ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆସିକା ଶାସ୍ତ୍ରୀନଗରର ପରୋପକାରୀ ମହିଳା କୃଷ୍ଣପ୍ରିୟାଙ୍କ ଦେହାନ୍ତ

ଆସିକା ଶାସ୍ତ୍ରୀନଗରର ପରୋପକାରୀ ମହିଳା କୃଷ୍ଣପ୍ରିୟାଙ୍କ ଦେହାନ୍ତ

ଆସିକା,୩/୮/୨୬ ( ଶିବ ଶଙ୍କର ମିଶ୍ର ) ଆସିକା ପୌର ପରିଷଦ ଅଧୀନସ୍ଥ ୧୭ ନମ୍ବର ୱାର୍ଡର ଶାସ୍ତ୍ରୀ ନଗର ଅଞ୍ଚଳର ପରୋପକାରୀ ମହିଳା କୃଷ୍ଣପ୍ରିୟା ଦାଶ (ବୟସ ପ୍ରାୟ ୭୬ବର୍ଷ) ଙ୍କର ଅସୁ ସ୍ଥତା ଜନି ତ ଦେହାନ୍ତ ହୋଇଯାଇଛି ପରୋପକାରୀ ମହିଳା ସ୍ଵର୍ଗତା କୃଷ୍ଣପ୍ରିୟା ଦାଶ ଅତ୍ୟନ୍ତ ମେଳାପୀ,ମିଷ୍ଟଭାଷୀ, ଧର୍ମପରାୟଣ, ଆଧ୍ୟାତ୍ମିକପ୍ରେମୀ ତଥା ବନ୍ଧୁବତ୍ସଳା ବ୍ୟକ୍ତିତ୍ୱ ରୂପେ ପରିଚିତା ଥୁବାରୁ ତାଙ୍କର ଅକାଳ ବିୟୋଗରେ ବିଭିନ୍ନ ମହଲରେ ଗଭୀର ଶୋକର ଛାୟା ଖେଳି ଯାଇଥିବା ଦେଖିବାକୁ ମିଳିଛି ମୃତ୍ୟୁ ଶର୍ଯ୍ୟା ନିକଟରେ ସ୍ଵାମୀ ତଥା ଅବସରପ୍ରାପ୍ତ ସେନା କର୍ମଚାରୀ ବିପିନ ବିହାରୀ ଦାଶ, ଭାଇ ବିଦ୍ଵାନ ସଂସ୍କୃତ ପଣ୍ଡିତ ଉପେନ୍ଦ୍ରନାଥ ମିଶ୍ର, ଭାଉଜ ରଂଜିତା ରଥ, ପୁତ୍ର ସଂଜୟ କୁମାର ଦାଶ, ପୁତ୍ରବଧୂ ସସ୍ମିତା କୁମାରୀ ଦାଶ, କନ୍ୟା ସରିତାରାଣୀ ମିଶ୍ର ଓ ଅନିତାରାଣୀ ମିଶ୍ର, ଜୋଇଁ ସନ୍ତୋଷ କୁମାର ମିଶ୍ର ଏବଂ ଗଗନ ମିଶ୍ରଙ୍କ ସମେତ ପରିବାର ବର୍ଗ ଓ ଆମୀୟ ସ୍ଵଜନ ଉପସ୍ଥିତ ଥିଲା ବେଳେ ଏକ ଶୋକାକୁଳ ପରିବେଶ ମଧ୍ୟରେ ପୁରୀ ସ୍ୱର୍ଗଦ୍ଵାରରେ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଥିବା ଜଣାପଡିଛି ପରୋପକାରୀ ତଥା ଆଧ୍ୟାତ୍ମିକପ୍ରେମୀ ମହିଳା କୃଷ୍ଣପ୍ରିୟା ଦାଶଙ୍କ ଅକାଳ ବିୟୋଗରେ ଲାଲାଶାସନ ଗ୍ରାମ୍ୟ କମିଟି ସଭାପତି ପ୍ରସନ୍ନ କୁମାର ତ୍ରିପାଠୀ, ସମାଜସେବୀ ସୁନିଲ କୁମାର ମିଶ୍ର, ଦୁଃଖୀଶ ଖୀଶ୍ଯାମ ଦାଶ, ନିର୍ମଳ ଦାଶ, ମୁନା ଦାଶ, ମିଟୁଚନ୍ଦ୍ର ଗୌଡ, ଅବସରପ୍ରାପ୍ତ ସେନା କର୍ମଚାରୀ ବ୍ରିଗେଡିୟର ଅଭିମନ୍ୟୁ ରାଉତ, ଅଲେଖ ବେହେରା, ଡ ଡଃ କଂଗ୍ରେସ ପ୍ରଧାନ, ବିଜୟ କୁମାର ପାଣିଗ୍ରାରୀ, ମନମୋହନ ପାଣିଗ୍ରାହୀଙ୍କ ସମେତ ବହୁ ସଚେତନ ନାଗରିକ, ବୁଦ୍ଧିଜିବୀ, ଶିକ୍ଷାବିତ ଗଭୀର ଶୋକ ପ୍ରକାଶ କରି ଶୋକସନ୍ତପ୍ତ ପରିବାରବର୍ଗ ଙ୍କୁ ସମବେଦନା ଜ୍ଞାପନ କରିଥିବା ଜଣାପଡିଛି।

Related posts

ଵିଜାତଳା ବ୍ଳକର ବିକାଶ ପୁରୁଷ ବିଶିଷ୍ଟ ଆଦିବାସୀ ସାମାଜିକ କର୍ମୀ ସୁଦର୍ଶନ ମୁର୍ମୁ ଙ୍କ ଦେହାନ୍ତ, ସମଗ୍ର ଅଞ୍ଚଳରେ ଶୋକର ଛାୟା

Sunil Chandra Nayak

ସୁସ୍ଥ ମହିଳା ସୁସ୍ଥ ଭାରତ ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ସାଇକେଲ ଯାତ୍ରା

Sunil Chandra Nayak

ସୁନ୍ଦରଗଡ଼ ଠାରେ ପାଳିତ ହେଲା ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ଯୋଗ ଦିବସ ଶାରିରୀକ ତଥା ମାନସିକ ସୁସ୍ଥତା ପାଇଁ ଯୋଗ ଅତ୍ୟନ୍ତ ଆବଶ୍ୟକ

masiha

Leave a Comment

error: Content is protected !!