ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଜମିବାଡ଼ିକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ ଦୁଇ ଗୁରୁତର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର; ଅଭିଯୁକ୍ତ କୋର୍ଟ ଚାଲାଣ

ଜମିବାଡ଼ିକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ

ଦୁଇ ଗୁରୁତର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର; ଅଭିଯୁକ୍ତ କୋର୍ଟ ଚାଲାଣ

ଭବାନୀପାଟଣା, ୨ ଅଗଷ୍ଟ : କଳାହାଣ୍ଡି ଜିଲ୍ଲାର କଲମପୁର ଥାନା ଅନ୍ତର୍ଗତ ଖଲିଆଭଟା ଗ୍ରାମରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଜଣେ ବ୍ୟକ୍ତି ଦୁଇଜଣଙ୍କ ଉପରେ ଟାଙ୍ଗିଆରେ ମରଣାନ୍ତକ ଆକ୍ରମଣ କରିଥିବା ଘଟଣା ଘଟିଛି। ଆକ୍ରମଣରେ ଗୁରୁତର ଆହତ ଦୁଇଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି।

ପୋଲିସ ସୂଚନା ଅନୁଯାୟୀ, ଖଲିଆଭଟା ଗ୍ରାମର ଶଶିଭୂଷଣ ଶବର ଓ କୌଶିକ ଶବରଙ୍କ ସହ ସେହି ଗ୍ରାମର ଗବରସିଂ ଶବରଙ୍କର ଦୀର୍ଘଦିନ ଧରି ଜମିବାଡ଼ିକୁ କେନ୍ଦ୍ର କରି ବିବାଦ ଲାଗି ରହିଥିଲା। ଶନିବାର ଏହି ବିବାଦକୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ପ୍ରଥମେ ବଚସା ହୋଇଥିଲା। ପରେ ଉତ୍ତ୍ୟକ୍ତ ହୋଇ ଗବରସିଂ ଶବର ଟାଙ୍ଗିଆରେ ଶଶିଭୂଷଣ ଓ କୌଶିକଙ୍କ ଉପରେ ଆକ୍ରମଣ କରିଥିଲେ। ଫଳରେ ଉଭୟଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗି ପ୍ରବଳ ରକ୍ତସ୍ରାବ ହୋଇଥିଲା।

ଖବର ପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ପ୍ରଥମେ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ ଅଧିକ ଚିକିତ୍ସା ପାଇଁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ଲିଖିତ ଅଭିଯୋଗ ପାଇବା ପରେ କଲମପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆକ୍ରମଣରେ ବ୍ୟବହୃତ ଟାଙ୍ଗିଆ ଓ ରକ୍ତଭିଜା ପୋଷାକ ଜବତ କରିଥିଲା। କଲମପୁର ଥାନା କେସ୍ ନଂ–୧୧୨/୨୦୨୬ରେ ବିଏନଏସ୍‌ର ଧାରା ୨୯୬, ୧୧୮(୧), ୧୦୯(୧) ଓ ୩୫୧(୩) ଅନୁଯାୟୀ ମାମଲା ରୁଜୁ କରାଯାଇଛି। ପୋଲିସ ଅଭିଯୁକ୍ତ ଗବରସିଂ ଶବରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

Related posts

ତିନି ଦେଶୀ ମଦ ବେପାରୀଙ୍କୁ ଗିରଫ କଲା ଭୁବନ ଅବକାରୀ ବିଭାଗ

masiha

ପିକଅପ ଭ୍ୟାନ ସହ ୨୫୪ ଲିଟର ବିଦେଶୀ ମଦ ଜବତ : ଡ୍ରାଇଭର ଓ ସହଯୋଗୀ ଗିରଫ

masiha

ଦୁଷ୍କର୍ମ ଓ ସୁନଚୋରି ଏକ ମିଥ୍ୟା ଅଭିଯୋଗ । ମୋ ପିଲାମାନେ ନିର୍ଦୋଷ ସାମ୍ବାଦିକ ସମ୍ମିଳନୀରେ କହିଲେ ମାଧବ

Sunil Chandra Nayak

Leave a Comment

error: Content is protected !!