ନବରଙ୍ଗପୁରଠାରେ ୮୦ତମ ଜିଲ୍ଲା ସ୍ତରୀୟ ସ୍ବାଧିନତା ଦିବସ ମହାସମାରୋହରେ ପାଳିତ
ନବରଙ୍ଗପୁର :(ତା ୧୬.୮.୨୦୨୬:)(ରବି ନାରାୟଣ ମହାନ୍ତି)ଗତକାଲି ୧୫.୮.୨୦୨୫ ତାରିଖ ନବରଙ୍ଗପୁର ସହର ସ୍ଥିତ ଷ୍ଟାଡିୟମ୍ ଠାରେ ମହାଉଲ୍ଲାସରେ ୮୦ତମ ଜିଲ୍ଲା ସ୍ତରୀୟ ସ୍ବାଧିନତା ଦିବସ ପାଳନ ହୋଇଯାଇଛି। ମାନ୍ୟବର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ , ସଂସଦୀୟ ବ୍ୟାପାର, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ମନ୍ତ୍ରୀ ଡ ମୁକେଶ ମହାଲିଙ୍ଗ ଓଡ଼ିଶା ସରକାର ମୁଖ୍ୟଅତିଥି ରୂପେ ଯୋଗ ଦେଇ ସକାଳ ଘ ୯.୧୫ ମି ସମୟରେ ଜାତୀୟ ପତାକା ଉତ୍ତୋଳନ ପୂର୍ବକ ସମବେତ ପ୍ୟାରେଡ ର ଅଭିବାଦନ ଗ୍ରହଣ କରି ଉପସ୍ଥିତ ଜନତାଙ୍କୁ ଉଦବୋଧନ ଦେଇଥିଲେ। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଜାତୀୟ ପତାକା ଉତ୍ତୋଳନ ପୂର୍ବରୁ ଜାତୀୟ ଗୀତ “ବନ୍ଦେ ମାତରଂ ” ସାମୂହିକ ଗାନ କରାଯାଇଥିଲା ଏବଂ ଉତ୍ତୋଳନ ପରେ ପୋଲିସ ବ୍ୟାଣ୍ଡ ପାର୍ଟି ଜାତୀୟ ସଙ୍ଗୀତ “ଜନ ଗଣ ମନ” ପରିବେଷଣ କରିଥିଲେ।ଏହି ଅବସରରେ ପ୍ରାତଃ ଘ ୪.୩୦ମି ସମୟରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟଦ୍ଵାରା ରାମଧୂନ୍ ପରିବେଷଣ ,ସକାଳ ଘ ୭.୦୦ ମିନଟ ସମୟରେ ସହର ର ବିଭିନ୍ନ ସ୍ଥାନରେ ଅବସ୍ଥାପିତ ୧୪ ଟି ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଙ୍କ ଠାରେ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ,ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ,ଉପ ଜିଲ୍ଲାପାଳଙ୍କ ଦ୍ଵାରା ସ୍କୁଲ ଛାତ୍ର ଛାତ୍ରୀ , ଶିକ୍ଷକ ଶିକ୍ଷୟତ୍ରୀଙ୍କ ଗହଣରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଭାତଫେରି,ସକାଳ ୭.୩୦ ମି ସମୟରେ ସହର ର ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। ମୂଖ୍ୟଅତିଥୀ ଙ୍କ ସହ ମାନ୍ୟବର ବିଧାୟକ ନବରଙ୍ଗପୁର ଗୌରୀ ଶଙ୍କର ମାଝୀ,ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁ, ଆରକ୍ଷୀ ଅଧିକ୍ଷକ କାଶ୍ୟପ ପାର୍ଥ ଜଗଦୀଶ, ପୌରପାଳିକା ଅଧ୍ୟକ୍ଷ କୁନୁ ନାୟକ ପତାକା ମଞ୍ଚରେ ଉପସ୍ଥିତ ଥିଲେ।ମୁଖ୍ୟ ଅତିଥି ନିଜ ବକ୍ତବ୍ୟରେ ଭାରତର ସ୍ଵାଧୀନତା ଆନ୍ଦୋଳନରେ ନବରଙ୍ଗପୁର ଜିଲ୍ଲାର ସ୍ବାଧୀନତା ସଂଗ୍ରାମୀ ଙ୍କ ତ୍ୟାଗ ଓ ମହାନତା ,ପାପଢାହାଣ୍ଡି ସହିଦଙ୍କ ବଳିଦାନ ଓ ସହିଦ ଲକ୍ଷ୍ମଣ ନାୟକ ଙ୍କ ବିରତ୍ଵ କୁ ସ୍ମରଣ କରି ନବରଙ୍ଗପୁର ଜିଲ୍ଲାରେ ରେଳପଥ, ମେଡ଼ିକାଲ କଲେଜ ସ୍ଥାପନ, ଭାରତମାଳା ସହ କୃଷି,ଜଳସେଚନ, ସ୍ବାସ୍ଥ୍ୟ, ଶିକ୍ଷା କ୍ଷେତ୍ରରେ ଜିଲ୍ଲାର ଅଗ୍ରଗତିକୁ ଉଲ୍ଲେଖ କରି ଜିଲ୍ଲାକୁ ସମୃଦ୍ଧ ଜିଲ୍ଲାରେ ପରିଣତ କରିବାକୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ର ସଫଳ ରୂପାୟନ ଦିଗରେ ସମସ୍ତଙ୍କ ସହଯୋଗ କାମନା କଲେ।ପ୍ୟାରେଡ ପଡ଼ିଆ ରେ ମୋଟ ୨୫ ଟି ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ପୋଲିସ ବିଭାଗ ର ପ୍ଲାଟୁନ୍ ଯୋଗ ଦେଇଥିଲେ। ପଡିଆରେ ୮ଟି ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ଅନୁଷ୍ଠାନର ଛାତ୍ରଛାତ୍ରୀ ଦେଶାତ୍ମବୋଧକ ସାଂସ୍କୃତିକ ଓ ଶାରୀରିକ କ୍ରୀଡ଼ା କୌଶଳ ପ୍ରଦର୍ଶନ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ପରେ ମୁଖ୍ୟ ଅତିଥି ଙ୍କଠାରୁ ପ୍ୟାରେଡ ପ୍ରତିଯୋଗିତା ରେ ଉତ୍ତୀର୍ଣ ବରିଷ୍ଠ ଏନ୍ ସି ସି, କନିଷ୍ଠ ଏନ୍ ସି ସି ,ସ୍କାଉଟ ଓ ରେଡକ୍ରସ, ବରିଷ୍ଠ ସିଭିଲିଆନ, କନିଷ୍ଠ ସିଭିଲିଆନ,ସର୍ବ କନିଷ୍ଠ ସିଭିଲିଆନ ଗ୍ରୁପ୍ ର ବିଜେତା ଓ ଉପ ବିଜେତା ଦଳଙ୍କୁ ମୁଖ୍ୟ ଅତିଥି ମଞ୍ଚରେ ପୁରସ୍କୃତ କରିଥିଲେ। ବିଭିନ୍ନ ବିଭାଗୀୟ କ୍ଷେତ୍ରରେ ଉତ୍କୃଷ୍ଟତା ଲାଭ କରିଥିବା କର୍ମଚାରୀଙ୍କୁ ସମ୍ମାନିତ କରାଯାଇଥିଲା। ଶ୍ରେଷ୍ଠ ଆଶାକର୍ମୀ ଶ୍ରୀମତୀ ଦ୍ରପୌଦୀ ଜାନି, ଉତ୍ତମ ଡାକ୍ତର ଡ ବିନୋଦ ବିହାରୀ ଘଡ଼େଇ, ଡ ସୁଭାଶିଷ ସାହୁ, ଶ୍ରେଷ୍ଠ ସ୍ୱାସ୍ଥ୍ୟ କର୍ମୀ ରଶ୍ମିତା ତ୍ରିପାଠୀ,ଉତ୍ତମ ଶିକ୍ଷକ ଅଭିରାମ ଲେଙ୍କା ଏବଂ ରତିଓ ହରିଜନ,ଉତ୍ତମ ଉଦ୍ୟାନ କୃଷକ ଜେ ଚନ୍ଦ୍ର ଶେଖର ରାଜୁ,ଉତ୍ତମ କୃଷକ ଅଭିମନ୍ୟୁ ଗୌଡ଼, ଶ୍ରେଷ୍ଠ ସି ଡି ପି ଓ ବିନୀତା ଜେଠୀ,ଉତ୍ତମ ପରିଦର୍ଶକ କୌଶଲ୍ୟା ଗଣ୍ଡ, ଶ୍ରେଷ୍ଠ ଅଙ୍ଗନବାଡି କର୍ମୀ ରାଧିକା ଗଡବା ଏବଂ ଲକ୍ଷ୍ମୀ ଯା ନୀ , ଉତ୍ତମ ସଫେଇ କର୍ମଚାରୀ ମୋହନ କନ୍ଧ ଏବଂ ଧନମତି ହରିଜନ ଙ୍କୁ ମୁଖ୍ୟ ଅତିଥି ମାନପତ୍ର ସହ ଉପଢ଼ୌ କନ, ଟ୍ରଫି ପ୍ରଦାନ କରିଥିଲେ।ସେଭଳି ଉତ୍ତମ ଏ ଏସ ଆଇ ମନୋରଞ୍ଜନ ମିଶ୍ର, ଅନନ୍ତ କାଡ୍ରାକା,ତୁଳସୀରାମ ପୂଜାରୀ,ମହିଳା କନଷ୍ଟେବଳ ସୁରଭି କୁମାରି ମାଝୀ, କନଷ୍ଟେବଲ ଏବଂ କ୍ରୀଡ଼ାବିତ୍ ବନ୍ୟା କବିରାଜ ମୁଖ୍ୟ ଅତିଥି ଙ୍କ ଠାରୁ ମାନପତ୍ର ଗ୍ରହଣ କରିଥିଲେ।ସେଭଳି ଓଡ଼ିଶା ପ୍ରଶାସନିକ ସେବାରେ ଉତ୍ତୀର୍ଣ ସୁମନ ଗୁପ୍ତା,କେଶବ ମାଝୀ ଏବଂ ଓଡ଼ିଶା ସୁଚନା ସେବାରେ ଉତ୍ତୀର୍ଣ୍ଣ ରାଧାରାଣୀ ସରକାରଙ୍କୁ ମଧ୍ୟ ପୁରଷ୍କୃତ କରାଯାଇଥିଲା।ପ୍ୟାରେଡ୍ କାର୍ଯ୍ୟକ୍ରମ ପରେ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ଏବଂ ଉପ କାରାଗାର ଅନ୍ତେବାସୀ ମାନଙ୍କୁ ଫଳ ଓ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।ଅପରାହ୍ନ ୩.୩୦ ମୀ ସମୟରେ ସ୍ଥାନୀୟ ନବରଙ୍ଗପୁର କଲେଜ ପଡିଆ ରେ ସରକାରୀ ଓ ବେସରକାରୀ ଦଳ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ୍ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା ଏବଂ ଉଭୟ ଦଳଙ୍କୁ ଯୁଗ୍ମ ବିଜେତା ଘୋଷଣା କରାଯାଇଥିଲା ।ଆର୍ ସି ଡି ହାଇସ୍କୁଲ୍ ରେ ଅନୁଷ୍ଠିତ ସଂଧ୍ୟା ସାଂସ୍କୃତିକ ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଡ ମହେଶ୍ଵର ସ୍ୱାଇଁ ମୁଖ୍ୟ ଅତିଥି ଏବଂ ସମ୍ମାନୀତ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଡ ପ୍ରମୋଦ କୁମାର ପୃଷ୍ଟି, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଆଦିତ୍ୟ ସେନ ଏବଂ ଏସ ଡିଗା, ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ, ଡି ଡ଼ବ୍ଲୁ ଓ ସମ୍ମାନୀତ ଅତିଥି ରୂପେ ଯୋଗଦେଇ ସ୍ଵାଧିନତା ଦିବସ ଉପଲକ୍ଷେ ଅନୁଷ୍ଠିତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତର ପ୍ରବନ୍ଧ, ବକ୍ତୃତା, କୁଇଜ୍, ଚିତ୍ରାଙ୍କନ, ସଙ୍ଗୀତ ପ୍ରତିଯୋଗୀତା ର ଉତ୍ତୀର୍ଣ୍ଣ ପ୍ରତିଯୋଗୀଙ୍କୁ ସାର୍ଟିଫିକେଟ ଓ ଟ୍ରଫି ପ୍ରଦାନ କରିଥିଲେ।୬ଟି ସ୍କୁଲ ର ଛାତ୍ର ଛାତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟଲୟ ଆନୁକୂଲ୍ୟରେ ଅନୁଷ୍ଠିତ ପ୍ୟାରେଡ ପଡିଆ କାର୍ଯ୍ୟକ୍ରମ ଓ ସାନ୍ଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ ବେହେରା ପରିଚାଳନା କରିଥିଲେ। ପ୍ୟାରେଡ ପଡ଼ିଆରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ,ବିଭାଗୀୟ ଅଧିକାରୀ, ଜନ ପ୍ରତିନିଧି,ସହରର ବୁଦ୍ଧିଜୀବୀ, ସ୍ୱାଧିନତା ସଂଗ୍ରାମୀ ଙ୍କ ଦାୟଦ,ଅନୁଷ୍ଠାନ କର୍ମକର୍ତ୍ତା, ଗଣ ମାଧ୍ୟମ ପ୍ରତିନିଧି,ସୁରକ୍ଷା କର୍ମୀ,ସାଧାରଣ ଜନତା ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସାମିଲ ହୋଇ ଜାତୀୟ ଭାବନା ରେ ଉଲ୍ଲସିତ ହୋଇଥିଲେ।
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍

