ ଗଠିତ ହେଇଥିବା ଏକତ୍ର ତରଫରୁ ଆସନ୍ତା ୨ ଓ ୩ ତାରିଖ ଅପରାହ୍ନ ୩ ଟା ସମୟରେ ଏକକ ନାଟକ ଉତ୍ସବ ପାଳନ କରାଯିବ ବୋଲି ଅନୁଷ୍ଠାନ ର ସଭାପତି ରାଜୀବ ପାଣି ସୂଚନା ଦେଇଛନ୍ତି। ସୂଚନା ଅନୁସାରେ ସହରର ବିଭିନ୍ନ ନାଟ୍ୟାନୁଷ୍ଠାନର ୮୬ ଜଣ ବରିଷ୍ଠ ଓ କନିଷ୍ଠ ଅଭିନେତା ଅଭିନେତ୍ରୀ ମାନେ ୩ ଭାଗରେ ଯଥା ଶଂଖ ,କୋଏଲ, ସରସ୍ଵତୀ ଭାବେ ବିଭକ୍ତ ହୋଇ ଏକକ ନାଟକ ଅଭିନୟ ପ୍ରଦର୍ଶନ କରିବେ। ଏହି କାର୍ଯ୍ୟକ୍ରମରେ ୨ ତାରିଖ ଦିନ ଅତିଥି ଭାବେ ରଘୁନାଥପାଲି ବିଧାୟକ ତଥା ସୁନ୍ଦରଗଡ ଜିଲ୍ଲା ଯୋଜନା ବୋର୍ଡ କମିଟିର ଅଧ୍ୟକ୍ଷ ଦୁର୍ଗାଚରଣ ତନ୍ତୀ ଓ ଓଡିଶା ନାଟ୍ୟ ସଂଘର ସମ୍ପାଦକ ସୁଧାଂଶୁ ମୋହନ ଦ୍ବିବେଦୀ, ୩ ତାରିଖ ଦିନ ଦୀପିକା ମହିଳା ସଂହତିର ଅଧ୍ୟକ୍ଷା ନମ୍ରତା ବର୍ମା, ଚିନ୍ମୟ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଅଧ୍ୟକ୍ଷା ଶର୍ମିଷ୍ଠା କବିଶତପଥୀ ଅତିଥି ଭାବେ ଯୋଗଦେଇ କଳାକାର ମାନଙ୍କୁ ଉତ୍ସାହିତ କରିବେ। ସେହିପରି ୩ ତାରିଖ ଦିନ ରାତି ୮ ଟା ବେଳେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଓ ରାଉରକେଲା ଇସ୍ପାତ କାରଖାନା ର ଲୋକସମ୍ପର୍କ ବିଭାଗର ମହାପ୍ରବନ୍ଧକ ଅର୍ଚ୍ଚନା ଶତପଥୀ ଅତିଥି ଭାବେ ଯୋଗଦେଇ କଳାକାର ମାନଙ୍କୁ ପୁରସ୍କୃତ କରିବେ। ଏହି କାର୍ଯ୍ୟକ୍ରମରେ ସହରର କଳାପ୍ରେମୀ ଓ ଜନସାଧାରଣ ଙ୍କୁ ଅନୁରୋଧ କରି ଏକତ୍ର ର ସଭାପତି ରାଜୀବ ପାଣି ଓ ସାଧାରଣ ସମ୍ପାଦକ ବିଜୟ କୁମାର ପାତ୍ର କହିଛନ୍ତି ଯେ ବହୁ ସଂଖ୍ୟାରେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ସହ କଳାକାରଙ୍କୁ ଉତ୍ସାହିତ କରିବା ହେବେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଧର୍ମପ୍ରାଣା ପଦ୍ମତୋଳା ସେନାପତିଙ୍କ ପରଲୋକ, ପରିଚିତ ମହଲରେ ଶୋକର ଛାୟା 

Sunil Chandra Nayak

ଲୁହାକାନୀରେ ସଂଖ୍ଯାଲଘୁ ସଂପ୍ରଦାୟ ତରଫରୁ ମହମ୍ମଦ ଜୟନ୍ତୀ ଆନନ୍ଦ ଓ ଉଲ୍ଲାସର ସହ ପାଳିତ

Sunil Chandra Nayak

ଅସହାୟର ସାଥି ସ୍ବେଛାସେବୀ ସଂଗଠନ ତରଫରୁ ସ୍ବେଛାକୃତ ରକ୍ତଦାନ ଶିବିର 

masiha

Leave a Comment

error: Content is protected !!