ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୫୭ ନମ୍ବର ରାଜ୍ୟ ରାଜପଥର ତାଳବଣୀଆ ନିକଟରେ ପିକ୍ ଅପ ଭ୍ୟାନ ଓଲଟି ୧ ମୃତ,୭ ଗୁରୁତର ଓ ୧୫ ରୁ ଉର୍ଦ୍ଧ୍ବ ଆହତ 

୫୭ ନମ୍ବର ରାଜ୍ୟ ରାଜପଥର ତାଳବଣୀଆ ନିକଟରେ ପିକ୍ ଅପ ଭ୍ୟାନ ଓଲଟି ୧ ମୃତ,୭ ଗୁରୁତର ଓ ୧୫ ରୁ ଉର୍ଦ୍ଧ୍ବ ଆହତ 

ଜଳେଶ୍ଵର,୧୧/୮(ମନିସ)-,ଜଳେଶ୍ଵର ଥାନା ଅନ୍ତର୍ଗତ ୫୭ ନମ୍ବର ରାଜ୍ୟ ରାଜପଥର ତାଳବଣୀଆ ନିକଟରେ ଆଜି ଅପରାହ୍ନରେ ଭାରସ୍ୟାମ ହରାଇବା ଯୋଗୁଁ ଏକ ଶ୍ରମିକ ବୋଝେଇ ପିକ୍ ଅପ ଭ୍ୟାନ ଓଲଟି ୧ ମୃତ,୭ ଗୁରୁତର ଓ ୧୫ ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ ଭୋଗରାଇ ବ୍ଲକ ଅଞ୍ଚଳରୁ ଚାଷ କାମ ସାରି ପ୍ରାୟ ୬୦ ରୁ ଉର୍ଦ୍ଧ୍ବ ଶ୍ରମିକଙ୍କୁ ଧରି ବାଟଗ୍ରାମ -ଜଳେଶ୍ଵର ରାଜ୍ୟ ରାଜପଥରେ ଓଡ଼ି ୦୧ ଜେ -୮୦୬୭ ନମ୍ବର ବିଶିଷ୍ଟ ଏକ ପିକ ଅପ୍ ଭ୍ୟାନ୍ ମୟୂରଭଞ୍ଜ ଅଭିମୁଖେ ଯାଉଥିଲା।ମାତ୍ର ତାଳବଣୀଆ ନିକଟରେ ଆଜି ଅପରାହ୍ନ ପ୍ରାୟ ୩.୩୦ ମିନିଟରେ ଉକ୍ତ ଗାଡ଼ିଟି ସାମ୍ନାରେ ଯାଉଥିବା ଏକ ଅଟୋକୁ ଅତିକ୍ରମ କରିବା ପାଇଁ ଉଦ୍ୟମ କରିବା ମାତ୍ରେ ହଠାତ୍ ଭାରସ୍ୟାମ ହରାଇ ରାସ୍ତା ଉପରେ ଓ ପଡ଼ିଥିଲା।ଫଳରେ ଗାଡ଼ିରେ ଯାଉଥିବା ପୂରୁଷ ଓ ମହିଳା ଶ୍ରମିକ ମାନେ ପିକ୍ ଅପ ଭ୍ୟାନ ତଳେ ଚାପି ଯିବା ଫଳରେ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଥିଲା।ଖବର ପାଇ ନାମ୍ପୋ ଫାଣ୍ଡି ଅଧିକାରୀ କରନ ମାରାଣ୍ଡି,ସରପଞ୍ଚ ପ୍ରତିନିଧି ଅରୁଣ କୁମାର ରାଉଳ,ବିଜେପି ପଞ୍ଚାୟତ ସଭାପତି ଜଗଦୀଶ ପ୍ରଧାନ,କଂଗ୍ରେସ ନେତା ଗୋପାଳ କୃଷ୍ଣ ଜେନା ପ୍ରମୁଖ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଆହତ ହୋଇଥିବା ଶ୍ରମିକ ମାନଙ୍କୁ ଉଦ୍ଧାର କରିଥିଲେ।ଗୁରୁତର ଅବସ୍ଥାରେ ୭ ଜଣ ଓ ଆହତ ଅବସ୍ଥାରେ ୧୫ ଜଣଙ୍କୁ ଅନ୍ୟ ଅଟୋ ସାହାଯ୍ୟରେ ଜଳେଶ୍ଵର ଜି କେ ଭଟ୍ଟର ଡାକ୍ତରଖାନାକୁ ନିଆଯାଇଥିଲା।ଏଠାରେ ପ୍ରଶ୍ନ ଉଠେ ବାରମ୍ବାର ଶ୍ରମିକ ବୋଝେଇ ପିକ୍ ଅପ୍ ଭ୍ୟାନ୍ କିମ୍ବା ଅଟୋ ଗୁଡ଼ିକ  ଓଭରଲୋଡ଼ିଂ କରି ଯିବା ସମୟରେ ଦୁର୍ଘଟଣା ଗ୍ରସ୍ତ ହେଉଥିବା ବେଳେ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ।ବାଲେଶ୍ୱର ଠାରେ ଥିବା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଏଥି ପ୍ରତି ଦୃଷ୍ଟି ଦେବା ଆବଶ୍ୟକ ବୋଲି କଂଗ୍ରେସ ନେତା ଗୋପାଳ କୃଷ୍ଣ ଜେନା ଦାବୀ କରିଛନ୍ତି।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ବୋର୍ଡ଼ା ତରଫରୁ ଜାତୀୟ ବିଜ୍ଞାନ ଦିବସ ପାଳିତ

Sunil Chandra Nayak

ଆନ୍ଦୋଳନ ର ଦାନା ବାନ୍ଧୁଛି ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ ମଧ୍ୟରେ 

masiha

ଧରଣୀପୀଠ ର ଶୁଭ ପ୍ରତିଷ୍ଠା ଯାତ୍ରା ରେ ଯୋଗ ଦେଲେ ରାଜ୍ୟସଭା ସାଂସଦ

Sunil Chandra Nayak

Leave a Comment

error: Content is protected !!