ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ବାଧୀନତା ଦିବସ ପାଳନ ନିମନ୍ତେ ରାଉରକେଲାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ 

ସ୍ବାଧୀନତା ଦିବସ ପାଳନ ନିମନ୍ତେ ରାଉରକେଲାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ 

ରାଉରକେଲା,୧ ଅଗଷ୍ଟ ୨୦୨୬ :  ୮୦ ତମ ସ୍ବାଧୀନତା ଦିବସ ପାଳନ ଉପଲକ୍ଷେ ରାଉରକେଲା ମହାନଗର ନିଗମ ସମ୍ମିଳନୀ କକ୍ଷ ଠାରେ ଆଜି ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ରାଉରକେଲା ମହାନଗର ନିଗମର ଆୟୁକ୍ତ ସୁଶ୍ରୀ ଦୀନା ଦସ୍ତଗୀରଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଵୈଠକରେ ଚଳିତ ବର୍ଷ ରାଉରକେଲାଠାରେ ମହାସମାରୋହ ଭାବରେ ସ୍ବାଧୀନତା ଦିବସ ପାଳନ କରିବାକୁ ଅତିରିକ୍ତ ଜିଲ୍ଲାପାଳ ଗୁରୁତ୍ବ ଦେଇଥିଲେ।

      ଆଜିର ଏହି ବୈଠକ ରେ ଆନୁଷଙ୍ଗିକ ବ୍ୟବସ୍ଥା, ଯଥା ପ୍ୟାରେଡ ପଡିଆରେ ସାଜସଜ୍ଜା, ସଫେଇ, ପାନୀୟ ଜଳ ଯୋଗାଣ, ଅଭ୍ୟାସ ପ୍ୟାରେଡ , ଟ୍ରାଫିକ ନିୟନ୍ତ୍ରଣ, ସହରରେ ଥିବା ବିଭିନ୍ନ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ବ୍ୟବସ୍ଥା ଇତ୍ୟାଦି ବିଷୟରେ ଆଲୋଚନା କରାଯାଇଥିଲା। ରାଉରକେଲା ମହାନଗର ନିଗମ  ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀମାନଙ୍କୁ ଏହି କାର୍ଯ୍ୟ ସମ୍ପାଦନା ଉପରେ ଗୁରୁତ୍ବ ଦେବା ପାଇଁ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ୧୫ଅଗଷ୍ଟ ଦିନ ପ୍ରାତଃକାଳ ରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଡାକ ବାଜି ଯନ୍ତ୍ର ଯୋଗେ ସକାଳ ୫ ଘଟିକା ସମୟରେ ରାମଧୂନ ପରିବେଷଣ କରାଯିବା ସହ ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସକାଳ ୬ ଘଟିକା ପ୍ରଭାତ ଫେରୀ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ସକାଳ ୭.୩୦ ମିନିଟ ସମୟରେ ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ବେସରକାରୀ ଅନୁଷ୍ଠାନ, ଶିକ୍ଷା ଅନୁଷ୍ଠାନମାନଙ୍କରେ ଅନୁଷ୍ଠାନର ମୁଖ୍ୟଙ୍କ ଦ୍ବାରା ଜାତୀୟ ପତାକା ଉତ୍ତୋଳନ କରାଯିବ। ସ୍ଥାନୀୟ ଉଦିତନଗର ପଡିଆ ଠାରେ ସକାଳ ୯.୧୫ ଘଟିକା ସମୟରେ ମୁଖ୍ୟ ଅତିଥି ଜାତୀୟ ପତାକା ଉତ୍ତୋଳନ କରିବେ ଏବଂ ପ୍ୟାରେଡ ର ଅଭିବାଦନ ଗ୍ରହଣ କରିବେ।  ବିଭିନ୍ନ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ଯ ଅନୁଷ୍ଠିତ ହେବ। ଏହି ଅବସର ରେ ପ୍ରାଥମିକ, ଉଚ୍ଚ ପ୍ରାଥମିକ , ହାଇସ୍କୁଲ ଓ ମହାବିଦ୍ୟାଳୟ ସ୍ତରୀୟ ପ୍ରବନ୍ଧ ଲିଖନ, ବକ୍ତୃତା, ଚିତ୍ରାଙ୍କନ, ଦେଶାତ୍ମବୋଧକ ସଂଗୀତ ଗାନ ଆଦି ପ୍ରତିଯୋଗିତା ଆୟୋଜନ କରିବାକୁ ସ୍ଥିର କରାଗଲା। ବିଭିନ୍ନ କ୍ଷେତ୍ର ରେ ସୁନାମ ଅର୍ଜନ କରିଥିବା ବ୍ୟକ୍ତି ବିଶେଷମାନଙ୍କୁ ସହ ସ୍ବାଧୀନତା ଦିବସ ଉପଲକ୍ଷେ ସମ୍ମାନିତ କରାଯିବ ବୋଲି ବୈଠକରେ ନିଷ୍ପତି ନିଆଯାଇଥିଲା। ଏହା ବ୍ଯତୀତ କାରାଗାର ଓ ଆରଜିଏଚ ରେ ମିଷ୍ଟାନ ଓ ଫଳ ବଣ୍ଟନ କରିବାର ମଧ୍ୟ ନିଷ୍ପତି ନିଆଯାଇଛି l ଏହି ବୈଠକରେ  ଉପଜିଲ୍ଲାପାଳ ପାନପୋଷ ଚନ୍ଦ୍ରକାନ୍ତ ମଲ୍ଲିକ,ରାଉରକେଲା ମହାନଗର ନିଗମ ର ଯୁଗ୍ମ ଆୟୁକ୍ତ ପଲ୍ଲବୀ ନାୟକ, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୀମା ଫାତିମା ଏକ୍କା ସହିତ ବିଭିନ୍ନ ବିଭାଗର ଅଧିକାରୀ, ବିଦ୍ୟାଳୟ ଓ ମହାବିଦ୍ୟାଳୟ ଶିକ୍ଷକ ଓ ଅଧ୍ୟାପକମାନେ ଉପସ୍ଥିତ ଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଖୁଶଲ କୁମାର ବେହେରା  ଦଶମ ଶ୍ରେଣୀରେ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନରେ ଶତକଡା 98.4 % ରଖି ସଫଳତା ଅର୍ଜନ କରିଛନ୍ତି

Sunil Chandra Nayak

ଓଡିଶା ରାଜ୍ୟ ନିର୍ବାଚନ ଆୟୁକ୍ତ ଙ୍କ ଦିନିଆ କଳାହାଣ୍ଡି ଗସ୍ତ ଓ ସମୀକ୍ଷା ବୈଠକ 

masiha

ଗାଧୋଇବା ସମୟରେ କୋଏଲ ନଦୀରେ ଯୁବକ ବୁଡ଼ିଗଲେ

Leave a Comment

error: Content is protected !!