ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାଟିଆ ଅଙ୍ଗନୱାଡି କେନ୍ଦ୍ର- ୧ ଠାରେ ପୋଷାକ ଓ ଜୋତା ବଣ୍ଟନ କାର୍ଯ୍ୟକ୍ରମ।

ମାଟିଆ ଅଙ୍ଗନୱାଡି କେନ୍ଦ୍ର- ୧ ଠାରେ ପୋଷାକ ଓ ଜୋତା ବଣ୍ଟନ କାର୍ଯ୍ୟକ୍ରମ।

କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଦେଓଗାଁ ଗ୍ରାମ ପଞ୍ଚାୟତ ଅଧିନସ୍ଥ ମାଟିଆ ଅଙ୍ଗନୱାଡ଼ି କେନ୍ଦ୍ର-୧ ଠାରେ ଅଙ୍ଗନୱାଡ଼ି କର୍ମୀ ତପସ୍ୱିନୀ ନାଏକଙ୍କ ନେତୃତ୍ୱରେ କେନ୍ଦ୍ରରେ ପ୍ରାକ୍ ବିଦ୍ୟାଳୟରେ ୪୦ ଜଣ ଶିଶୁମାନଙ୍କ ପାଇଁ ପୋଷାକ (ୟୁନିଫର୍ମ) ଓ ଜୋତା ବଣ୍ଟନ କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଯାଇଛି।

 ଅଙ୍ଗନୱାଡ଼ି କେନ୍ଦ୍ରକୁ ଆସୁଥିବା କୋମଳମତି ଶିଶୁମାନଙ୍କୁ ପ୍ରୋତ୍ସାହିତ କରିବା ଏବଂ ସେମାନଙ୍କର ପ୍ରାକ୍-ବିଦ୍ୟାଳୟ ଶିକ୍ଷା ପାଇଁ ଆବଶ୍ୟକୀୟ ୟୁନିଫର୍ମ ଓ ଜୋତା ଯୋଗାଇ ଦିଆଯାଇଛି। କେନ୍ଦ୍ରର ସମସ୍ତ ନାମଲେଖା ହୋଇଥିବା ଛୋଟ ଛୋଟ ଶିଶୁମାନଙ୍କୁ ନୂଆ ପୋଷାକ ଓ ଜୋତା ବଣ୍ଟନ କରାଯାଇଛି।

 ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଶ୍ରୀମତି ପୁର୍ବତନ ଶ୍ରୀମତି ବିମଳା ଭୋଇ ସରପଂଚ ଦେଓଗାଁ ଗ୍ରାମ ପଞ୍ଚାୟତ ଓ ସମ୍ମାନିତ ଅତିଥି ଭାବରେ ଶ୍ରୀମତି ହଂସିନୀ ପୋଢ଼ ଉପସ୍ଥିତ ଥିଲେ।ଅଙ୍ଗନୱାଡ଼ି କର୍ମୀ ତପସ୍ୱିନୀ ନାଏକଙ୍କ ସମେତ ସହାୟିକା, ଗାଁ କଲ୍ୟାଣ ସମିତି ସଭ୍ୟ ସଭ୍ୟା, ଅଭିଭାବକ, ମାତୃ କମିଟିର ସଦସ୍ୟା ପ୍ରମୁଖ ଉପସ୍ଥିତ ରହି ଶିଶୁମାନଙ୍କୁ ନୂତନ ପୋଷାକ ପ୍ରଦାନ କରିଥିଲେ। 

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

Related posts

ସିଲେଟପଡା ଠାରୁ କୁସୁର୍ଲା ରାସ୍ତା ଅତ୍ୟନ୍ତ ଶୋଚନୀୟ

Sunil Chandra Nayak

ଭାରତ ବନ୍ଦ” ଲାଞ୍ଜିଗଡ ବ୍ଲକରେ ସଂପୂର୍ଣ୍ଣ ସଫଳ 

masiha

ଜିଲ୍ଲା ସ୍ତରୀୟ ମିଲେଟ ଖାଦ୍ୟ ମେଳା

Leave a Comment

error: Content is protected !!