ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ଭୈରବ ଉଚ ମାଧ୍ୟମିକ ବିଦ୍ୟାଳୟ ଠାରେ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ 

ଡାବୁଗାଁ ଭୈରବ ଉଚ ମାଧ୍ୟମିକ ବିଦ୍ୟାଳୟ ଠାରେ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ 

ନବରଙ୍ଗପୁର :(୧୨|୮)(ଧୃତି ରଞ୍ଜନ ମହାନ୍ତି)ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସଦରମହକୁମା ସ୍ଥିତ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ବୁଧବାର ୮୦ତମ ସ୍ଵାଧୀନତା ଦିବସ ଉପଲକ୍ଷେ ମିଳିତ ଭାବେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । କଥା ରେ ଅଛି ‘ରକ୍ତ ଦାନ ମହାପୂର୍ଣ୍ୟ’ ରକ୍ତ ଦାନ ଠାରୁ ମହତ୍ କାର୍ଯ୍ୟ ଆଉ ନାହଁ। ଏହି କାର୍ଯ୍ୟକ୍ରମରେ ଡାବୁଗାଁ ଅଞ୍ଚଳର ଅନେକ ନାଗରୀକ ସ୍ଵ ଇଚ୍ଛାରେ ଆସି ଏଠାରେ ରକ୍ତଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲ୍ଲା ବ୍ଲଡ ବ୍ୟାଙ୍କ କାର୍ଯ୍ୟାଳୟରୁ ଏଲ୍ ଟି ସରୋଜ ସିଂ, ଡାଟା ଏଣ୍ଟ୍ରି ଅପରେଟର ହେମନ୍ତ ରାଉତ, ଆଟେଣ୍ଡାଣ୍ଟ ବିରେନ୍ଦ୍ର ବିଶୋଇ, ଗୋଷ୍ଟୀ ସ୍ୱାସ୍ଥ୍ୟକେନ୍ଦ୍ର ଭ୍ରାମ୍ୟମାଣ ଡାଃ ବଦ୍ରୀ ପ୍ରସାଦ ନାୟକ, ରାମନଗୁଡ଼ା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଫାର୍ମାସିଷ୍ଟ ଗିରିରାଜ ଭତ୍ରl, ମହିଳା ସ୍ୱାସ୍ଥ୍ୟ କର୍ମୀ ରଞ୍ଜିତା ବିଶୋଇ ପ୍ରମୁଖ ସ୍ଵଇଚ୍ଛାରେ ଦେଉଥିବା ରକ୍ତଦାନ ହିତାଧିକାରୀଙ୍କ ଠାରୁ ରକ୍ତ ସଂଗ୍ରହ କରିବାରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଉକ୍ତ ବିଦ୍ୟାଳୟର ଅଧକ୍ଷ ରମେଶ ଚନ୍ଦ୍ର ନାହାକ ପରିଚାଳନା କରିଥିଲେ । ଏହି ରକ୍ତ ଦାନ ଶିବିରରେ ମୋଟ ୨୪ୟୁନିଟ ରକ୍ତ ସଂଗ୍ରହ କରାଯାଇ ଥିଲା। ଏହି କାର୍ଯ୍ୟକ୍ରମକୁ ଉକ୍ତ ବିଦ୍ୟାଳୟ ର ଅଧ୍ୟାପିକା ଓ ଅଧ୍ୟାପକ ମାନେ ମିଶି ସହଯୋଗ କରିଥିଲେ । ତେବେ ସମ୍ପୃକ୍ତ ବିଦ୍ୟାଳୟ, ନବରଙ୍ଗପୁର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ଆମ ଓଡିଶା ତରଫରୁ ତିନୋଟି ଲେଖାଁ ସାର୍ଟିଫିକେଟ ହିତାଧିକାରୀ ମାନେ ପାଇଥିଲେ l ରକ୍ତଦାନ କରିବା ପରେ ପ୍ରତ୍ୟେକ ହିତାଧିକାରୀଙ୍କୁ ଟାଟା ଗ୍ଲୁକୋଜ, ମିଠା, କଦଳୀ ଓ ଅଣ୍ଡା ଖାଇବାକୁ ଦିଆ ଯାଇଥିଲା l ଶେଷରେ ସମ୍ପୃକ୍ତ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ନାହାକ ଯୁବ ରେଡକ୍ରସ ସଂଯୋଜକ ତଥା ବାଣିଜ୍ୟ ବିଭାଗ ଅଧ୍ୟାପକ ଶିବ ପ୍ରସାଦ ସାହୁ ଓ ଇଂରାଜି ଅଧ୍ୟାପିକା ପ୍ରତିକ୍ଷା ପ୍ରିୟ ଦର୍ଶନୀ ସ୍ଵାଇଁ ଦ୍ୱୟଙ୍କୁ ଆଜିର କାର୍ଯ୍ୟ ଦକ୍ଷତା ନେଇ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଦେବା ସହ ଅନେକ ଅନେକ ଧନ୍ୟବାଦ ଜଣାଇଥିଲେ l ମୁଖ୍ୟ ଅତିଥିଭାବେ ଡାବୁଗାଁ ପଞ୍ଚାୟତ ସମିତି ଅଧ୍ଯକ୍ଷା ବୀଣା ମାଝୀ ଯୋଗ ଦେଇଥିଲେ l

ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକରୁ ଧୃତି ରଞ୍ଜନ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଅଫିସ ଖୋଲା ବାବୁ ବାବୁଆଣୀଙ୍କ ଚେୟାର ଫାଙ୍କା । ଲୋକଙ୍କ ପାଇଁ ସକାଳୁଆ ଅଫିସ ଅଧିକାରୀ ମାନଙ୍କର ଦେଖା ନାହିଁ

ବେକରେ ଗାମୁଛା ବାନ୍ଧି ଯୁବକର ଆତ୍ମହତ୍ୟା 

masiha

ହାତୀ ଉଜାଡି ଦେଲା ଚାଷୀର ସୁନାର ଫସଲ

masiha

Leave a Comment

error: Content is protected !!