ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଳେଶ୍ୱରରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆଇନଜୀବୀଙ୍କୁ ଭୁଜାଲିରେ ଆକ୍ରମଣ: ଗୁରୁତର ଅବସ୍ଥାରେ ବାଲେଶ୍ୱର ସ୍ଥାନାନ୍ତର

ଜଳେଶ୍ୱରରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ :

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆଇନଜୀବୀଙ୍କୁ ଭୁଜାଲିରେ ଆକ୍ରମଣ: ଗୁରୁତର ଅବସ୍ଥାରେ ବାଲେଶ୍ୱର ସ୍ଥାନାନ୍ତର

ଜଳେଶ୍ଵର, ୧୦/୮(ମନିସ) ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବ ଆଇନଜୀବୀଙ୍କୁ ୩ଜଣ ଦୁବୃର୍ତ୍ତ ଆସି ଭୁଜାଲିରେ ଆକ୍ରମଣ କରି ଘଟଣା ସ୍ଥଳରୁ ଚଂପଟ ମାରିବା ଘଟଣା ଜଳେଶ୍ଵର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।ପ୍ରାପ୍ତ ସୂଚାନୁଯାୟୀ ନାମ୍ପୋ ଅଞ୍ଚଳର ପୂର୍ବତନ ଓଡ଼ିଶା ଭୂଦାନ ବୋର୍ଡ ସଭାପତି ସ୍ବର୍ଗତ ସୁଧାଂଶୁ ଶେଖର ଦାସଙ୍କ ପୁଅ ସିଦ୍ଧାର୍ଥ ଦାସ ଜଳେଶ୍ଵର କୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟ କରନ୍ତି।ଆଜି ଅପରାହ୍ନ ୩ ଟା ୩୦ ମିନିଟ ସମୟରେ ସେ କୋର୍ଟ କାର୍ଯ୍ୟ ସରିବା ପରେ ନିଜ ଓ ଡି ୦୧/ ବି ଏ୦୦୧୦ ନଂ ବିଶିଷ୍ଟ ବାଇକରେ ନିଜ ଘର ନାମ୍ପୋକୁ ଫେରୁଥିଲା ବେଳେ ୧୬ ନଂ ଜାତୀୟ ରାଜପଥ ଶାନ୍ତିଆ ବ୍ରିଜ ନିକଟରେ ୩ ଜଣ ଯୁବକ ପଛ ପଟୁ ଏକ ବାଇକରେ ଆସି ତାଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ । ସିଦ୍ଧାର୍ଥଙ୍କର ଡାହାଣ କାନ୍ଧ ଓ ଦୁଇ ହାତରେ ଗଭୀର ଆଘାତ ଲାଗିଥିଲା ବେଳେ ଦୁର୍ବୁତ୍ତମାନେ ସେଠାରୁ ଚମ୍ପଟ ମାରିଥିଲେ। ସେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପଡିଥିଲା ବେଳେ ରାସ୍ତାରେ ଯାଉଥିଲା ଲୋକମାନେ ତାଙ୍କୁ ଉଦ୍ଧାର କରି ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲକୁ ଆଣିଥିଲେ।ସେଠାରେ ତାଙ୍କର ଅବସ୍ଥା ଅଧିକ ଗୁରୁତର ହେବାରୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ତାଙ୍କୁ ଆକ୍ରମଣ କରାଯାଇଥିବା ଅନୁମାନ କରାଯାଉଛି । ଘଟଣା ସ୍ଥଳରେ ଜଳେଶ୍ଵର ପୋଲିସ ପହଂଚି ଅଧିକ ତଦନ୍ତ ଜାରୀ ରଖିଛି।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

ମହାବିଦ୍ୟାଳୟ / ବିଶ୍ବବିଦ୍ୟାଳୟ ମାନଙ୍କରେ ଛାତ୍ର ସଂସଦ ନିର୍ବାଚନ ଦାବି ନେଇ ଅଖିଳ ଭାରତୀୟ ଛାତ୍ର ସଂଘ ତରଫରୁ ସାମ୍ବାଦିକ ସମ୍ମିଳନୀ 

Sunil Chandra Nayak

ବିପର୍ଯ୍ୟୟ ସମୟରେ କିପରି ମୁକାବିଲା କରିବା, ସେ ବାବଦରେ ପ୍ରସ୍ତୁତି ଓ ପରିଚାଳନା ପାଇଁ ତାଲିମ ଶିବିର ଅନୁଷ୍ଠିତ 

Sunil Chandra Nayak

‘ସିଏମ୍‌ କିଷାନ’ ଯୋଜନା: ନୂଆପଡ଼ାର ୯୮,୧୧୨ ହିତାଧିକାରୀଙ୍କୁ ମିଳିଲା ୧୯.୬୯ କୋଟି ଟଙ୍କାରୁ ଅଧିକ ସହାୟତା

Sunil Chandra Nayak

Leave a Comment

error: Content is protected !!