ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମାଜ ସେବୀ ଲଳିତ ଯୋଶୀ ଙ୍କ ପରଲୋକ 

ସମାଜ ସେବୀ ଲଳିତ ଯୋଶୀ ଙ୍କ ପରଲୋକ 

ଧର୍ମଗଡ: ଧର୍ମଗଡ ସ୍ଥିତ କାଶିଵାହାଲ ର ବୟୋଜ୍ୟେଷ୍ଠ ସମାଜସେବୀ ତଥା ଧର୍ମପରାୟଣ ବ୍ୟକ୍ତି ଲଲିତ ଯୋଶୀ ଙ୍କ ୮୮ ବର୍ଷ ବୟସ ରେ ଗତକାଲି ପରଲୋକ ହୋଇ ଯାଇଛି । ଗତ କିଛି ଦିନ ଧରି ସେ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଦେଇ ଗତି କରୁଥିଲେ । ସେ ଜଣେ ବିଶିଷ୍ଟ ମଞ୍ଚ କଳାକାର ଥିଲେ । କାଶିବାହାଲ ଗାଁ ରେ ହାଇସ୍କୁଲ ସ୍ଥାପନ ଧର୍ମଗଡ ରେ ପଞ୍ଚାୟତ ମହାବିଦ୍ୟାଳୟ ସ୍ଥାପନ ରେ ତାଙ୍କର ସକ୍ରୀୟ ଭୂମିକା ରହି ଥିଲା । ଧର୍ମଗଡ ଏବଂ କାଶୀ ବାହାଲ ଗାଁ ର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ରେ ତାଙ୍କର ସବୁ ବେଳେ ସମ୍ପୃକ୍ତି ରହୁ ଥିଲା । ସକ୍ରିୟ ରାଜନୀତି ରେ ମଧ୍ୟ ସେ ରୁଚି ରଖିଥିଲେ।ମୃତ୍ୟୁ ସମୟ ରେ ତାଙ୍କର ଚାରି ପୁଅ ବାଞ୍ଛାନିଧି, ଅବସର ପ୍ରାପ୍ତ ଶିକ୍ଷକ ରୁଦ୍ର ପ୍ରସାଦ, ଅବସର ପ୍ରାପ୍ତ ଶିକ୍ଷକ ମନୋଜ ଯୋଶୀ, ସରୋଜ ଯୋଶୀ, ପୁତ୍ର ବଧୂ ନାତି ନାତୁଣୀ ଓ ଆତ୍ମୀୟ ପରିଜନ ଉପସ୍ଥିତ ଥିଲେ । ଏକ ଶୋକାକୁଳ ପରିବେଶ ରେ ଗାଁ ଶ୍ମଶାନ ରେ ତାଙ୍କ ଶେଷ କୃତ୍ୟ ସଂପନ୍ନ ହୋଇଥିଲା । ଧର୍ମଗଡ ବିଧାୟକ ସୁଧୀର ରଂଜନ ପଟ୍ଟଯୋଶୀ, ପୂର୍ବତନ କୋକସରା ବିଧାୟକ ସୁରେନ୍ଦ୍ର ପଟ୍ଟଯୋଶୀ, ବିଶିଷ୍ଟ ସାହିତ୍ୟିକ ତଥା ଶିକ୍ଷାବିତ୍ ପ୍ରତାପ କିଶୋର ମୁଣ୍ଡ, ବରିଷ୍ଟ ଆଇନଜୀବୀ ଚିନ୍ତାମଣି ପାତ୍ର, ଜଗନ୍ନାଥ ସେବା ସମିତି ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ଅଗ୍ରୱାଲ, ବ୍ୟବସାୟୀ ସଂଘ ସଭାପତି ବିଦ୍ୟାଧର ସାହୁ, ସାମ୍ବାଦିକ ହୃଷୀକେଶ ମିଶ୍ର , ଅଲେଖ ଚନ୍ଦ୍ର ବେହେରା ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ପୋଖରୀରେ ବୁଡି ୯ ବର୍ଷର ଶିଶୁ ମୃତ

Sunil Chandra Nayak

ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ ସୁନ୍ଦରଗଡ଼ର ୧୪.୫୬ ଲକ୍ଷରୁ ଅଧିକ ହିତାଧିକାରୀ ପାଇବେ ଅତିରିକ୍ତ ୫ କେଜି ଚାଉଳ

Sunil Chandra Nayak

ନୂତନ ଜିଲ୍ଲାପାଳ ଡାଃ ମହେଶ୍ଵର ସ୍ଵାଇଁଙ୍କ ଯୋଗଦାନ: ନବରଙ୍ଗପୁର ଜିଲ୍ଲାରେ ଖୁସିର ମାହୋଲ 

Sunil Chandra Nayak

Leave a Comment

error: Content is protected !!