ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବୃକ୍ଷରୋପଣ କାର୍ଯ୍ୟକ୍ରମ 

ବୃକ୍ଷରୋପଣ କାର୍ଯ୍ୟକ୍ରମ 

ରାଉରକେଲା: ରାଉରକେଲାର ଅଗ୍ରଣୀ ସାହିତ୍ୟ ସଂସ୍କୃତି ସଂଗଠନ ପ୍ରଗତି ଉତ୍କଳ ସଂଘ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘କ୍ଲିନ୍ ଏଣ୍ଡ ଗ୍ରୀନ୍’ର ମିଳିତ ସହଯୋଗରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ପ୍ରଗତି ଉତ୍କଳ ସଂଘ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ପାଠାଗାର ପରିସରକୁ ସମ୍ପୂର୍ଣ୍ଣ ରୂପେ ଆବର୍ଜନା ମୁକ୍ତ କରିବା ପରେ ବିଭିନ୍ନ ପ୍ରକାର ଫଳ, ଫୁଲ ଏବଂ ଅନ୍ୟାନ୍ୟ ଉପାଦେୟ ବୃକ୍ଷ ରୋପଣ କରାଯାଇଥିଲା। ପାଠାଗାରର ସଭାପତି ପ୍ରତାପ କୁମାର ସ୍ବାଇଁ ଏବଂ ‘କ୍ଲିନ୍ ଏଣ୍ଡ ଗ୍ରୀନ୍’ର ସଭାପତି ଡା. ଦେବେନ୍ଦ୍ର କୁମାର ସେଠୀ ଓ ସମ୍ପାଦକ ପ୍ରଦୀପ କୁମାର ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଉଭୟ ଅନୁଷ୍ଠାନର ସଦସ୍ୟମାନେ ଅତ୍ୟନ୍ତ ଶୃଙ୍ଖଳା ସହକାରେ ଦୀର୍ଘ ଅଢ଼େଇ ଘଣ୍ଟା ଧରି ସମ୍ପୂର୍ଣ୍ଣ ପରିସରକୁ ସଫାକରିବା ସହ ବୃକ୍ଷ ରୋପଣ କରିଥିଲେ। 

ଏହି ଅବସରରେ ଅନୁଷ୍ଠିତ ଏକ ସମାବେଶରେ ଅଧ୍ୟକ୍ଷତା କରି ପ୍ରତାପ କୁମାର ସ୍ବାଇଁ ‘କ୍ଲିନ୍ ଏଣ୍ଡ ଗ୍ରୀନ୍’ର ଏଭଳି ମହାନ ପ୍ରୟାସ ପାଇଁ ସଦସ୍ୟ ମାନଙ୍କୁ ଭୂୟସୀ ପ୍ରଶଂସା କରିଥିଲେ। ପ୍ରଦୀପ କୁମାର ଦାସ ତାଙ୍କ ଅନୁଷ୍ଠାନ ରାଉରକେଲାର ପରିବେଶ ସୁରକ୍ଷା ପାଇଁ ନିୟମିତ ରୂପେ କରିଆସୁଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମକୁ ପାଠାଗାରର ସାଂସ୍କୃତିକ ସମ୍ପାଦକ ଅଶୋକ କୁମାର ପଟ୍ଟନାୟକ ପରିଚାଳନା କରିଥିବାବେଳେ ପାଠାଗାରର ଦୁଇ ଉପସଭାପତି ରଶ୍ମି ରଞ୍ଜନ ବୋଇତାଇ ଓ ଚିତ୍ତରଞ୍ଜନ ମିଶ୍ର, ସାଧାରଣ ସମ୍ପାଦକ ରାଧାମୋହନ ନାୟକ, ସମ୍ପାଦକ ଘନଶ୍ୟାମ ଦଳ, ଯୁଗ୍ମ ସମ୍ପାଦକ ଲକ୍ଷ୍ମଣ ନାଥ ଦାସ, କ୍ରୀଡ଼ା ସମ୍ପାଦକ ଅରବିନ୍ଦ ପାତ୍ର, ବିପିନ ବିହାରୀ ପଟ୍ଟନାୟକ, ପ୍ରସନ୍ନ କୁମାର ମହାନ୍ତି, ନାରାୟଣ ଚନ୍ଦ୍ର ମହନ୍ତ, ପରୀକ୍ଷିତ ଗୁରୁ, ଇନ୍ଦ୍ରମଣି ମହାପାତ୍ର, ପ୍ରଦୀପ କୁମାର ପଟ୍ଟନାୟକ, ଧରଣୀଧର ସାମଲ, ଦୀନେଶ କୁମାର ଦାସ, ସ୍ମିତା ମିଶ୍ର,, ରଶ୍ମି ସାହୁ, ଦେବେନ୍ଦ୍ର ନାଥ ଆଚାର୍ଯ୍ୟ, ରଞ୍ଜନ ପଣ୍ଡା, ନଳିନୀ କାନ୍ତ ଧର, ଅଜୟ କୁମାର ପ୍ରଧାନଙ୍କ ସହ ‘କ୍ଲିନ୍ ଏଣ୍ଡ ଗ୍ରୀନ୍’ର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଆସ୍ଥା ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ପାଳନ 

masiha

ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଜନ୍ତାରିବୋଲ, କାମାକ୍ଷାନଗରରେ ସ୍ୱାଗତଉତ୍ସବ ମହାସମାରୋହରେ ପାଳିତ 

ପାନପୋଷ ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରୋଗୀ କଲ୍ୟାଣ ସମିତିର ପରିଚାଳନା ପରିଷଦ ବୈଠକ ଅନୁଷ୍ଠିତ

masiha

Leave a Comment

error: Content is protected !!