୮୦ ତମ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ଜିଲ୍ଲା ସ୍ତରୀୟ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର
ନବରଙ୍ଗପୁର:(ତା ୦୬.୦୮.୨୦୨୬)(ରବି ନାରାୟଣ ମହାନ୍ତି)ଆଜି ସ୍ଥାନୀୟ ଅଶୋକ ମେହେଟା ସମ୍ମିଳନୀ ଗୃହରେ ଅପରାହ୍ନ ୪.୩୦ଘ ସମୟରେbl ଆସନ୍ତା ୮୦ ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଜିଲ୍ଲାସ୍ତରୀୟ ସ୍ୱେଚ୍ଛାକୃତ ବୃହତ୍ ରକ୍ତଦାନ ଶିବିର ଆୟୋଜନ ନେଇ ଜିଲ୍ଲାପାଳ ଡ଼ ମହେଶ୍ଵର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଭାରତୀୟ ରେଡ୍କ୍ରସ୍ ସୋସାଇଟି, ନବରଙ୍ଗପୁର ଜିଲ୍ଲା ଶାଖାର ଆନୁକୂଲ୍ୟରେ ଆସନ୍ତା ୧୩ ଅଗଷ୍ଟ ୨୦୨୬ ତାରିଖରେ ନବରଙ୍ଗପୁର ଇନଡୋର ଷ୍ଟାଡିୟମଠାରେ ଆୟୋଜିତ ହେବାକୁ ଥିବା ଜିଲ୍ଲାସ୍ତରୀୟ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରର ସଫଳ ଆୟୋଜନ ପାଇଁ ବିଭିନ୍ନ ବିଶୟରେ ଆଲୋଚନା ହୋଇଥିଲା। ବୈଠକରେ ରକ୍ତଦାନ ଶିବିରର ସୁପରିଚାଳନା ନିମନ୍ତେ ବିଭିନ୍ନ ବିଭାଗ, କାର୍ଯ୍ୟାଳୟ ଓ ସଂସ୍ଥାକୁ ଦିଆଯିବାକୁ ଥିବା ଦାୟିତ୍ୱ ସମ୍ପର୍କରେ ବିସ୍ତୃତ ସମୀକ୍ଷା କରାଯାଇଥିଲା। ଶିବିରରେ ଅଧିକରୁ ଅଧିକ ସ୍ୱେଚ୍ଛାସେବୀଙ୍କ ଅଂଶଗ୍ରହଣ, ରକ୍ତ ସଂଗ୍ରହ, ପଞ୍ଜୀକରଣ, ଚିକିତ୍ସା ସୁବିଧା, ସ୍ୱଚ୍ଛତା, ପାନୀୟଜଳ, ବିଦ୍ୟୁତ, , ପ୍ରଚାର-ପ୍ରସାର ଏବଂ ଅନ୍ୟାନ୍ୟ ଆବଶ୍ୟକ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରାଯାଇଥିଲା।ଜିଲ୍ଲାପାଳ ଡ଼. ମହେଶ୍ୱର ସ୍ୱାଇଁ କହିଥିଲେ ଯେ, “ରକ୍ତଦାନ ହେଉଛି ମହାଦାନ”। ସ୍ୱେଚ୍ଛାକୃତ ରକ୍ତଦାନ ମାଧ୍ୟମରେ ଅନେକ ରୋଗୀଙ୍କ ଜୀବନ ରକ୍ଷା କରାଯାଇପାରିବ। ତେଣୁ ଏହି ମହତ୍ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସମସ୍ତ ବିଭାଗ ପରସ୍ପର ସମନ୍ୱୟ ରକ୍ଷା କରି ନିର୍ଦ୍ଧାରିତ ଦାୟିତ୍ୱ ସୁଚାରୁରୂପେ ପାଳନ କରିବା ସହ ଅଧିକରୁ ଅଧିକ ସ୍ୱେଚ୍ଛାକୃତ ରକ୍ତଦାତାଙ୍କୁ ଉତ୍ସାହିତ କରିବାକୁ ସେ ଆହ୍ୱାନ ଜଣାଇଥିଲେ।ଏହି ରକ୍ତଦାନ ଶିବିରରେ ମୋଟ ୩୦୦ ରୁ ଊର୍ଦ୍ଧ୍ୱୟୁନିଟ୍ ରକ୍ତ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଛି।ବୈଠକରେ ଉପସ୍ଥିତ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିଜ ନିଜ ଦାୟିତ୍ୱ ସମୟାନୁସାରେ ସମ୍ପାଦନ କରି ୧୩ ଅଗଷ୍ଟରେ ଆୟୋଜିତ ହେବାକୁ ଥିବା ଜିଲ୍ଲାସ୍ତରୀୟ ରକ୍ତଦାନ ଶିବିରକୁ ସଫଳ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଥିଲା।ଏହି ପ୍ରସ୍ତୁତି ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ପ୍ରମୋଦ କୁମାର ପୃଷ୍ଟି, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ବିଶ୍ଵଜିତ ଚନ୍ଦ୍ର ବର୍ମନ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଆଦିତ୍ୟ ସେନ,ଉପ ଜିଲ୍ଲାପାଳ, ନବରଙ୍ଗପୁର ପ୍ରକାଶ କୁମାର ମିଶ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ପ୍ରଫୁଲ୍ଲ ପାଢ଼ୀ, ସି ଆର୍ ପି ଏଫ୍ ଡେପୁଟୀ କମାଣ୍ଡର, ଜିଲ୍ଲା ଜରୁରକାଳୀନ ଅଧିକାରୀ, ଜିଲ୍ଲା ପ୍ରକଳ୍ପ ଅଧିକାରୀ, ଜରୁରୀକାଳୀନ ବିଭାଗ ସହ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀ, ରେଡ୍ କ୍ରସ୍ ସୋସାଇଟିର ପଦାଧିକାରୀ ଏବଂ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ର ପ୍ରତିନିଧିମାନେ ଉପସ୍ଥିତ ଥିଲେ।
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍

