ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଫରଙ୍ଗ ଗ୍ରାମ ପଞ୍ଚାୟତରେ ଜନଭାଗିଦାରୀରେ ଅନୁଷ୍ଠିତ ହେଲା ଭବ୍ୟ ତ୍ରିରଙ୍ଗା ଯାତ୍ରା

ଫରଙ୍ଗ ଗ୍ରାମ ପଞ୍ଚାୟତରେ ଜନଭାଗିଦାରୀରେ ଅନୁଷ୍ଠିତ ହେଲା ଭବ୍ୟ ତ୍ରିରଙ୍ଗା ଯାତ୍ରା

ଜୁନାଗଡ଼ (ମ ନି ସ ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଫରଙ୍ଗ ଗ୍ରାମ ପଞ୍ଚାୟତ ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ଏକ ଭବ୍ୟ ତ୍ରିରଙ୍ଗା ଯାତ୍ରା ଓ ସଚେତନତା ରାଲି ବେଶ୍ ଜାକଜମକରେ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଦେଶପ୍ରେମର ଭାବନା ଜାଗ୍ରତ କରିବା ଏବଂ ଜାତୀୟ ପତାକାର ସମ୍ମାନ ରକ୍ଷା କରିବା ଉଦ୍ଦେଶ୍ୟରେ ଏହି ବିଶାଳ ପଦଯାତ୍ରାର ଆୟୋଜନ କରାଯାଇଥିଲା। ଫରଙ୍ଗ ଗ୍ରାମ ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଶାନ୍ତ କୁମାର ନାଏକଙ୍କ ପ୍ରତ୍ୟକ୍ଷ ନେତୃତ୍ୱ ଓ ସଂଯୋଜନାରେ ଏହି ସମଗ୍ର କାର୍ଯ୍ୟକ୍ରମଟି ସଫଳତାର ସହ ପରିଚାଳିତ ହୋଇଥିଲା।ଏହି ଦେଶାତ୍ମବୋଧକ କାର୍ଯ୍ୟକ୍ରମରେ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ଜନପ୍ରତିନିଧି, ସରକାରୀ ପ୍ରଶାସନିକ କର୍ମଚାରୀ ଓ ରାଜନୈତିକ ନେତୃବୃନ୍ଦ ଏକାଠି ହୋଇ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମରେ ଏଡିଇଓ ଡିଙ୍ଗର ପୋଢ଼ ଏବଂ ଜିଆରଏସ ବିଳାସିନୀ ଭୋଇ ଉପସ୍ଥିତ ରହି ରାଲି ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ। ଏଥିସହିତ ସ୍ଥାନୀୟ ଜନପ୍ରତିନିଧି ଭାବେ ସରପଞ୍ଚ ପ୍ରତିନିଧି ପୂର୍ଣ୍ଣ ଚନ୍ଦ୍ର ଭୋଇ ଏବଂ ସମିତି ସଭ୍ୟ ପ୍ରତିନିଧି ସୁରେନ୍ଦ୍ର ବାରିକ ଯୋଗଦେଇ ଯାତ୍ରାକୁ ଆଗକୁ ବଢ଼ାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।ଏହି ଅବସରରେ ରାଜନୈତିକ ଏବଂ ସାମାଜିକ କର୍ମୀଙ୍କ ମଧ୍ୟରେ ବିଜେପିର ବରିଷ୍ଠ ସଦସ୍ୟ ଭାଗ୍ୟବାନ ବାଗ, ଲଳିତ ପ୍ରଧାନ ଓ ଆଦିତ୍ୟ ମୁଣ୍ଡ ପ୍ରମୁଖ ଉପସ୍ଥିତ ରହି ସମସ୍ତଙ୍କ ମନରେ ଉତ୍ସାହ ଭରିଥିଲେ। ଏହାସହ ନିରୁପମା ନାଏକ, ଲିଲୁ ସାହୁ, ସରୋଜ ନିଆଲ୍ ଏବଂ ପଞ୍ଚାୟତର ସମସ୍ତ ଗ୍ରାମ ରୋଜଗାର ସେବକ ଓ ସମସ୍ତ ସରକାରୀ କର୍ମଚାରୀ ଏହି କାର୍ଯ୍ୟକ୍ରମକୁ ସର୍ବାଙ୍ଗୀନ ସୁନ୍ଦର କରିବା ପାଇଁ ଉପସ୍ଥିତ ଥିଲେ। ଏହି ଯାତ୍ରାର ମୁଖ୍ୟ ଆକର୍ଷଣ ସାଜିଥିଲେ ଫରଙ୍ଗ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ। ବିଦ୍ୟାଳୟର ପ୍ରଧାନଶିକ୍ଷକ ଧର୍ମେନ୍ଦ୍ର ଘି ଏବଂ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କ ତତ୍ତ୍ୱାବଧାନରେ ଶତାଧିକ ସ୍କୁଲ ପିଲା ହାତରେ ସୁନ୍ଦର ତ୍ରିରଙ୍ଗା ପତାକା ଧରି ରାଲିରେ ଭାଗ ନେଇଥିଲେ। ପଞ୍ଚାୟତ କାର୍ଯ୍ୟାଳୟଠାରୁ ବାହାରି ଏହି ରାଲି ଗ୍ରାମର ବିଭିନ୍ନ ମୁଖ୍ୟ ରାସ୍ତା ପରିକ୍ରମା କରିଥିଲା। ପିଲାମାନଙ୍କର “ଭାରତ ମାତା କି ଜୟ”, “ବନ୍ଦେ ମାତରମ୍” ଏବଂ “ବୀର ସହୀଦ ଅମର ରହେ” ଧ୍ୱନିରେ ସାରା ଫରଙ୍ଗ ଅଞ୍ଚଳ ପ୍ରକମ୍ପିତ ହୋଇଉଠିଥିଲା। ସାମ୍ନାରେ ଏକ ବଡ଼ ଦେଶାତ୍ମବୋଧକ ବ୍ୟାନର ଧରି ଶୃଙ୍ଖଳିତ ଭାବେ ଚାଲିଥିବା ଏହି ଯାତ୍ରା ସ୍ଥାନୀୟ ଲୋକଙ୍କ ପାଇଁ ଏକ ପ୍ରେରଣାଦାୟୀ ଦୃଶ୍ୟ ପାଲଟିଥିଲା। ଶେଷରେ ଏହି ଅବସରରେ ଦେଶର ଏକତା ଓ ଅଖଣ୍ଡତା ବଜାୟ ରଖିବା ପାଇଁ ସମସ୍ତେ ଶପଥ ଗ୍ରହଣ କରିଥିଲେ।

ଜଗଜ୍ଜିବନ ସାଙ୍କ ରିପୋର୍ଟ

Related posts

ଧର୍ମଗଡ଼ ଉପଖଣ୍ଡ ବ୍ରାହ୍ମଣ ସମାଜ ଦ୍ୱାରା ସାମୁହିକ ବ୍ରତପନୟନ

Sunil Chandra Nayak

ଖପ୍ରାଖୋଲ ରେ ବ୍ଲକ ସ୍ତରୀୟ ଆଦିବାସୀ ସାଂସ୍କୃତିକ ଉତ୍ସବ ଉଦଯାପିତ 

masiha

ଉତରାକାଶୀରେ ନିର୍ମାଣଧୀନ ଟନେଲରେ ଫଶିଥିବା ପୁଅର ଉଦ୍ଧାର ପାଇଁ ବାପା ମା, ଭଉଣୀଙ୍କ ଆକୁଳ ନିବେଦନ 

masiha

Leave a Comment

error: Content is protected !!