ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦ୍ୟୁତ ସୁବିଧାକୁ ସମସ୍ତଙ୍କ ପାଖରେ ଉପଲବ୍ଧ କରାଇବା ପାଇଁ ରାଉରକେଲା ସ୍ମାର୍ଟ ସିଟିରେ ଜନ ଶୁଣାଣି

ବିଦ୍ୟୁତ ସୁବିଧାକୁ ସମସ୍ତଙ୍କ ପାଖରେ ଉପଲବ୍ଧ କରାଇବା ପାଇଁ ରାଉରକେଲା ସ୍ମାର୍ଟ ସିଟିରେ ଜନ ଶୁଣାଣି

ରାଉରକେଲା ୫/୮, ସହରର ସମସ୍ତଙ୍କ ଘରେ ବିଦ୍ୟୁତ ଶକ୍ତିକୁ ସଠିକ୍ ଭାବରେ ପହଞ୍ଚାଇବା ପାଇଁ ଆଜି ସ୍ମାର୍ଟ ସିଟି ସମ୍ମିଳନୀ କକ୍ଷରେ ରଘୁନାଥପାଲ୍ଲୀ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ଦୁର୍ଗା ଚରଣ ତନ୍ତୀଙ୍କ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀଙ୍କ ସମେତ ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ର, ଟିପିଡବ୍ଲୁଓଡିଏଲ୍ ଅଧିକ୍ଷଣ ଯନ୍ତ୍ରୀ ସଞ୍ଜିତ ନାୟକ, ଜିଲ୍ଲା ଯୋଜନା ବୋର୍ଡ ସଦସ୍ୟ ସୁଶୀଲ ଟପ୍ପୋ ମଞ୍ଚରେ ଉପସ୍ଥିତ ଥିଲେ। 

    ଏହି ଅବସରରେ ଟିପିଡବ୍ଲୁଓଡିଏଲ୍ ବିଦ୍ୟୁତ୍ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସମେତ ରଘୁନାଥପାଲି ଅଞ୍ଚଳର ଶହ ଶହ ଲୋକ ଏହି ଜନଶୁଣାଣିରେ ଅଂଶଗ୍ରହଣ କରିଥିଲେ।

       ଜିଲ୍ଲା ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ତଥା ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ସାଧାରଣ ଲୋକମାନଙ୍କର ମୌଳିକ ସମସ୍ୟା ହେଉଛି ବିଦ୍ୟୁତ ସମସ୍ଯା। ବିଦ୍ୟୁତ୍ ସମସ୍ୟାର ସମାଧାନ ପାଇଁ ଆଜି ଏହି ରିଭିୟୁ ମିଟିଙ୍ଗ ବା ସମୀକ୍ଷା ବୈଠକର ଆୟୋଜନ କରାଯାଇଛି। ଟାଟା ପାଓ୍ବାରର ଅଧିକାରୀମାନଙ୍କ ସହିତ ଜିଲ୍ଲାପାଳ ମଧ୍ୟ ଉପସ୍ଥିତ ଅଛନ୍ତି। ଲୋକମାନେ ସେମାନଙ୍କର ସମସ୍ୟା ମଧ୍ୟ ରଖୁଛନ୍ତି। ସେ ସମସ୍ୟାର କେମିତି ସମାଧାନ କରାଯାଇପାରିବ, ସେହି ଲକ୍ଷ୍ୟ ନେଇ ଏହି କାର୍ଯ୍ୟକ୍ରମର ଆହ୍ବାନ କରାଯାଇଛି। ପ୍ରଶାସନ ପକ୍ଷରୁ ଚେଷ୍ଟା କରାଯାଉଛି ଲୋକମାନଙ୍କର ମୌଳିକ ସମସ୍ୟାକୁ ସମାଧାନ କରି ସେମାନଙ୍କୁ ବିଦ୍ୟୁତ ସଂଯୋଗ କିପରି ଦିଆଯାଇପାରିବ। ଏଠାରେ ବିଭିନ୍ନ ଅଞ୍ଚଳରୁ ଲୋକମାନେ ଆସି ସେମାନଙ୍କର ବିଦ୍ୟୁତ ସମସ୍ଯାକୁ ରଖୁଛନ୍ତି। ସେଗୁଡିକୁ ଧିରେ ଧିରେ ସମାଧାନ କରାଯିବା ପାଇଁ ଚେଷ୍ଟା କରାଯାଉଛି।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଧର୍ମଗଡରେ ରଥଯାତ୍ରା ପ୍ରସ୍ତୁତି ବୈଠକ ନୂତନ ରଥ ନିର୍ମାଣ ଓ ଶାନ୍ତି ଶୃଙ୍ଖଳା ଉପରେ ଗୁରୁତ୍ବ

masiha

ପଟାଶାଳ କୁ ଗଡୁନି ଲକ୍ଷ୍ମୀ ବସ, ବଢ଼ୁଛି ଜନ ଅସନ୍ତୋଷ

Sunil Chandra Nayak

କଳାହାଣ୍ଡି ଲେଖିକା ସଂଘ ର ଶ୍ରାବଣୀ କାବ୍ୟୋତ୍ସବ

Sunil Chandra Nayak

Leave a Comment

error: Content is protected !!