ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ଜଳେଶ୍ୱରରେ ପ୍ରଥମ ଥର ପାଇଁ ଆଇ.ସି.ଏସ. ଈ ଓଡିଶା ରିଜିଅନ ସ୍କେଟିଙ୍ଗ ଟୁର୍ଣ୍ଣ।ମେଣ୍ଟ ଉଦଘାଟିତ :୧୧ ଜଣ ଛାତ୍ର ଛାତ୍ରୀ ଜାତୀୟସ୍ତର ପାଇଁ ମନୋନୀତ,୨- ସମାଜ କଲ୍ୟାଣ ବିକାଶ ପରିଷଦ ପକ୍ଷରୁ ଅଗଷ୍ଟ କ୍ରାନ୍ତି ଦିବସ ପାଳନ

ଜଳେଶ୍ୱରରେ ପ୍ରଥମ ଥର ପାଇଁ ଆଇ.ସି.ଏସ. ଈ ଓଡିଶା ରିଜିଅନ ସ୍କେଟିଙ୍ଗ ଟୁର୍ଣ୍ଣ।ମେଣ୍ଟ ଉଦଘାଟିତ :୧୧ ଜଣ ଛାତ୍ର ଛାତ୍ରୀ ଜାତୀୟସ୍ତର ପାଇଁ ମନୋନୀତ

ଜଳେଶ୍ଵର,୯/୮-(ମନିସ): ଜଳେଶ୍ଵର ସେଣ୍ଟ ଜେମ୍ସ କନଭେଣ୍ଟ ସ୍କୁଲ ଆନକୂଲ୍ୟରେ ପ୍ରଥମ ଥର ପାଇଁ ଆଇ.ସି.ଏସ. ଈ ଓଡିଶା ରିଜିଅନ ସ୍କେଟିଙ୍ଗ ଟୁର୍ଣ୍ଣ।ମେଣ୍ଟ ଜାତୀୟ ରାଜପଥ ସନ୍ନିକଟ ଲକ୍ଷ୍ମଣନାଥ ଟୋଲ୍ ପ୍ଲାଜା ନିକଟରେ ଗତକାଲି ଅନୁଷ୍ଠିତ ହୋଇଯାଇଛି । ସେଣ୍ଟ ଜେମ୍ସ କନଭେଣ୍ଟ ସ୍କୁଲ ପ୍ରିନ୍ସିପାଲ ସିଷ୍ଟର ପ୍ରୀତି ଭରଗିଜଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜୋନାଲ ସ୍ପୋର୍ଟସ କର୍ଡିନେଟର ତଥା କରଞ୍ଜିଆ ବିକାଶ ସଦନ କନଭେଣ୍ଟ ସ୍କୁଲ ପ୍ରିନ୍ସିପାଲ ସିଷ୍ଟର୍ ଏଞ୍ଜେଲା ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ସ୍କେଟିଙ୍ଗ କ୍ରୀଡ଼ା ପ୍ରତି ଆକୃଷ୍ଟ କରିବା ପାଇଁ ଏଭଳି ସ୍କେଟିଙ୍ଗ ଟୁର୍ଣ୍ଣ।ମେଣ୍ଟର ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ କରିଥିଲେ।ଏହି ଟୁର୍ଣ୍ଣ।ମେଣ୍ଟକୁ କୋର୍ଡିନେଟର ଭୂପତି ଭୋଇ, କ୍ରୀଡ଼ା ଶିକ୍ଷକ ପାର୍ଥ ଘୋଷଲ, ବରିଷ୍ଠ କୋଚ୍ ସୁଶାନ୍ତ କୁମାର ସାହୁ ଓ ଯୁବ କୋଚ୍ ରୋହିତ ଭୋଇ ପ୍ରମୁଖ ପରିଚାଳନା କରିଥିଲେ । ୧୧ ବର୍ଷ କମ୍ ବାଳକ ବର୍ଗରେ ଜଳେଶ୍ଵରର ସେକ ରିହାନ, ଆରୋଜିତ ରାଉଳ ଓ ପ୍ରିୟାଂଶୁ ବେହେରା ଓ ବାଳିକା ବର୍ଗରେ ଏକମାତ୍ର ସାନଭି ଦାସ (କେନ୍ଦୁଝର) ମନୋନୀତ ହୋଇଛନ୍ତି।୧୪ ବର୍ଷ କମ୍ ବାଳକ ବର୍ଗରେ ସୁଦୀପ୍ତ କୁମାର ବାରିକ୍(କେନ୍ଦୁଝର) ଓ ଜଳେଶ୍ଵରର ଅଂଶୁମାନ ଦାଶ ଓ ପ୍ରତ୍ୟୁଷ ଦେ ମନୋନୀତ ହୋଇଥିବା ବେଳେ ୧୭ ବର୍ଷ କମ୍ ବାଳକ ବର୍ଗରେ ଜଳେଶ୍ଵରର ଓମ୍ ଶଙ୍କର ପ୍ରଧାନ ,ଦିବ୍ୟ ପ୍ରସାଦ ସାହୁ ଓ ଦୀପଙ୍କର ଜେନା ମନୋନୀତ ହୋଇଛନ୍ତି।ସେହିପରି ୧୯ ବର୍ଷ କମ୍ ବାଳକ ବର୍ଗରେ ଜଳେଶ୍ଵରର ଏକମାତ୍ର ଆୟୁଷ କୁମାର ଜେନା ମନୋନୀତ ହୋଇଛନ୍ତି।ଜାତୀୟ ସ୍ତରରେ ଖେଳିବା ପାଇଁ ମନୋନୀତ ହୋଇଥିବା ୧୧ ଜଣ ଛାତ୍ର ଛାତ୍ରୀଙ୍କ ମଧ୍ୟରୁ ଜଳେଶ୍ଵରସ୍ଥିତ ନର୍ଥ ଓଡ଼ିଶା ସ୍କେଟିଙ୍ଗ ଏକାଡେମୀର ୯ ଜଣ ଛାତ୍ର ସ୍ଥାନ ପାଇ ଥିବାରୁ ଏକାଡେମୀ ସଭାପତି ସୁକୁମାର ରଣା,ଉପସଭାପତି ଗୀତାଶ୍ରୀ ଦେ,ସାଧାରଣ ସମ୍ପାଦକ ଭୂପତି ଭୋଇ,ସମ୍ପାଦକ ଆରତୀ ଦାସ,ସହ ସମ୍ପାଦକ ରାନୁ ପରିଡ଼ା,ଯୁଗ୍ମ ସମ୍ପାଦକ ପଦ୍ମିନୀ ଦାଶ, କୋଷାଧ୍ୟକ୍ଷ ସଂଯୁକ୍ତା ଭୋଇ ପ୍ରମୁଖ କର୍ମକର୍ତ୍ତା ମାନେ ସେମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ରିଜିଓନାଲ କ୍ରୀଡ଼ା ପ୍ରତିଯୋଗିତାରେ କୃତିତ୍ୱ ଲାଭ କରିଥିବା ଛାତ୍ର ଛାତ୍ରୀ ମାନେ ଆସନ୍ତା ଅକ୍ଟୋବର ୭ ରୁ ୯ ତାରିଖ ପର୍ଯ୍ୟନ୍ତ ମହାରାଷ୍ଟ୍ର ରାଜ୍ୟର ଥାନେସ୍ଥିତ ହୀରା ନନ୍ଦିନୀ ଫାଉଣ୍ଡେସନ ସ୍କୁଲଠାରେ ହେବାକୁ ଥିବା ଜାତୀୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଯୋଗ ଦେବେ ବୋଲି ଘୋଷଣା କରଯାଇଥିଲା।ଶେଷରେ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କୃତୀ ପ୍ରତିଯୋଗୀଙ୍କୁ ଗୋଲ୍ଡ ଓ ସିଲଭର ସହିତ ପ୍ରମାଣ ପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।

ସମାଜ କଲ୍ୟାଣ ବିକାଶ ପରିଷଦ ପକ୍ଷରୁ ଅଗଷ୍ଟ କ୍ରାନ୍ତି ଦିବସ ପାଳନ

ଜଳେଶ୍ଵର,୯/୮(ମନିସ)- ଜଳେଶ୍ଵର ଷ୍ଟେସନ ବଜାର କାଳୀ ମନ୍ଦିର ସମ୍ମିଳନୀ କକ୍ଷରେ ସମାଜ କଲ୍ୟାଣ ବିକାଶ ପରିଷଦର କାର୍ଯ୍ୟକାରୀ ସଭାପତି ଡଃ ରମାକାନ୍ତ ଭଞ୍ଜଙ୍କ ପୌରହିତ୍ୟରେ ଅଗଷ୍ଟ କ୍ରାନ୍ତି ଦିବସ ପାଳନ ସହିତ ସମାଜ କଲ୍ୟାଣ ବିକାଶ ପରିଷଦର ୧୩ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ସାଧାରଣ ସମ୍ପାଦକ ତଥା ହାଇକୋର୍ଟ ଆଇନଜୀବୀ ରାମଚନ୍ଦ୍ର ଜେନା , ଉପସଭାପତି ଡଃ ଅଜିତ କୁମାର ମହାନ୍ତି ଅଗଷ୍ଟ କ୍ରାନ୍ତି ଦିବସ ପାଳନ ଓ “କର ବା ମର” ନାରା ସେତେବେଳେ କିପରି ସମଗ୍ର ଦେଶରେ ଚହଳ ସୃଷ୍ଟି କରିଥିଲା,ସେ ସମ୍ପର୍କରେ ଆଲୋଚନା କରିଥିଲେ।ଜଳେଶ୍ଵର ଷ୍ଟେସନର ଉନ୍ନତି, ଜି କେ ହସ୍ପିଟାଲର ବିକାଶ,ଜଳେଶ୍ଵରକୁ ଏକ ନୂତନ ସବ୍ ଡିଭିଜନ ଓ ଜିଲ୍ଲାର ମାନ୍ୟତା ସମ୍ପର୍କରେ ବକ୍ତାମାନେ ଆଲୋଚନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପ୍ରତିଷ୍ଠାତା ଉପସଭାପତି ତଥା ଆଇନଜୀବୀ ସୁକୁମାର ରଣା, ବରିଷ୍ଠ ସଦସ୍ୟ ସୁଧୀର କୁମାର ମହାନ୍ତି,କୋଷାଧ୍ୟକ୍ଷ ବନମାଳୀ ଧଳ, ସହ ସମ୍ପାଦକ ଅବନୀ କୁମାର ଚନ୍ଦ, ଶରତ ଚନ୍ଦ୍ର ପରିଡା,ସିଦ୍ଧେଶ୍ୱର ପଣ୍ଡା, , ଶିକ୍ଷାବିତ୍ ଅଞ୍ଜନ କୁମାର ଦେ , ଶିକ୍ଷକ ନେତା ମୁରଲୀ ମୋହନ ପ୍ରଧାନ, ସାମ୍ବାଦିକ ରବି ନାରାୟଣ ପାତ୍ର ପ୍ରମୁଖ ଯୋଗଦେଇ ସମାଜ କଲ୍ୟାଣ ବିକାଶ ପରିଷଦର ଜନ୍ମ ଆଜିର ଦିନରେ ୨୦୧୪ ମସିହାରୁ ସୃଷ୍ଟି ହୋଇ ବହୁତ ବିକାଶ ମୂଳକ କାର୍ଯ୍ୟରେ ସାମିଲ ହୋଇଛି ବୋଲି ମତ ବ୍ୟକ୍ତ କରିଥିଲେ।ଶେଷରେ ଆଇନଜୀବୀ ସତ୍ୟ ନାରାୟଣ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

ଏନ୍‌ଆଇଟି ରାଉରକେଲାର ୨୪ତମ ବାର୍ଷିକ ସମାବର୍ତ୍ତନ ଉତ୍ସବ ଆସନ୍ତା ୧୨ରେ….

Sunil Chandra Nayak

ମାନବ ସେବାରେ ନବ ଦମ୍ପତି 

masiha

କୁଆଁରମୁଣ୍ଡା ବ୍ଲକ ପରିସର ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

masiha

Leave a Comment

error: Content is protected !!