ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୮୦ ତମ ସ୍ଵାଧୀନତା ଦିବସ ଅବସରରେ ବନ ବିଭାଗର ଚାରା ରୋପଣ କାର୍ଯ୍ୟକ୍ରମ 

୮୦ ତମ ସ୍ଵାଧୀନତା ଦିବସ ଅବସରରେ ବନ ବିଭାଗର ଚାରା ରୋପଣ କାର୍ଯ୍ୟକ୍ରମ 

ନବରଙ୍ଗପୁର:(୧୫|୮)(ଧୃତି ରଞ୍ଜନ ମହାନ୍ତି)ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବନାଞ୍ଚଳ ଅଧିକାରୀ ରାମ ଚନ୍ଦ୍ର ମାଝୀଙ୍କ ନିର୍ଦ୍ଦେଶ କ୍ରମେ ଡାବୁଗାଁ ବାଗବେଡା ଧବଳେଶ୍ଵର ଶୈବ ପିଠ ପରିସରରେ ଚାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ବିଜେଡ଼ି ରାଜ୍ୟ ସଭା ସାଂସଦ ପ୍ରତିନିଧି ରାମା ରାଓ ଚୌଧୁରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଚାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ l ବନ ବିଭାଗର ବନପାଳ ପ୍ରଫୁଲ୍ଲ ମାଝୀ, କୋଇଲାରୀ ବନରକ୍ଷୀ ତାପସ ରଞ୍ଜନ ପଟ୍ଟନାୟକ ଚାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l ସ୍ଵାଧୀନତା ଦିବସ ଅବସରରେ ବିଭିନ୍ନ ଚାରା ମଧ୍ୟରେ ଲଲାଟ, ଚମ୍ପା, ଅଶୋକ, ରୁଦ୍ରାକ୍ଷ,ବାସ ଚନ୍ଦନ,ପାସ୍ତା ବାଦାମ,ବେଲ,ଦେଶୀ ଲିମ୍ବ, ବଉଳଏପରି ଚାରା ରୋପଣ କରାଯାଇ ପରିବେଶକୁ ସୁସ୍ଥ କରିବାର ପ୍ରୟାସ ଜାରୀ ରଖିବେ ବୋଲି ବନପାଳ ଶ୍ରୀ ମାଝୀ ସୂଚନା ଦେଇଛନ୍ତି l ଆହୁରି ଭଲ ଉପାଦେୟ ଔଷଧୀୟ ଚାରା ବୃକ୍ଷ ଲଗାଇବେ ବୋଲି ସେ ତାଙ୍କର ନିଜସ୍ଵ ମତ ବ୍ୟକ୍ତ କରିଥିଲେ l

ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକରୁ ଧୃତି ରଞ୍ଜନ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ପତଞ୍ଜଳି ଯୋଗ ପ୍ରଶିକ୍ଷଣ ସମିତି ତରଫରୁ ସ୍ଥାନୀୟ “ବରିଷ୍ଠ ନାଗରିକ କାର୍ଯ୍ୟାଳୟ” ପ୍ରାଙ୍ଗଣରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକର୍ତ୍ତା ବୈଠକ ଆୟୋଜିତ 

Sunil Chandra Nayak

ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଓଡ଼ିଆ ନବବର୍ଷ ପାଳିତ 

Sunil Chandra Nayak

ଧର୍ମପରାୟଣା ମହିଳାଙ୍କ ସ୍ମୃତିଚାରଣ ସଭା 

masiha

Leave a Comment

error: Content is protected !!