ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

କେଲିଆ ଶୈବପୀଠ ରେ ବୋଲବମ ଭକ୍ତ ଙ୍କ ଭିଡ

କେଲିଆ ଶୈବପୀଠ ରେ ବୋଲବମ ଭକ୍ତ ଙ୍କ ଭିଡ

ନବରଙ୍ଗପୁର:(୩|୮)(ରବି ନାରାୟଣ ମହାନ୍ତି)ଶ୍ରାବଣ ମାସର ପ୍ରଥମ ସୋମବାରରେ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ନବରଙ୍ଗପୁର ଜିଲା ପ୍ରସିଦ୍ଧ କେଲିଆ ଶୈବ ପୀଠରେ ସକାଳୁ ବୋଲବମ ଭକ୍ତଙ୍କ ଭିଡ ଜମିଥିଲା | ଆଜି ଭୋର ୩ ଘ ସମୟରୁ କେଲିଆ ଶୈବ ପୀଠରେ ଭକ୍ତମାନେ ପହଞ୍ଚି ଧାଡି ବାନ୍ଧି ଜଣେ ଜଣେ ବାବା ଝାଡେଶ୍ଵର ମହାଦେବଙ୍କ ଉପରେ ଜଳ ଢାଳି ଅଭିଷେକ କରି ପୂଜାର୍ଚ୍ଚନା କରିଥିଲେ | ଶାନ୍ତି ଶୃଙ୍ଖଳାର ସହ କାଉଡିଆମାନେ ବାବା ଝଡେଶ୍ଵର ମହାଦେବଙ୍କୁ ଜଳ ଲାଗି କରିବା ସହ ଦର୍ଶନ କରିଥିଲେ | ଏଠାରେ ପ୍ରାୟ ୫ ହଜାରରୁ ଊର୍ଦ୍ଧ୍ଵ ଭକ୍ତଙ୍କ ସମାଗମ ହୋଇଥିଲା | ଏହାସହ ଡାବୁଗାଁ, ବିରିସୋଲା, ବାଘବେଢା,ଡଙ୍ଗରିଗୁଡ଼ା ଝାଡେଶ୍ୱର ଶିବ ମନ୍ଦିର ଓ ଜୁନାପାଣି ଶିବ ମନ୍ଦିରରେ ମଧ୍ୟ କାଉଡିଆ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥିଲା | ବିଭିନ୍ନ ଶୈବପୀଠ ମାନଙ୍କରେ ଭକ୍ତ ମାନଙ୍କ ସୁରକ୍ଷା ଓ ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ଡାବୁଗାଁ ଥାନା ଅଧିକାରୀ ଶ୍ରୀମତୀ ଲଚିମ ପରଜାଙ୍କ ନିର୍ଦ୍ଦେଶକ୍ରମେ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା |

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ବାଲିଗୁଡାର ଐତିହାସିକ ଠାକୁରାଣୀ ଯାତ୍ରା: ନଗର ପରିକ୍ରମାର ତୃତୀୟ ଦିନରେ ବ୍ୟାପକ ପଟୁଆର ସହ ଇଲେକ୍ଟ୍ରି ସାହି ପରିଭ୍ରମଣ 

Sunil Chandra Nayak

ମହିଳା ସଂକୀର୍ତ୍ତନ ଦଳଙ୍କର ଲୋକପ୍ରିୟତା ବଢ଼ିବାରେ ଲାଗିଛି

Sunil Chandra Nayak

ଶ୍ରୀ ଶ୍ରୀ ଆଖଣ୍ଡଳମଣି ମନ୍ଦିରରେ ଶିବ ବିବାହ ମହାସମାରୋହରେ ସମ୍ପନ୍ନ

Sunil Chandra Nayak

Leave a Comment

error: Content is protected !!