ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇସ୍ପାତ ସେଣ୍ଟ୍ରାଲ ମାର୍କେଟ ବ୍ୟବସାୟୀ ଙ୍କ ଜଳାଭିଷେକ ନିମନ୍ତେ ବାବା ଧାମ ଯାତ୍ରା

ଇସ୍ପାତ ସେଣ୍ଟ୍ରାଲ ମାର୍କେଟ ବ୍ୟବସାୟୀ ଙ୍କ ଜଳାଭିଷେକ ନିମନ୍ତେ ବାବା ଧାମ ଯାତ୍ରା

ରାଉରକେଲା: ସେକ୍ଟର ୧୯ ସ୍ଥିତ ଇସ୍ପାତ ସେଣ୍ଟ୍ରାଲ ମାର୍କେଟ ର ପ୍ରାୟ ୬୦ ରୁ ଉର୍ଦ୍ଧ ବ୍ୟବସାୟୀ ଜଳାଭିଷେକ କରିବା ପାଇଁ ବାବାଧାମ ଯାତ୍ରା କରିଛନ୍ତି। ଏହି ବ୍ୟବସାୟୀ ଭାଇ ମାନେ ରାଉରକେଲା ରୁ ଟ୍ରେନ୍ ଯୋଗେ ସୁଲତାନଗଞ୍ଜ ଯାଇ ସେଠାରୁ ଜଳ ନେଇ ୧୦୮କି. ମି ପଦଯାତ୍ରା ରେ ଯାଇ ସୋମବାର ପ୍ରାତଃ ରେ ବାବା ଙ୍କୁ ଜଳାଭିଷେକ କରି ବାସୁକୀନାଥ ଦର୍ଶନ ସାରି ୧୪ ତାରିଖ ଦିନ ଆସି ରାଉରକେଲା ରେ ପହଁଚିବେ । ମାର୍କେଟ ର ତଥା ବ୍ୟବସାୟୀ ଙ୍କ ମଙ୍ଗଳ କାମନା ନିମନ୍ତେ ଉକ୍ତ ଯାତ୍ରା ରେ ମୁରଲୀଧର ମିଶ୍ର ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ସର୍ବଶ୍ରୀ ଅଜୟ ବେହେରା, ଦୁଃଶାସନ ସାହୁ, ବିଜୟ ତ୍ରିପାଠୀ, ଶିଶିର ମହାପାତ୍ର, ସୁରଜିତ ଘୋଷ, ଟିଙ୍କୁ ଜୈଶ୍ୱାଲ,ସନୋଜ ପ୍ରମୁଖ ଯାତ୍ରା କରିଛନ୍ତି । ଉକ୍ତ ଯାତ୍ରା ର ସଫଳତା କାମନା କରି ପ୍ରାକ୍ତନ ସଭାପତି ଶଙ୍କର ଜେନା ଉପସ୍ଥିତ ରହି ମେଲାଣି ଦେଇଥିଲେ ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କଳାହାଣ୍ଡି ଜିଲ୍ଲାରେ ଚତୁର୍ଥ ପର୍ଯ୍ୟାୟରେ ୭୩ ଟି ଉଚ୍ଚ ବିଦ୍ୟାଳୟ କୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

masiha

ତିରିଂ ଥାନା ! ଅଂଶୁଘାତରେ ଯୁବକ ମୃତ

ବିଜେଡିର ଜନସମ୍ପର୍କ ଅଭିଯାନ ଆରମ୍ଭ

masiha

Leave a Comment

error: Content is protected !!