ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋଲାମୁଣ୍ଡା ପଞ୍ଚାୟତରେ ‘ବିନ୍ଦୁମିନା ସେବା ଫାଉଣ୍ଡେସନ’ ପକ୍ଷରୁ ସହାୟତା: ୬୫୮ ଜଣଙ୍କୁ ଛତା ଓ ଚପଲ ବଣ୍ଟନ

ଗୋଲାମୁଣ୍ଡା ପଞ୍ଚାୟତରେ ‘ବିନ୍ଦୁମିନା ସେବା ଫାଉଣ୍ଡେସନ’ ପକ୍ଷରୁ ସହାୟତା: ୬୫୮ ଜଣଙ୍କୁ ଛତା ଓ ଚପଲ ବଣ୍ଟନ

ଜୁନାଗଡ଼ (ମ ନି ସ):-କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ସଦର ଗ୍ରାମ ପଞ୍ଚାୟତରେ ଏକ ମହତ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାମାଜିକ ସଂଗଠନ “ବିନ୍ଦୁମିନା ସେବା ଫାଉଣ୍ଡେସନ” ତରଫରୁ ଅଞ୍ଚଳର ଗରିବ ବୃଦ୍ଧ ବୃଦ୍ଧା, ବିଧବା ମାଁ,ଦିବ୍ୟାଙ୍ଗ ଏବଂ ଅସହାୟ ବ୍ୟକ୍ତିମାନଙ୍କୁ ସହାୟତା ପ୍ରଦାନ କରାଯାଇଛି। ସମୁଦାୟ ୬୫୮ ଜଣ ହିତାଧିକାରୀଙ୍କୁ ସଂଗଠନ ପକ୍ଷରୁ ଛତା ଓ ଚପଲ ବଣ୍ଟନ କରାଯାଇଛି।ଏହି ବିତରଣ କାର୍ଯ୍ୟକ୍ରମରେ ଫାଉଣ୍ଡେସନର ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ନିଜେ ଯୋଗଦାନ କରି ଗରିବ ଓ ଅସହାୟ ଲୋକଙ୍କ ସେବା କରିବା ସଂଗଠନର ମୂଳ ଲକ୍ଷ୍ୟ ବୋଲି ପ୍ରକାଶ କରିଥିଲେ, ବଣ୍ଟନ କାର୍ଯ୍ୟକ୍ରମରେ ବରିଷ୍ଠ ବିଜେପି ନେତା ମନୋଜ ମେହେର, ଜୟନ୍ତ ସିଂ, ବୈଶାଖୁ କେତକୀ, ଭାଗ୍ୟବାନ ବାଗ, ମନୋଜ ଅଗ୍ରୱାଲ, ପ୍ରମୋଦ ପ୍ରଧାନ, ଅନନ୍ତ ସାହୁ, ଚନ୍ଦ୍ର କେତକୀ, ମହେନ୍ଦ୍ର ମଙ୍ଗରାଜ, ବିଷିକେଶନ ଜୋତିଶ, ଅଶ୍ୱିନ ମଲ୍ଲିକ, ଜଗୁଜୀବନ ସେଠିଆ ଯୋଗଦାନ କରି ଫାଉଣ୍ଡେସନ ର କାର୍ଯ୍ୟ କୁ ପ୍ରଶଂସା କରିଥିଲେ l ଅନ୍ୟପକ୍ଷରେ ଗୋଲାମୁଣ୍ଡା ଗ୍ରାମ ପଞ୍ଚାୟତ ରୁ ବସନ୍ତ ଚଲାନ, ଗଙ୍ଗା ବିଷ୍ଣୁ ମୁଣ୍ଡ,ମିଳନ ମୁଣ୍ଡ,ପ୍ରତାପ ସିପକା, ଉପେନ୍ଦ୍ର ସିପକା, ଦୁଷ୍ମନ୍ତ ସେନାପତି, ସୁବାସ ନାଏକ, ଭୂପେନ୍ଦ୍ର ମାଝୀ, ଗଜିନ୍ଦ୍ର ବିହାରୀ, ରାଧେ ନାଗ, ଭଗବାନ ସୁନାନୀ, ଭୃଶବ ନାଏକ, ଚୁନିଲାଲ ଅଗ୍ରୱାଲ, ଶ୍ୟାମ ଅଗ୍ରୱାଲ, ମୁରଲୀ ମାଝୀ, ରାଜା ବିହାରୀ, ବିଶାଳ ବିହାରୀ, ରାହାସ ମଙ୍ଗରାଜ, ଜଗ ମଙ୍ଗରାଜ ପ୍ରମୁଖ ସେବା ଫାଉଣ୍ଡେସନ କୁ ସମର୍ଥନ କରି ନିଜେ ରହି ବଣ୍ଟନ କାର୍ଯ୍ୟକ୍ରମ ସଫଳ କରିଥିଲେ l

ଜଗ ଜୀବନ ସା ଙ୍କ ରିପୋର୍ଟ୍ 

Related posts

ବରାଜିଆଣୀ ଗାଁ ରାସ୍ତା କାଦୁଅ ପଚ ପଚ

Sunil Chandra Nayak

୧ – ଢେଙ୍କାନାଳ ସିଭିଲ୍ କୋର୍ଟ ପରିସରରେ ୨ୟ ରାଷ୍ଟ୍ରୀୟଲୋକ ଅଦାଲତ , ୨- ଦନ୍ତା ହାତୀ ଆକ୍ରମଣ

masiha

ଜାତୀୟ ସ୍କୁଲ କବାଡି ପ୍ରତିଯୋଗିତା ପାଇଁ ମାଣ୍ଡୋସିଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀ ଇନ୍ଦୁରେଖା ଧରୁଆ ମନୋନୀତ 

masiha

Leave a Comment

error: Content is protected !!