ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁରେ ୮୦ ତମ ସ୍ଵାଧୀନତା ଦିବସ ମହା ଆଡ଼ମ୍ବରରେ ପାଳିତ 

ଡାବୁଗାଁରେ ୮୦ ତମ ସ୍ଵାଧୀନତା ଦିବସ ମହା ଆଡ଼ମ୍ବରରେ ପାଳିତ 

ନବରଙ୍ଗପୁର:( ୧୬/୮)(ଧୃତି ରଞ୍ଜନ ମହାନ୍ତି) ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ କାର୍ଯ୍ୟ|ଳୟ, ତହସିଲ କାର୍ଯ୍ୟ|ଳୟ, ପୋଷ୍ଟ ଅଫିସ, ମହିଳା ଓ ଶିଶୁ ବିକାଶ କାର୍ଯ୍ୟ|ଳୟ, ଥାନା,ଡ୍ରାଇଭର ମହାସଂଘ ଓ ବିଭିନ୍ନ ସରକାରୀ, ବେସରକାରୀ କାର୍ଯ୍ୟ|ଳୟ ଓ ବିଦ୍ୟାଳୟ ଗୁଡିକରେ ସ୍ଵାଧୀନତା ଦିବସ ଶନିବାରରେ ପାଳିତ ହୋଇଥିବା ବେଳେ ଡାବୁଗାଁ ସାମ୍ବାଦିକ ସଂଘରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ଥାନା ଅଧିକାରୀ ପତାକା ଉତ୍ତୋଳନ କରିଥିଲେ l ଏହା ସହ ଡାବୁଗାଁ ବ୍ଲକ ସଦରମହକୁମାରେ ସର୍ବସାଧାରଣରେ ପତାକା ଉତ୍ତୋଳନ ସରକାରୀ(ନୁତନ)ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି | ଏହି ଅବସରରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଡାବୁଗାଁର ବିଭିନ୍ନ ଅନୁଷ୍ଠାନରେ ପତାକା ଉତ୍ତୋଳନ କରିଥିବା ବେଳେ ଡାବୁଗାଁ ସରକାରୀ (ନୁତନ) ଉଚ୍ଚ ବିଦ୍ୟାଳୟରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିବା ସହ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ | ଅନୁଷ୍ଠିତ ପରେଡରେ ଡାବୁଗାଁର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ମୋଟ ୧୦ ଟି ପରେଡ ଗ୍ରୁପ ଭାଗ ନେଇଥିଲେ | ପରେଡ ଗ୍ରୁପ ଚୟନ କରିବା ପାଇଁ ଚୟନ କର୍ତ୍ତା ମାନେ ଚୟନ କରିଥିଲେ | ପରେଡ ରେ ବିଜୟ ହୋଇଥିବା (୧ମ) , (୨ୟ) ଓ (୩ୟ) ସ୍ଥାନ ଗ୍ରହଣ କରିଥିବା ଗ୍ରୁପକୁ ପୁରସ୍କାର ପ୍ରଦାନ କରାଯାଇଥିଲା ଶେଷରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା | ଏଥିରେ ଚୟନ କର୍ତ୍ତା ପ୍ରତିଯୋଗୀଙ୍କୁ ଚୟନ କରିଥିଲେ | ସମସ୍ତ କୃତୀ ପ୍ରତିଯୋଗୀ ମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା | ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧକ୍ଷା ବୀଣା ମାଝୀ , ଉପାଧ୍ୟକ୍ଷ ସଦାନନ୍ଦ ନାୟକ, ତହସିଲଦାର ଗୀତା ମୁର୍ମୁ, ଥାନା ଅଧିକାରୀ ଲଚିମି ପରଜା , ଗୋଷ୍ଟୀ ଉନ୍ନୟନ ଅଧିକାରୀ ସମୀର ପାତ୍ର , ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ପଦ୍ମନାଭ ଭାଲ୍ଲା, ବିଜେଡି ବରିଷ୍ଠ ନେତା ଏମ. ଆପା ରାଓ, ଜିଲ୍ଲା ପରିଷଦ ସଭ୍ୟ ଗୁପ୍ତ ବିଶୋୟୀ, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ବିଜେପି ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଶୁଭ୍ରଜିତ୍ ପାଣିଗ୍ରାହୀ, ବିଯେପି ଜିଲ୍ଲା ସମ୍ପାଦକ ଜେ ରାଜ ସେଖର ରାଓ , ବ୍ଲକ କଂଗ୍ରେସ ସଭାପତି ଜି. ସାଇ ରାଜୁ, ପ୍ରକାଶ ଚନ୍ଦ୍ର ପଣ୍ଡା , ଶିକ୍ଷକ ହେମନ୍ତ କୁମାର ସାମଲ, ବଲ୍ଲଭ ନାରାୟଣ ପଣ୍ଡା, , ବ୍ଲକ କାର୍ଯ୍ୟଳୟର କର୍ମକର୍ତ୍ତା ଅମୂଲ୍ୟ ଦଳେଇ , ସୁରେଶ ବାରିକ, ଶୁଭଶ୍ରୀ ମହାଙ୍କୁଡ,ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ | ଶିକ୍ଷକ ବିଶ୍ଵେଶ କୁମାର ତ୍ରିପାଠୀ ମଞ୍ଚ ପରିଚାଳନା କରିଥିଲେ ।

ନବରଙ୍ଗପୁର ଜିଲ୍ଲାରୁ ଧୃତି ରଞ୍ଜନ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ରାଇରଙ୍ଗପୁରରେ ପବିତ୍ର ଅକ୍ଷୟ ତୃତୀୟାରେ ରଥକାଠ ଅନୁକୂଳ

masiha

୧୦୮ ଆମ୍ବୁଲାନ୍ସରେ ସୁରକ୍ଷିତ ପ୍ରସବ କରାଇ ମାନବତାର ପରିଚୟ ଦେଲେ ଫାର୍ମାସିଷ୍ଟ ଯୁଗଳ କିଶୋର ଶବର

ସୋଚ୍ଛସେବି ଅନୁଷ୍ଠାନ “ଅନ୍ୱେଷଣ” ର ପ୍ରତିଷ୍ଠା ଦିବସ ପାଳନ

Sunil Chandra Nayak

Leave a Comment

error: Content is protected !!