ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ରଗଡ଼ି ସାହି ନିକଟରେ ବୋମା ପଡ଼ିବା ଘଟଣା ସାହି ମହିଳାଙ୍କ ଟାଉନ ଥାନା ଘେରାଉ,୨- ସାଙ୍କୁଲେଇ ଗ୍ରାମପଞ୍ଚାୟତ ଆସବା ପାଇବାରୁ ବଞ୍ଚିତ ହିତାଧିକାରୀ ସଦର ବ୍ଲକ ଦ୍ବାରସ୍ଥ, ୩- -ବର୍ଷୀୟାନ୍‌ ପାଲା ଗାୟକ,କେନ୍ଦ୍ର ସଂଗୀତ ନାଟକ ଅକାଦେମୀ ପୁରସ୍କାରପ୍ରାପ୍ତ ସଂସ୍କୃତି ସାଧକ ପଣ୍ଡିତ ଜଗନ୍ନାଥ ବେହେରାଙ୍କ ବିୟୋଗରେ ଶୋକ ,୪- ପୋଖରୀରେ ବୁଡି ଯୁବକ ମୃତ ,୫- ଘର କାନ୍ଥ ପଡ଼ି ଅଳ୍ପକେ ବର୍ଷିଲେ ପରିବାର

ରଗଡ଼ି ସାହି ନିକଟରେ ବୋମା ପଡ଼ିବା ଘଟଣା ସାହି ମହିଳାଙ୍କ ଟାଉନ ଥାନା ଘେରାଉ

ଢେଙ୍କାନାଳ – ଢେଙ୍କାନାଳରେ ଦିନକୁ ଦିନ ଅଶାନ୍ତି ବଢ଼ିବାରେ ଲାଗିଛି। ଶାନ୍ତର ଏହି ସହରରେ କିଛି ନା କିଛି ଘଟଣା ଅଘଟଣ ମାନ ଘଟି ଚାଲିଛି। କେତେବେଳେ ବୋମା ପଡ଼ିଲାଣି ତ କେତେବେଳେ ଗୁଳିଗର୍ଜି ଉଠିଲାଣି ଚୋରୀ ଏବଂ ରାହାଜାନୀ ପ୍ରତ୍ୟେକ ଦିନ ଘଟୁଛି। ପୋଲିସ ନିଷ୍କ୍ରିୟ ପାଲଟିଛି। କେତେବେଳେ କେତେ ଜଣଙ୍କୁ ଧରି ଚୁପ୍ ହୋଇଯାଉଛି। ଗତକାଲି ରତିରେ ଢେଙ୍କାନାଳ ସହରର ରଗଡ଼ି ସାହି ନିକଟରେ କିଛି ମୁଖାପିନ୍ଧା ଦୃବୁତ ଆସି ୩ଟି ବୋମା ପକାଇ ଚାଲି ଯାଇଥିଲେ। ୨ ଟି ଫୁଟିଲା ଗୋଟିଏ ଅଫୁଟା ବୋମା ପୋଲିସ ଜବତ କରିଛି। ଏହାକୁ ନେଇ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି ଏବଂ ନ୍ୟାୟ ପାଇବା ପାଇଁ ରଗଡ଼ି ସାହିର ମହିଳା ମାନେ ଟାଉନ ଥାନା ଘେରାଉ କରିଥିଲେ। ତୁରନ୍ତ ଦୁର୍ବୃତ୍ତଙ୍କୁ ଗିରଫ କରିବା ପାଇଁ ଦାବୀ କରି ମହିଳାମାନେ ଟାଉନ ଥାନା ଘେରାଉ କରିଥିଲେ।

ସାଙ୍କୁଲେଇ ଗ୍ରାମପଞ୍ଚାୟତ ଆସବା ପାଇବାରୁ ବଞ୍ଚିତ ହିତାଧିକାରୀ ସଦର ବ୍ଲକ ଦ୍ବାରସ୍ଥ

ଢେଙ୍କାନାଳ -ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ସାଙ୍କୁଲେଇ ଗ୍ରାମପଞ୍ଚାୟତରେ କିଛି ଯୋଗ୍ୟ ହିତାଧିକାରୀ ଆସବା ପାଇବାରୁ ବଞ୍ଚିତ ହୋଇ ସଦର ବ୍ଲକ କାର୍ଯ୍ୟାଳୟର ଦ୍ବାରସ୍ଥ ହୋଇଛନ୍ତି। ସେମାନେ କୁହନ୍ତି ପଞ୍ଚାୟତରେ ଲାଗିଥିବା ତାଲିକାରେ ପ୍ରଥମେ ନାମ ଆସିଥିଲା। ହେଲେ ଏବେ କଟି ଯାଇଛି। ଆଜ୍ଞା ଆମେ ଗରିବ ହିତାଧିକାରୀମାନେ ଭଙ୍ଗା ଓ ଜରିପାଲ ପକାଇ କୁଡ଼ିଆରେ ବହୁ କଷ୍ଟରେ ରହୁଛୁ। ଆଉ ଥରେ ଆମଘର ଦେଖନ୍ତୁ। ଆମକୁ ଘର ଦିଅନ୍ତୁ। ନଚେତ୍ ପଞ୍ଚାୟତ କାର୍ଯ୍ୟାଳୟ ତାଲା ପକାଇବୁ ବୋଲି କ୍ଷୋଭ ପ୍ରକାଶ କରିଛନ୍ତି। ଗ୍ରାମବାସୀମାନେ ପଞ୍ଚାୟତରେ ବିଭିନ୍ନ ସ୍ଥାନରେ ବୁଲି ଯୋଗ୍ୟ ହିତାଧିକାରୀମାନଙ୍କୁ ଘର ଯୋଗାଇ ଦେବା ପାଇଁ କହୁ ଥିବାବେଳେ କାହିଁକି ଆମଘର କାଟି ଦିଆଯାଉଛି ବୋଲି ମଧ୍ୟ ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି।

ବର୍ଷୀୟାନ୍‌ ପାଲା ଗାୟକ,କେନ୍ଦ୍ର ସଂଗୀତ ନାଟକ ଅକାଦେମୀ ପୁରସ୍କାରପ୍ରାପ୍ତ ସଂସ୍କୃତି ସାଧକ ପଣ୍ଡିତ ଜଗନ୍ନାଥ ବେହେରାଙ୍କ ବିୟୋଗରେ ଶୋକ

ଢେଙ୍କାନାଳ- ଗଁଦିଆ ବ୍ଲକ ଶତାୟୁ ପୁରୁଷ,ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପାଲା ଗାୟକ ଶେଖର ଜଗନ୍ନାଥ ବେହେରାଙ୍କ ବିୟୋଗ ଘଟିଛି। ତାଙ୍କ ବିୟୋଗରେ ଜାତୀୟ (ରାଷ୍ଟ୍ରପତି) ପୁରସ୍କାରପ୍ରାପ୍ତ ଶିକ୍ଷକ ଫୋରମ୍ ଓଡିଶା ତରଫରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ବର୍ଷିଆନ ଗାୟକଙ୍କ ଦେହାନ୍ତରେ ପ୍ରକୃତିବନ୍ଧୁ ହରିହର ସାହୁ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହିତ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରିଛନ୍ତି।

ପୋଖରୀରେ ବୁଡି ଯୁବକ ମୃତ 

ଢେଙ୍କାନାଳ -ଢେଙ୍କାନାଳ ଜିଲ୍ଲା ସଦର ଥାନା ଘଟିପିରି ଗ୍ରାମ ନିକଟ ପୋଖରୀରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଯାହା ସୂଚନା ମିଳିଛି ବୃନ୍ଦାବନପୁର ଗ୍ରାମର ଅଜୟ ସାହୁଙ୍କ ପୁତ୍ର ବିକାଶ ସାହୁ (୨୩ ) ପ୍ରତିଦିନ ଭଳି ମଙ୍ଗଳବାର ମଧ୍ୟାହ୍ନରେ ଘଟିପିରି ଗ୍ରାମ ନିକଟ ପୋଖରୀକୁ ଗାଧୋଇବାକୁ ଆସି ଆଉ ଫେରି ନଥିଲେ।

ଘର କାନ୍ଥ ପଡ଼ି ଅଳ୍ପକେ ବର୍ଷିଲେ ପରିବାର

କାମାକ୍ଷାନଗର -ଢେଙ୍କାନାଳ ଜିଲ୍ଲା ଗଡ଼ପରଜଙ୍ଗ ପଞ୍ଚାଯତ ପରଜଙ୍ଗ ଗାଁ ଶବର ସାହିରେ ସୋମବାର ଅପରାହ୍ନରେ ଜନୈକ ବ୍ୟକ୍ତିଙ୍କ ଘର କାନ୍ଥ ପଡ଼ି ଯାଇଛି। ସ୍ବର୍ଗତ ହଳଧର ଦେହୁରୀ ନାମକ ଗରିବ ପରିବାରର ଘର କାନ୍ଥ ପଡ଼ି ଯାଇଥିବା ବେଳେ ଏଥିରୁ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। କିଛିଦିନ ତଳେ ଲଗାଣ ବର୍ଷା ଯୋଗୁଁ ଘରକାନ୍ଥ ଓଦା ହୋଇ ଯାଇଥିବାରୁ ଏହା ଭାଙ୍ଗି ଯାଇଥିଲା। ସୌଭାଗ୍ୟ ବଶତଃ ସେହି ସମୟରେ ଘରେ କେହି ନଥିବାରୁ କେହି ମୃତାହତ ହୋଇନାହାନ୍ତି। ଘରର ଦ୍ବାରବନ୍ଧ ନିକଟରୁ କାନ୍ଥ ଖସି ପଡ଼ି ଭାଙ୍ଗି ଯାଇଛି। ସ୍ବର୍ଗତ ହଳଧରଙ୍କ ପୁଅ ବିଦ୍ୟାଧର ଦେହୁରୀ ଜଣେ ଶ୍ରମିକ ଭାବେ କାମ କରୁଥିବାରୁ ସେ ବାହାରକୁ ମୂଲ ମଜୁରି କରିବାକୁ ଯାଇଥିଲେ। କାନ୍ଥ ଭାଙ୍ଗିବା ବେଳେ ଘରେ ବିଧବା ମାଆ,ସ୍ତ୍ରୀ,ପିଲାଛୁଆ ସମସ୍ତେ ଘର ବାହାରେ ଥିଲେ। ପୁଅ କାମରୁ ଘରକୁ ଆସି ଏପରି ଦୃଶ୍ୟ ଦେଖି ସଙ୍ଗେ ସଙ୍ଗେ ପରଜଙ୍ଗ ତହସିଲ କାର୍ଯ୍ୟାଳୟକୁ ଯାଇ ପରଜଙ୍ଗ ଆରଆଇକୁ ଲିଖିତ ଅଭିଯୋଗ କରିଛନ୍ତି। କ୍ଷୟକ୍ଷତି ଆକଳନ କରାଯାଇ ତୁରନ୍ତ ଅସହାୟ ଗରିବ ପରିବାରକୁ କ୍ଷତିପୂରଣ ଯୋଗାଇ ଦେବା ସହ ଆବାସ ଘର ଖଣ୍ଡିଏ ମଞ୍ଜୁର କରିବାକୁ ବିଦ୍ୟାଧରଙ୍କ ବିଧବା ମାଆ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ଡାବୁଗାଁ ରେ ଆଦିବାସୀ ଦଶହରା ପାଳିତ

masiha

ପରିବେଶ ସୁରକ୍ଷା ଅଭିଯାନରେ ସମର୍ପିତ ସ୍ୱର : ପରିବେଶବିତ୍ ଡକ୍ଟର କଲିମୁଲ୍ଲା

Sunil Chandra Nayak

ରାଇରଙ୍ଗପୁରରେ ଏସଡିସି କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟରେ କୁଳିଅଣା ଚମ୍ପିୟାନ

masiha

Leave a Comment

error: Content is protected !!