ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଥୁଆମୁଳ ରାମପୁରରେ ବିଶ୍ବ ଆଦିବାସୀ ଦିବସ ୨୦୨୬ ମହାସମାରୋହରେ ପାଳିତ

ଥୁଆମୁଳ ରାମପୁରରେ ବିଶ୍ବ ଆଦିବାସୀ ଦିବସ ୨୦୨୬ ମହାସମାରୋହରେ ପାଳିତ

ଥୁଆମୁଳ ରାମପୁର:୦୯/୦୮ – (ମନିସ) :- ତା ୦୯/୦୮/୨୦୨୬ ରିଖ ରବିବାର ବିଶ୍ବ ଆଦିବାସୀ ଦିବସ। ବିଶ୍ବର ବିଭିନ୍ନ ଅଞ୍ଚଳରେ ବସବାସ କରୁଥିବା ଆଦିବାସୀ ଲୋକଙ୍କ ଅଧିକାରର ସୁରକ୍ଷା ଓ ଏ ସମ୍ଫର୍କରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଅଗଷ୍ଟ ୦୯ ତାରିଖକୁ ବିଶ୍ବ ଆଦିବାସୀ ଦିବସ ଭାବରେ ପାଳନ କରାଯାଉଥିବା ବେଳେ କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁରରେ ମଧ୍ୟ ବିଶ୍ବ ଆଦିବାସୀ ଦିବସ ଆଦିବାସୀ ସଂଘ ସଭାପତି ଶ୍ରୀ ସନାତନ ମାଝୀଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ମହାସମାରୋହରେ ପାଳିତ ହୋଇଯାଇଛି। ଆଦିବାସୀ ସଂଘ ଥୁଆମୁଳ ରାମପୁର ବ୍ଳକ କମିଟି ପକ୍ଷରୁ ଆୟୋଜିତ ଏହି ବିଶ୍ବ ଆଦିବାସୀ ଦିବସ କାର୍ଯ୍ୟକ୍ରମରେ ଆଦିବାସୀ ସଂଘ ସମ୍ପାଦକ ଶ୍ରୀ ଘାସିରାମ ମାଝୀ, ଆଦିସ୍କନ୍ଧ ସମାଜ ସମ୍ପାଦକ ଶ୍ରୀ ରାମଚନ୍ଦ୍ର ମାଝୀ, ଆଦିବାସୀ ସଂଘ ସାଧାରଣ ସମ୍ପାଦକ ଶ୍ରୀ କ୍ରୀଷ୍ଣା ମାଝୀ, ଆଦିବାସୀ ସଂଘ କୋଷାଧ୍ୟକ୍ଷ ଗୁରୁବାରୁ ମାଝୀ, କୈଳାସ ମାଝୀ ସମେତ୍ ଥୁଆମୁଳ ରାମପୁର ବ୍ଳକର ଆଦିବାସୀ ଅଞ୍ଚଳରେ ବସବାସ କରୁଥିବା ଆଦିବାସୀ ମାନ୍ଯଗଣ୍ଯ ଭଦ୍ରବ୍ଯକ୍ତି ଓ ଆଦିବାସୀ ଲୋକମାନେ ବହୁମାତ୍ରାରେ ଉପସ୍ଥିତ ରହିଥିଲେ। ରାଜ୍ୟର ଆଦିବାସୀ ଲୋକମାନେ ଜଙ୍ଗଲ ଜାତଦ୍ରବ୍ଯ ସଂଗ୍ରହ କରିବା ଉପରେ ସେମାନଙ୍କର ବଡ ଭୂମିକା ରହିଛି। ସେମାନଙ୍କ ସାହାଯ୍ୟରେ ଏହି ଦ୍ରବ୍ଯ ଗୁଡିକ ବଜାରରେ ସହଜରେ ପହଞ୍ଚିବାରେ ସହଜ ହୋଇଥାଏ। ହେଲେ ଏତେ ସବୁ ପରେ ମଧ୍ୟ ଆଦିବାସୀ ମାନେ ସୁବିଧା ସୁଯୋଗ ପାଇବାରୁ ବଞ୍ଚିତ ରହୁଛନ୍ତି। ଆଜି ବି ଅଧିକ ଆଦିବାସୀ ଅଞ୍ଚଳକୁ ଯିବା ପାଇଁ ଭଲ ରାସ୍ତା ଖଣ୍ଡେ ନାହିଁ ବିଦ୍ଯୁତ ଆଲୁଅ, ସ୍ବାସ୍ଥ୍ୟ ସେବା ଭଳି ବିଭିନ୍ନ ସୁବିଧାରୁ ବଞ୍ଚିତ ରହିଛନ୍ତି ଏହି ଅଞ୍ଚଳରେ ବସବାସ କରୁଥିବା ଆଦିବାସୀଙ୍କର। ଶିକ୍ଷା କ୍ଷେତ୍ରରେ ମଧ୍ୟ ଛୋଟଛୋଟ ପୁଅଝିଅ ମାନେ ସେତେଟା ସୁବିଧା ପାଉନାହାନ୍ତି। ପାଠ ପଢିବା ପାଇଁ ପାଖ ଗାଁକୁ ଯିବାକୁ ପଡୁଛି ନଚେତ୍ ପାଠରେ ଡୋରୀ ବାନ୍ଧି ଘରେ ବସିବା ଭଳି ଘଟଣା ମଧ୍ୟ ନଜିର ରହିଛି। ଯାହାଫଳରେ ଅନ୍ଧକାର ହେଉଛି କାଲିର ଭବିଷ୍ୟତ ତେବେ ଆଦିବାସୀଙ୍କ ସୁବିଧା ସୁଯୋଗ ଯୋଗାଇ ଦେବା ସହ ସେମାନଙ୍କୁ ଆଗକୁ ବଢିବାରେ ସହାୟତା କରିବା ନେଇ ଏହି ଦିନଟିକୁ ଦେଶ ବ୍ୟାପୀ ପାଳନ କରାଯାଏ।

ଥୁଆମୁଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଗ୍ରାମୀଣ ନାଟ୍ୟ ଦିବସ ଲୋକ କଳାକାର ମାନଙ୍କ ପ୍ରେରଣା ପ୍ରଦାୟୀ ହେବ : ରାଜେନ୍ଦ୍ର ପତି 

Sunil Chandra Nayak

First Kavach-Equipped Locomotive Flagged Off from DLS Visakhapatnam

Sunil Chandra Nayak

ଗାଁ ଗହଳିରେ ପାଚିଲା ଆମ୍ବ ପାଇଁ ଆମ୍ବତୋଟାରେ ଜମୁଛି ପିଲାଙ୍କ ଭିଡ଼ 

masiha

Leave a Comment

error: Content is protected !!