ମୁଖ୍ୟଯନ୍ତ୍ରୀ ତଥା ବେସିନ ମ୍ୟାନେଜର ଙ୍କୁ ଭେଟି ଚାରି ଦଫା ଦାବୀ ଦୋହରାଇଲା ଇନ୍ଦ୍ରାବତୀ ନାଗରିକ ମଞ୍ଚ
ତେନ୍ତୁଳିଖୁଣ୍ଟି ୦୫/୦୮/୨୬ ନବରଙ୍ଗପୁର ଜିଲ୍ଲା ରେ ଇନ୍ଦ୍ରାବତୀ ପ୍ରକଳ୍ପ ସ୍ୱାଭିମାନ ଓ ଐତିହ୍ୟ ସହ ଜଡ଼ିତ । ଇନ୍ଦ୍ରାବତୀ ରୁ ଗୋଟିଏ ଗୋଟିଏ କରି କାର୍ଯ୍ୟଳୟ ଉଠାଇ ନେଇଯିବା ଷଡ଼ଯନ୍ତ୍ର ଚାଲିଛି,ଅତୀତରେ ପାଞ୍ଚ ରୁ ସାତ ଟି ଅଫିସ ଉଠାଇ ନିଆଯାଇଛି। ବର୍ତ୍ତମାନ ମଧ୍ୟ ଷଡ଼ଯନ୍ତ୍ର ର ଚିଠା ପ୍ରସ୍ତାବ ୨୪ ଜୁଲାଇ ରେ ଲେଖା ଯାଇଛି। ଏଣୁ ଇନ୍ଦ୍ରାବତୀ ନାଗରିକ ମଞ୍ଚ ଅଣ୍ଟା ଭିଡିଛି ଏଠାରୁ ଆଉ କୌଣସି ଅଫିସ ଉଠିବାକୁ ଦିଆଯିବ ନାହିଁ ,ଯଦି ଉଦ୍ୟମ ହୁଏ ଯେ କୌଣସି ଚରମ ପଦକ୍ଷେପ ନେବାକୁ ପଛାଇବ ନାହିଁ ବୋଲି 6ନିଷ୍ପତ୍ତି ନେଇଛି। ଏହି ମର୍ମରେ ଆଜି ମୁଖ୍ୟ ଯନ୍ତ୍ରୀ ତଥା ବେସି ନ ମ୍ୟାନେଜର ବେଦାମ୍ୱର ବେହେରା , ଇନ୍ଦ୍ରାବତୀ ଓ କୋଲାବ ବେଶୀନ ଙ୍କୁ ଇନ୍ଦ୍ରାବତୀ ଅତିଥି ଭବନ ଠାରେ ଭେଟି ଚାରି ଦଫା ଦାବୀ ପତ୍ର ଦେବା ସହ ପ୍ରକଳ୍ପ ର ସ୍ଥାନୀୟ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ଇନ୍ଦ୍ରାବତୀ ନାଗରିକ ମଞ୍ଚ ସଭ୍ୟ। ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟ କୁ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ କୁ ହସ୍ତାନ୍ତର ବିଦ୍ୟାଳୟ ର ଶିକ୍ଷକ (ବିଜ୍ଞାନ) ସମସ୍ୟା ସମାଧାନ । ସୀମାନ୍ତ କଳାହାଣ୍ଡି ର ଆଠ ରୁ ଦଶ ପଞ୍ଚାୟତ ତଥା ତେନ୍ତୁଳିଖୁଣ୍ଟି ବ୍ଲକ ର ଚାରି ଓ ନନ୍ଦା ହାଣ୍ଡି ବ୍ଲକ ର ଦୁଇ ପଞ୍ଚାୟତ ବାସିନ୍ଦା ନିର୍ଭର କରୁଥିବା ଇନ୍ଦ୍ରାବତୀ ପ୍ରକଳ୍ପ ଡାକ୍ତରଖାନା କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ କୁ ହସ୍ତାନ୍ତର କରି ଏରିଆ ହସ୍ପିଟାଲ ର ମାନ୍ୟତା ପ୍ରଦାନ। ପ୍ରକଳ୍ପ ଅଧିକୃତ ବ୍ୟବହୃତ ତଥା ଅବ୍ୟବହୃତ ଜମି ର ଭୁବନ୍ଦୋବସ୍ତ କରାଇ ଅବ୍ୟବହୃତ ଜମି ରାଜସ୍ବ ବିଭାଗ କୁ ହସ୍ତାନ୍ତର କରି ବିକାଶ ମୂଳକ କାର୍ଯ୍ୟରେ ଲଗାଇବା। ସର୍ବୋପରି ପ୍ରସ୍ତାବିତ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଅଫିସ ଏଠାରୁ ନର୍ଲା ଉଠିବା ପ୍ରସ୍ତାବ ବନ୍ଦ କରି ଏଠାରେ ଆର୍ଥିକ କ୍ଷମତା ସମ୍ପନ୍ନ ମୁଖ୍ୟ ଯନ୍ତ୍ରୀ କାର୍ଯ୍ୟଳୟ ସ୍ଥାପନ ପାଇଁ ଦାବୀ ରହିଥିଲା। ମୁଖ୍ୟଯନ୍ତ୍ରୀ ବେଦାମ୍ୱର ବେହେରା ସକାରାତ୍ମକ ଆଲୋଚନା କରି ଥିଲେ । ଅଧିକୃତ ଜମି ବିଷୟ ନେଇ ଭୁ ଅର୍ଜନ ନିର୍ଦ୍ଦେଶକ ଅଶୋକ ବେହେରା ଙ୍କ ସହ ଆଲୋଚନା କରିବେ ବୋଲି କହିଥିଲେ। ଜଳ ସମ୍ପଦ ବିଭାଗ ପ୍ରମୁଖ ସଚିବ ଶୋଭା ଶର୍ମା ଙ୍କ ଦୃଷ୍ଟି ଆକର୍ଷଣ କରି କିଭଳି ଉଭୟ ବିଦ୍ୟାଳୟ ଓ ସ୍ୱାସ୍ଥ୍ୟକେନ୍ଦ୍ର ହସ୍ତାନ୍ତର ହୋଇପାରିବ ଚେଷ୍ଟା କରିବେ ବୋଲି କହିଥିଲେ। ଅଫିସ ଉଠିବା ପ୍ରସଙ୍ଗ ରେ ଏଠାରେ ଅଫିସ ରହିବା ଆବଶ୍ୟକତା ରହିଛି ବୋଲି ନିଜସ୍ୱ ମତ ରଖିଥିଲେ। ଆଲୋଚନା ବେଳେ ନାଗରିକ ମଞ୍ଚ ସଭ୍ୟ ସହିତ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଙ୍କ ସହକାରୀ ନେଲସନ ତାଡ଼ିଙ୍ଗି ପୋଡାଗଡ ବନ୍ଧ ବିଭାଗ ନିର୍ବାହୀ ଯନ୍ତ୍ରୀ ସୁଶାନ୍ତ ପଟ୍ଟନାୟକ , ମୁରାନ ନିର୍ବାହୀ ଯନ୍ତ୍ରୀ ତିଳୋତ୍ତମା ମାଝୀ,ମେକାନିକାଲ ନିର୍ବାହୀ ଯନ୍ତ୍ରୀ ନିରୋଜ କୁମାର ଲୋହାନି, ସହକାରୀ ନିର୍ବାହୀ ଯନ୍ତ୍ରୀ ରଜତ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
ଗୋବର୍ଦ୍ଧନ ସାହୁ ତେନ୍ତୁଳିଖୁଣ୍ଟି

