ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉପାନ୍ତ ଅଞ୍ଚଳରେ ୫ ଜି ନେଟୱର୍କ ସୁବିଧା ଯୋଗାଇବା ପାଇଁ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣୀରେ ଅଭିଯୋଗ 

ଉପାନ୍ତ ଅଞ୍ଚଳରେ ୫ ଜି ନେଟୱର୍କ ସୁବିଧା ଯୋଗାଇବା ପାଇଁ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣୀରେ ଅଭିଯୋଗ 

    ରାଇରଙ୍ଗପୁର – ( ଅକ୍ଷୟ ବିଶ୍ବାଳ) ୧୧/୦୮ ମୟୂରଭଞ୍ଜ ଜିଲ୍ଲାର ବହଳଦା ବ୍ଲକ ଅନ୍ତର୍ଗତ ଯୋଶିପୁର ଗ୍ରାମ ପଞ୍ଚାୟତ ର କେତେଗୁଡିଏ ଗ୍ରାମ ଯଥା, କୁଦରସାହି, ଯୋଶିପୁର, ରଙ୍ଗାମାଟିଆ , ନନ୍ଦାବସା, ଅସୁରଘାଟି, ନୁଆଗାଁ ଏବଂ ସାପଘରା ଅଞ୍ଚଳରେ ଏପର୍ଯ୍ୟନ୍ତ ପର୍ଯ୍ୟାପ୍ତ ୫ ଜି ନେଟୱର୍କ ସୁବିଧା ଉପଲବ୍ଧ ନଥିବା ଯୋଗୁଁ ସାଧାରଣ ଲୋକ, ଛାତ୍ରଛାତ୍ରୀ, ଯୁବପିଢ଼ି, ଡିଜିଟାଲ ସେବା, ଡିଜିଟାଲ ବ୍ୟାଙ୍କିଙ୍ଗ ସାଧାରଣ ଉପଭୋକ୍ତା ଏବଂ କେତେ ଗୁଡ଼ିଏ ସରକାରୀ କାର୍ଯ୍ୟକ୍ରମ ଆୟୁଷ୍ମାନ କାର୍ଡ ଏକ୍ଟିବ୍ ସହିତ ବିଭିନ୍ନ ସରକାରୀ ଯୋଜନା ନିମନ୍ତେ ସମସ୍ୟାର ସମ୍ମୁଖୀନ ହେଉଥିବା ନେଇ ଅଭିଯୋଗ ହୋଇଛି। ଏହି ସମସ୍ୟାର ସମାଧାନ ଏବଂ ଯୋଶିପୁର ପଞ୍ଚାୟତ ଉପାନ୍ତ ଅଳରେ ଆବଶ୍ୟକୀୟ ୫ ଜି ମୋବାଇଲ୍ ନେଟୱର୍କ ସୁବିଧା ଶୀଘ୍ର ଉପଲବ୍ଧ କରାଇବା ଦାବିରେ ସାମାଜିକ କର୍ମୀ ତଥା ସାମ୍ବାଦିକ ବାରିୟାଳ୍ ହେମ୍ବ୍ରମ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣୀରେ ଏକ ଅଭିଯୋଗ ପତ୍ର ଦାଖଲ କରିଛନ୍ତି। ଅଭିଯୋଗ ପତ୍ରରେ ଗ୍ରାମାଞ୍ଚଳରେ ଡିଜିଟାଲ ଯୋଗାଯୋଗକୁ ଆହୁରି ସୁଦୃଢ଼ କରିବା ସହିତ ଛାତ୍ରଛାତ୍ରୀଙ୍କ ଅନଲାଇନ୍ ଶିକ୍ଷା, ଅନଲାଇନ୍ ସରକାରୀ ସେବା, ଡିଜିଟାଲ ପେମେଣ୍ଟ, ଅନଲାଇନ୍ ବ୍ୟବସାୟ ଏବଂ ଅନ୍ୟାନ୍ୟ ସରକାରୀ କାର୍ଯ୍ୟ ପାଇଁ ଉନ୍ନତ ମୋବାଇଲ୍ ନେଟୱର୍କର ଆବଶ୍ୟକତା ଉପରେ ଗୁରୁତ୍ୱ ଦିଆଯାଇଛି।

   ବିଶେଷକରି ଯେଉଁ ଅଞ୍ଚଳଗୁଡ଼ିକରେ ୫ ଜି ସେବା ଏପର୍ଯ୍ୟନ୍ତ ପହଞ୍ଚିନାହିଁ, ସେଠାରେ ଟେଲିକମ୍ କମ୍ପାନୀ ଓ ସମ୍ପୃକ୍ତ ବିଭାଗ ସହିତ ସମନ୍ୱୟ କରି ୫ ଜି ଟାୱାର/ନେଟୱର୍କ ଭିତ୍ତିଭୂମି ବିକାଶ କରିବା ଏବଂ ଶୀଘ୍ର ସେବା ଉପଲବ୍ଧ କରାଇବା ପାଇଁ ଦାବି କରାଯାଇଛି। ବାରିୟାଳ୍ ହେମ୍ବ୍ରମ କହିଛନ୍ତି ଯେ, ବର୍ତ୍ତମାନ ସମୟରେ ଦ୍ରୁତ ଇଣ୍ଟରନେଟ୍ ଓ ଡିଜିଟାଲ୍ ଯୋଗାଯୋଗ ଲୋକଙ୍କ ଦୈନନ୍ଦିନ ଜୀବନ, ଶିକ୍ଷା ଓ ଜୀବିକାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ତେଣୁ ଗ୍ରାମାଞ୍ଚଳ ସମେତ ସମସ୍ତ ଅଞ୍ଚଳରେ ଉନ୍ନତ ମୋବାଇଲ୍ ନେଟୱର୍କ ସୁବିଧା ଉପଲବ୍ଧ କରାଇବା ଆବଶ୍ୟକ। ଏହି ଅଭିଯୋଗ ଉପରେ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଆଶା ପ୍ରକାଶ କରାଯାଇଛି।

ରାଇରଙ୍ଗପୁର ରୁ ଅକ୍ଷୟ ଵିଶ୍ବାଳ

Related posts

ଅଲ ଓଡ଼ିଶା ସିଡ୍ୟୁଲଡ କାଷ୍ଟ ଫେଡେରେସନର ନୂତନ କର୍ମକର୍ତ୍ତା ବସନ୍ତ ନାଏକ ସଭାପତି : ବିଭୀଷଣ ନାଏକ ସାଧାରଣ ସଂପାଦକ

masiha

ଗ୍ରାମ ର ପିଲାମାନେ ମିଶି ଜାତୀୟ ରାଜପଥ 149 ନମ୍ବର ରାସ୍ତା କଲେ ମରାମତି

masiha

ଆଶାକର୍ମୀ ମlର୍ଥମଣି ନାଏକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!