ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ମୋଦି ସରକାରଙ୍କ ଶ୍ରମିକ ଓ କୃଷକ ବିରୋଧୀ ନିତୀ ବିରୁଦ୍ଧରେ ମିଳିତ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ଓ ସଂଯୁକ୍ତ କିଷାନ ମୋର୍ଚ୍ଚା ର ଦେଶବ୍ୟାପୀ ଆଇନ୍ ଅମାନ୍ୟ ଓ ଜେଲଭରୋ 

ମୋଦି ସରକାରଙ୍କ ଶ୍ରମିକ ଓ କୃଷକ ବିରୋଧୀ ନିତୀ ବିରୁଦ୍ଧରେ ମିଳିତ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ଓ ସଂଯୁକ୍ତ କିଷାନ ମୋର୍ଚ୍ଚା ର ଦେଶବ୍ୟାପୀ ଆଇନ୍ ଅମାନ୍ୟ ଓ ଜେଲଭରୋ 

ରାଉରକେଲା :ସମସ୍ତ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ଯଥା ସି ଆଇ ଟି ୟୁ,ଏ ଆଇ ୟୁ ଟି ୟୁ ସି,ଏଚ ଏମ୍ ଏସ,ଏ ଆଇ ୟୁ ଟି ୟୁ ସି,ଏ ଆଇ ସି ସି ଟି ୟୁ,ଆଇ ଏନ୍ ଟି ୟୁ ସି, ସମସ୍ତ ସ୍ଵାଧୀନ କର୍ମଚାରୀ ଫେଡେରେସନ ଓ ସଂଯୁକ୍ତ କିଷାନ ମୋର୍ଚ୍ଚା ର ଗତ ଜୁଲାଇ ୨୯ ତାରିଖ ଦିଲ୍ଲୀର ତାଲକୋତରା ଷ୍ଟାଡିୟମ ରେ ଅନୁଷ୍ଠିତ ଜାତୀୟ କନଭେନସନ ର ନିଷ୍ପତ୍ତି ଅନୁଯାୟୀ କେନ୍ଦ୍ର ମୋଦି ସରକାର ଙ୍କ ଶ୍ରମିକ ବିରୋଧୀ ,କୃଷକ ବିରୋଧୀ ଓ ଜନ ବିରୋଧି ନିତୀ ବିରୁଦ୍ଧରେ ଦେଶ ବଂଚାଅ – ଜନତା ବଞ୍ଚାଅ ଆହ୍ଵାନରେ ଅଗଷ୍ଟ ୧୦ ତାରିଖ କ୍ରାନ୍ତି ଦିବସ ସ୍ମାରକୀ ରେ ୨୦ ଦଫା ଦାବିରେ ଆହ୍ବାନ କରାଯାଇଥିବା ଦେଶବ୍ୟାପୀ ଆଇନ୍ ଅମାନ୍ୟ ଓ ଜେଲଭରୋ ଆନ୍ଦୋଳନ ଆଜି ଅପରାହ୍ନରେ ଉଦିତ ନଗର ସ୍ଥିତ ପାନପୋଷ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଭା ସଂଗଠିତ କରାଯିବା ସହିତ ଆଇନ୍ ଅମାନ୍ୟ କରି ପ୍ରାୟ ୩ ଶହ ରୁ ଉର୍ଦ୍ଧ ଶ୍ରମିକ,କୃଷକ ଓ କର୍ମଚାରୀ ସମେତ ଜିଲ୍ଲାର ବିଭିନ୍ନ ନେତା ଏହି କାର୍ଯ୍ୟକ୍ରମ ରେ ସାମିଲ ହେବା ସହିତ ମୋଦି ସରକାର ଙ୍କ ଏହି ନୀତି ବିରୁଦ୍ଧରେ ନିଜର ଗିରଫଦାରୀ ଦେଇଥିଲେ।

ଆଇନ୍ ଅମାନ୍ୟ ଓ ଜେଲଭରୋ ପୂର୍ବରୁ ଅନୁଷ୍ଠିତ ସଭାରେ ସି ଆଇ ଟି ୟୁ ଜିଲ୍ଲା ସାଧାରଣ ସମ୍ପାଦକ ବିମାନ ମାଇତି ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ସଭାରେ ସି ଆଇ ଟି ୟୁ ରାଜ୍ୟ ଉପସଭାପତି ଜାହାଙ୍ଗୀର ଅଲ୍ଲୀ,ଶ୍ରୀମନ୍ତ ବେହେରା, ବସନ୍ତ ନାୟକ, ଶକୁନ୍ତଳା ମହାକୁଡ଼,ରାଜ କିଶୋର ପ୍ରଧାନ,ବି ପି ମହାପାତ୍ର, ଯଯାତି କେଶରୀ ସାହୁ, ଅଜିତ ଏକ୍କା,ଏ ଆଇ ଟି ୟୁ ସି ସାଧାରଣ ସମ୍ପାଦକ ପ୍ରଦୋଷ ମହାନ୍ତି,ସଦାନନ୍ଦ ସାହୁ,ରମେଶ ସେଠୀ, କୈଳାସ ନାୟକ,ଏଚ ଏମ୍ ଏସ ସାଧାରଣ ସମ୍ପାଦକ ଶଶଧର ନାୟକ, ପ୍ରମୋଦ ଦାସ, ସିଦ୍ଧେଶ୍ୱର ବଳ ଖଗେନ୍ଦ୍ର ବେହେରା, ଦିଗମ୍ବର ମହାନ୍ତି,ଏ ଆଇ ସି ସି ଟି ୟୁ ରାଜ୍ୟ ଉପ ସଭାପତି ଅଜିତ ନାୟକ, ଶ୍ରୀନିବାସ ସେଠୀ, ବିରେନ୍ ନାୟକ,ବିଜୟ ସାହୁ,ଏ ଆଇ ସି ସି ଟି ୟୁ ନେତା ରାଜା ମୁନ୍ନା, ସଂଯୁକ୍ତ କିଷାନ ମୋର୍ଚ୍ଚା ନେତା ସୁରେନ୍ଦ୍ର ଦାଶ,ବୁଧନୀ ମୁଣ୍ଡାରୀ, ଶାନ୍ତି ମିଞ୍ଜ, ରଜତ ମୁଣ୍ଡା ପ୍ରମୁଖ ବକ୍ତବ୍ୟ ରଖି କେନ୍ଦ୍ର ମୋଦି ସରକାର ବିଗତ ୧୨ ବର୍ଷ ଧରି କ୍ଷମତାରେ ରହିବା ସମୟରେ କେବଳ ଦେଶର କର୍ପୋରେଟ ସଂସ୍ଥା ଓ ପୁଞ୍ଜିପତି ମାନଙ୍କର ସ୍ବାର୍ଥ ରକ୍ଷା ପାଇଁ ବିଭିନ୍ନ ନିଷ୍ପତ୍ତି ନେଉଥିବା ବେଳେ ଦେଶର ସାଧାରଣ ଜନତା, ଶ୍ରମିକ,କୃଷକ ମାନଙ୍କ ବିରୁଦ୍ଧରେ ଆକ୍ରମଣ ଦିନକୁ ଦିନ ତୀବ୍ର କରିବାରେ ଲାଗିଛନ୍ତି। ଦେଶ ବଞ୍ଚାଅ ଜନତା ବଞ୍ଚାଅ ଦାବିରେ ଆଜିର ଆଇନ୍ ଅମାନ୍ୟ ଓ ଜେଲଭରୋ ଆନ୍ଦୋଳନ ଆହ୍ବାନ କରାଯାଇଥିଲା ବେଳେ ଆଗାମୀ ଦିନରେ ମୋଦି ସରକାର କୁ ଗାଦିଚ୍ୟୁତ କରିବା ପାଇଁ ବିଶାଳ ଆନ୍ଦୋଳନ କରାଯିବ ବୋଲି ଶ୍ରମିକ ଓ କୃଷକ ନେତାମାନେ ଚେତାବନୀ ଦେଇଥିଲେ।

         ୨୦ ଦଫା ଦାବିରେ ଯଥା ଶ୍ରମିକ ବିରୋଧୀ ୪ ଟି ଶ୍ରମ କୋର୍ଡ ବାତିଲ କରିବା, କୃଷକମାନଙ୍କୁ ଏମ୍ ଏସ ପି ପ୍ରଦାନ କରିବା, ମନରେଗା ଯୋଜନାରେ ବର୍ଷକୁ ୨ ଶହ ଦିନ କାମ ଓ ଦୈନିକ ୭ ଶହ ଟଙ୍କା ମଜୁରୀ ସହିତ ବି ଭି ଜି ଗ୍ରାମ ଜି ଯୋଜନା କୁ ବାତିଲ କରିବା,ବିଦ୍ୟୁତ ସଂଶୋଧନ ବିଲ୍ ପ୍ରତ୍ୟାହାର କରିବା, ଦରଦାମ ନିୟନ୍ତ୍ରଣ କରିବା,ଆଶା , ଅଙ୍ଗନବାଡି ସହିତ ସମସ୍ତ ସ୍କିମ ଶ୍ରମିକ ଙ୍କୁ ଶ୍ରମିକ ର ମାନ୍ୟତା ସହିତ ସାମାଜିକ ସୁରକ୍ଷା ଯୋଗାଇ ଦେବା, ରାଷ୍ଟ୍ରାୟତ ଉଦ୍ୟୋଗ ର ଘରୋଇକରଣ ବନ୍ଦ କରିବା,ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣାରେ ନ୍ୟାୟିକ ଯାଞ୍ଚ ସହିତ ଦୋଷୀ ମାନଙ୍କ ବିରୁଦ୍ଧରେ କଠୋର ଦଣ୍ଡବିଧାନ କରିବା,ମୃତକ ଛାତ୍ର ଛାତ୍ରୀ ମାନଙ୍କ ପରିବାରବର୍ଗଙ୍କୁ କୋଟିଏ ଟଙ୍କା କ୍ଷତିପୂରଣ,ଇ-୨୦ ପେଟ୍ରୋଲ କୁ ତୁରନ୍ତ ସରକାର ବନ୍ଦ କରିବା ପ୍ରମୁଖ ସମେତ ଅନ୍ୟାନ୍ୟ ଦାବିର ଆଜିର ଏହି ଜେଲଭରୋ ଆନ୍ଦୋଳନ ସଂଗଠିତ ହୋଇଥିଲା । ବିକ୍ଷୋଭକାରୀ ମାନେ ଆଇନ୍ ଅମାନ୍ୟ କରି ନିଜର ଗିରଫଦାରୀ ଦେଇଥିଲେ।

   ଆଜିର ଆଇନ୍ ଅମାନ୍ୟ ଓ ଜେଲଭରୋ କାର୍ଯ୍ୟକ୍ରମ କୁ ସି ଆଇ ଟି ୟୁ ନେତା ଅଜୟ ଶର୍ମା, ଲକ୍ଷ୍ମୀଧର ନାୟକ, ବିଶ୍ଵଜିତ ମାଝୀ, ପ୍ରଭାତ ମହାନ୍ତି, ଚନ୍ଦ୍ରଭାନୁ ଦାସ, ରତ୍ନାକର ନାୟକ, ଅରୁଣ ମହାରଣା, ଅଜିତ ଦାସ, ସୁଧାଂଶୁ ଜେନା,ସମ୍ବିତ ସ୍ବାଇଁ, ସଚିନ୍ ରାୟ, ଏ ଆଇ ଟି ୟୁ ସି ନେତା ଅନୁପମ ଦତ୍ତ, ପଞ୍ଚାନନ ସୁନା,ସନ୍ତୋଷ ଲେହେରୀ,ଏଚ ଏମ୍ ଏସ ନେତା ପ୍ରଫୁଲ୍ଲ ଚରଣ ବେହେରା, ସରୋଜ କୁମାର ରାଉଳ, କଳାକାର ସାହୁ,ଏ ଆଇ ୟୁ ଟି ୟୁ ସି ନେତା ଆଲୋକ ବେହେରା, କୃଷ୍ଣ ଶର୍ମା, କୃଷକ ସଭା ନେତା ରାଜୀବ ବସନ୍ତ ରାୟ, ବିଶ୍ଵନାଥ ଲେଙ୍କା,ପ୍ରମୋଦ ପରିଡ଼ା ପ୍ରମୁଖ ପରିଚାଳନା କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଅନାସ୍ଥା ପ୍ରସ୍ତାବ ଡ୍ରାମା  ଅଧ୍ୟକ୍ଷାଙ୍କ ବିପକ୍ଷରେ ସମସ୍ତ କାଉନସିଲର ଦେଲେ ଭୋଟ୍‌,ହାରିଗଲେ ଅଧ୍ୟକ୍ଷା

masiha

ହେମ ପ୍ରସାଦ ରାଜ୍ୟ ଯୁବ କଂଗ୍ରେସ ସୋସିଆଲ ମିଡ଼ିଆ କାର୍ଯ୍ୟକାରୀ ସଦସ୍ୟ ମନୋନିତ

Sunil Chandra Nayak

ତେନ୍ତୁଳିଖୁଣ୍ଟି ବ୍ଲକ କଂଗ୍ରେସ ର ଘରେଘରେ କଂଗ୍ରେସ ଘରେଘରେ ହାତ କାର୍ଯ୍ୟକ୍ରମ ଆରମ୍ଭ

masiha

Leave a Comment

error: Content is protected !!