ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ଢେଙ୍କାନାଳରେ ସାଫ୍ରନ୍ ଫୁଡ୍ କୋ ଉଦ୍ଘାଟିତ, ୨- ଢ଼େଙ୍କାନାଳରେ ଶ୍ରୀ ଗଣେଶ ପୂଜା ଆୟୋଜନ ନିମନ୍ତେ ପ୍ରସ୍ତୁତି ବୈଠକ 

ଢେଙ୍କାନାଳରେ ସାଫ୍ରନ୍ ଫୁଡ୍ କୋ ଉଦ୍ଘାଟିତ

ଢେଙ୍କାନାଳ ଗଣେଶ ବଜାରସ୍ଥିତ ଏଲ୍‌ଆଇସି ଅଫିସ୍ ସମ୍ମୁଖରେ ନୂଆ ଖାଦ୍ୟ ପ୍ରତିଷ୍ଠାନ ସାଫ୍ରନ୍ ଫୁଡ୍ କୋର ଶୁଭ ଉଦ୍ଘାଟନ ହୋଇଯାଇଛି।

ଏହି ନୂତନ ଫୁଡ୍ କୋର ଉଦ୍ଘାଟନ କରିଥିଲେ ସୁକାନ୍ତି ବେହେରା। ପ୍ରତିଷ୍ଠାନର ମାଲିକ ଗୋପାଳ ବେହେରାଙ୍କ ପକ୍ଷରୁ ଗ୍ରାହକମାନଙ୍କୁ ବିଭିନ୍ନ ସ୍ୱାଦିଷ୍ଟ ଖାଦ୍ୟ ପରିବେଷଣର ବ୍ୟବସ୍ଥା କରାଯାଇଛି।

ଏଠାରେ ବିଶେଷକରି ତନ୍ଦୁରି, ଚାଇନିଜ୍ ସହିତ ବିଭିନ୍ନ ଭେଜ୍ ଓ ନନ୍-ଭେଜ୍ ଖାଦ୍ୟ ଉପଲବ୍ଧ ହେବ। ଗ୍ରାହକଙ୍କ ରୁଚି ଓ ଚାହିଦାକୁ ଦୃଷ୍ଟିରେ ରଖି ଖାଦ୍ୟର ଗୁଣବତ୍ତା ଓ ସ୍ୱାଦ ଉପରେ ଗୁରୁତ୍ୱ ଦିଆଯିବ ବୋଲି ପ୍ରତିଷ୍ଠାନ ପକ୍ଷରୁ କୁହାଯାଇଛି।ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଢେଙ୍କାନାଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ନୂତନ ପ୍ରତିଷ୍ଠାନର ସଫଳତା କାମନା କରିଥିଲେ।

ଢ଼େଙ୍କାନାଳରେ ଶ୍ରୀ ଗଣେଶ ପୂଜା ଆୟୋଜନ ନିମନ୍ତେ ପ୍ରସ୍ତୁତି ବୈଠକ 

ଢ଼େଙ୍କାନାଳ, ତା. ୦୭.୮ ୨୦୨୬- ଢ଼େଙ୍କାନାଳରେ ଶ୍ରୀ ଗଣେଶ ପୂଜା ଆୟୋଜନ ନିମନ୍ତେ ଆଜି ପୂର୍ବାହ୍ନରେ ସ୍ଥାନୀୟ ପୁରୁଣା ଜିଲ୍ଲା ପରିଷଦ ହଲ ଠାରେ ଜିଲ୍ଲାପାଳ ଶ୍ରୀ ଆଶିଷ ଇଶ୍ଵର ପାଟିଲଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଶାନ୍ତି ଶୃଙ୍ଖଳାର ସହିତ ଭାଇଚାରା ରକ୍ଷା କରି ଶ୍ରୀ ଗଣେଶ ପୂଜା ଆୟୋଜନ କରିବାକୁ ଜିଲ୍ଲାପାଳ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି । ପୂଜା ପାଇଁ କାହାରି ଠାରୁ ଜୋର ଜବରଦସ୍ତ ଚାନ୍ଦା ଆଦାୟ ନ କରିବାକୁ ପରାମର୍ଶ ଦେଇଛନ୍ତି । ଭସାଣି ଶୋଭାଯାତ୍ରାରେ ଭାଇବ୍ରେଟର ବ୍ୟବହାର ନ କରିବା ସହିତ ବୃଦ୍ଧ-ବୃଦ୍ଧା ଓ ଶିଶୁମାନଙ୍କ ସ୍ବାସ୍ଥ୍ୟ ପ୍ରତି ଦୃଷ୍ଟି ଦେଇ ମାତ୍ରାଧିକ ଶବ୍ଦ ପରିବେଷଣ ପ୍ରତି ମଧ୍ୟ ଦୃଷ୍ଟି ଦେବାକୁ ସେ ପରାମର୍ଶ ଦେଇଛନ୍ତି । ଭସାଣି ବେଳେ ସମୟାନୁବର୍ତ୍ତିତା ପାଳନ କରିବା ସହ ନିଶା ସେବନ ଠାରୁ ଦୂରେଇ ରହିବାକୁ କରିଛନ୍ତି । ପୂଜା ଓ ଭସାଣିକୁ ଶୃଙ୍ଖଳିତ କରାଯିବ, କୌଣସି ପ୍ରକାରର ଅସାମାଜିକ କାର୍ଯ୍ୟକଳାପକୁ ବରଦାସ୍ତ କରାଯିବ ନାହିଁ, ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଭିନବ ସୋନକର ପ୍ରକାଶ କରିଛନ୍ତି । ପୂଜା ମଣ୍ଡପରେ ଏବଂ ବିସର୍ଜନ ସ୍ଥଳରେ ପୋଲିସ ମୁତୟନ ହେବେ। ନାଇଟ୍ ପେଟ୍ରୋଲିଂ ସହ ଅସ୍ଥାୟୀ ଆଉଟ୍ ପୋଷ୍ଟ ବ୍ୟବସ୍ଥା କରାଯିବ । ଭସାଣି ବେଳେ ଟ୍ରାଫିକ୍ ନିୟନ୍ତ୍ରଣର ବିହିତ ବ୍ୟବସ୍ଥା କରାଯାଇ ଭସାଣି ଯେପରି ରାତ୍ର ୮ ଟା ସୁଦ୍ଧା ଶେଷ ହେବ ସେଥିପ୍ରତି ଧ୍ୟାନ ଦିଆଯିବ ବୋଲି ସେ କହିଥିଲେ । ମିଳିତ ଗଣେଶ ପୂଜା କ୍ରିୟାନୁଷ୍ଠାନ କମିଟିର ସଭାପତି ଶ୍ରୀ ସୁଧାଂଶୁ କୁମାର ଦଳେଇ, ଆସନ୍ତା ମାସ ୧୪ ତାରିଖରେ ଶ୍ରୀ ଗଣେଶ ପୂଜା ଆରମ୍ଭ ହୋଇ ୨୧ ତାରିଖରେ ବିସର୍ଜନ କରାଯିବ ବୋଲି ପ୍ରକାଶ କରିଥିଲେ । ପୂଜା ଅନୁଷ୍ଠାନର କୌଣସି ସଦସ୍ୟ ନିଶା ସେବନ ନ କରି ଶାନ୍ତି ଶୃଙ୍ଖଳାର ସହ ପୂଜା ଓ ଭସାଣି ଉତ୍ସବ ସମାପନ କରିବାକୁ ଅନୁରୋଧ କରିଥିଲେ । ଚ଼ଳିତ ବର୍ଷ ୪୦ ଟି ପୂଜା ପ୍ରତିଷ୍ଠାନ ପକ୍ଷରୁ ଶ୍ରୀ ଗଣେଶ ପୂଜା ଅନୁଷ୍ଠିତ ହେବ, ପୂଜା କମିଟି ପକ୍ଷରୁ ରେଡ଼କ୍ରସ୍ ସଂସ୍ଥାକୁ ୫୦ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ସେ ସୂଚ଼ନା ପ୍ରଦାନ କରିଥିଲେ । ୨୧ ତାରିଖ ଦିନ ପୂର୍ବାହ୍ନ ୮ ଘଟିକା ସମୟରେ ସ୍ଥାନୀୟ ମିନି ଷ୍ଟାଡ଼ିୟମ ଠାରେ ଭସାଣି କ୍ରମାନ୍ୱୟ ପାଇଁ ଲଟେରୀ ହେବ ଏବଂ ମଧ୍ୟାହ୍ନ ୧ ଟା ୩୦ ରୁ ୨ଟା ୩୦ ମିନିଟ୍ ମଧ୍ୟରେ ମଧ୍ୟାହ୍ନ ଭୋଜନ କରାଯିବ ବୋଲି ସେ ପ୍ରକାଶ କରିଥିଲେ । ପ୍ରାରମ୍ଭରେ ଉପ ଜିଲ୍ଲାପାଳ ଶ୍ରୀ ପଦ୍ମଚରଣ ସାହୁ ସ୍ୱାଗତ ଭାଷଣ ଦେଇ ଶାନ୍ତି ଶୃଙ୍ଖଳା ମଧ୍ୟରେ ପୂଜା ଅନୁଷ୍ଠାନ ପାଇଁ ସମସ୍ତ ପୂଜା ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ ଅନୁରୋଧ କରିଥିଲେ । କାଠଶଙ୍ଖ, ଜେଲ୍ ପୋଖରୀ ଓ କୁଞ୍ଜକାନ୍ତ ପୋଖରୀରେ ମୂର୍ତ୍ତି ବିସର୍ଜନ ସ୍ଥଳକୁ ଉପଯୁକ୍ତ କରିବା, ବିଭିନ୍ନ ସ୍ଥାନରେ ଓହଳି ପଡ଼ିଥିବା ବିଦ୍ୟୁତ୍ ସରବରାହ ତାରକୁ ବ୍ୟବସ୍ଥିତ କରିବା, ପରିଷ୍କାର-ପରିଛନ୍ନତା ପ୍ରତିଦୃଷ୍ଟି ଦେବା, ଭସାଣି ସମୟରେ ଆମ୍ବୁଲାନସ ବ୍ୟବସ୍ଥା କରିବା, ସିନଟେକ୍ସ୍ ଦ୍ୱାରା ପାନୀୟ ଜଳ ଯୋଗାଣ, ଆବଶ୍ୟକ ରାସ୍ତା ମରାମତି କରାଯିବା ସଂପର୍କରେ ଆଲୋଚନା କରାଯାଇଥିଲା । ଏହି ପ୍ରସ୍ତୁତି ବୈଠକରେ ଆଇ.ଇ.ଏସ୍. ପ୍ରୋବେସନର ସୁଧା ଚୈହାନ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠି, ପୌର ଉପାଧ୍ୟକ୍ଷ ଶ୍ରୀ ପ୍ରକାଶ ଚନ୍ଦ୍ର କୁଅଁର, ବିଭାଗୀୟ ଅଧିକାରୀ ମାନେ, ସମସ୍ତ ପୂଜା ପ୍ରତିଷ୍ଠାନର କର୍ମକର୍ତ୍ତା ଗଣ, ଗଣମାଧମର ପ୍ରତିନିଧିମାନେ ଯୋଗ ଦେଇ ପ୍ରସ୍ତୁତି ସଂପର୍କରେ ଆଲୋଚନା କରିଥିଲେ । ଶେଷର ଡ଼େପୁଟୀ – ସବ୍ କଲେକ୍ଟର ପ୍ରେସିୟସ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଶୁଭମ୍ ପାଣି ଙ୍କ ରିପୋର୍ଟ୍ 

Related posts

ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଓଡିଆ ଭାଷା ସାହିତ୍ୟ ଦିଗରେ ସଭ୍ଯ ଓ କର୍ମକର୍ତ୍ତା ଚୟନ

masiha

ଡିଆଇଜି, ଜିଲ୍ଲାପାଳ ଓ ଏସପିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନର କର୍ମକର୍ତ୍ତା

KORAPUT COLLECTOR RECEIVES PRESTIGIOUS AWARD

masiha

Leave a Comment

error: Content is protected !!