ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ବ ବିଦ୍ୟାଳୟ, ଆଞ୍ଚଳିକ କେନ୍ଦ୍ର ରାଇରଙ୍ଗପୁର ରେ ୮୦ ତମ ସ୍ବାଧୀନତା ଦିବସ ପାଳିତ
ରାଇରଙ୍ଗପୁର – ୧୬/୦୮ ଇନ୍ଦିରାଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ, ଆଞ୍ଚଳିକ କେନ୍ଦ୍ର , ରାଆରଙ୍ଗପୁର ରେ ୮୦ ତମ ସ୍ବାଧୀନତା ଦିବସ କ୍ଷେତ୍ରୀୟ ନିର୍ଦେଶକ ଡଃ ବଳରାମ ବାରିକଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟର ସେବା ନିବୃତ ଅଧ୍ୟାପିକା ରାଜଶ୍ରୀ ଦାଶ,ମୁଖ୍ୟବକ୍ତା ଶ୍ରମିକ ନେତା ନିଗମାନନ୍ଦ ପଟନାୟକ,ସମ୍ମାନିତ ଅତିଥି ସାମ୍ବାଦିକ ଅକ୍ଷୟ ବିଶ୍ବାଳ ,ପ୍ରମୁଖ ଯୋଗ ଦେଇଥିଲେ । ରିଜିଓନାଲ ଡାଇରେକ୍ଟର ବିଶିଷ୍ଟ ଶିକ୍ଷାବିତ୍ ଡଃ ବଳରାମ ବାରିକ ପତକା ଉତ୍ତୋଳନ କରିବା ସହ ଇଗ୍ନୋ ୟୁନିଭରସିଟି ଯାଜପୁର,ଭଦ୍ରକ,ବାଲେଶ୍ଵର,ମୟୂରଭଂଜ ଏବଂ କେନ୍ଦୁଝର ଜିଲ୍ଲାରେ ପାଠପଢାରୁ ବଞ୍ଚିତ,କର୍ମ କ୍ଷେତ୍ରରେ ନିଯୁକ୍ତ,ଯୁବକ,ଯୁବତୀ,ଛାତ୍ରଛାତ୍ରୀ ମାନଙ୍କୁ ଦକ୍ଷତା ଭିତିକ ଶିକ୍ଷା ଓ ଉଚ୍ଚ ଶିକ୍ଷାରେ ସହାୟକ ହେବା ପାଇଁ ପ୍ରତିଶ୍ରୁତିବଦ୍ଧ ।ଆମ୍ଭେ ରାଜନୈତିକ ସ୍ବାଧୀନତା ହାସଲ କରିଛୁ ।କିନ୍ତୁ ଆମକୁ ଆତ୍ମ ନିର୍ଭରଶୀଳ ଭାରତ ଗଠନ କରିବାକୁ ହେଲେ ଶିକ୍ଷା ସହ ଦକ୍ଷତା ତାଲିମ ଶିକ୍ଷା ନେଇ ନିଜକୁ ଆତ୍ମ ନିର୍ଭରଶୀଳ କରିବାକୁ ପଡ଼ିବ ବୋଲି କହିଥିଲେ । ଖୁସିର ବିଷୟ ଏହି କେନ୍ଦ୍ରରେ ଅଦ୍ଯାବଧି ୬୦୦ ରୁ ଅଧିକ ଛାତ୍ରଛାତ୍ରୀ,ବୟସ୍କ,କର୍ମନିଯୁକ୍ତି ବ୍ୟକ୍ତିମାନେ ନାମ ପଃଜିକରଣ କରିଛନ୍ତି ।ଭାରତ ସ୍ଵାଧୀନତା ରେ ପୂର୍ବ ସୂରୀମାନଙ୍କ ତ୍ୟାଗ,ବଳିଦାନ,ଦେଶଭକ୍ତକୁ ସ୍ମରଣ କରି ଦେଶ ନିର୍ମାଣରେ ସମସ୍ତେ କିଛି ନା କ କିଛି ସେବା ମନୋଭାବ ରଖି ଆଗେଇବାକୁ ପଡ଼ିବ ବୋଲି ଅତିଥିଗଣ କହିଥିଲେ ।ଏହି କାର୍ଯ୍ୟକ୍ରମରେ କେନ୍ଦ୍ରର ପ୍ରଶାସନିକ ଅଧିକାରୀ ମହେନ୍ଦ୍ର ମିଶ୍ର,ହେମନ୍ତ ମିଶ୍ର,ଦୁର୍ଯୋଧନ ମହାପାତ୍ର,କିରୋସିନି ଶର୍ମା,ସ୍ଥାନୀୟ ସ୍କୁଲର ଛାତ୍ରଛାତ୍ରୀ ପ୍ରମୁଖ ଯୋଗ ଦେଇଥିଲେ ।
ରାଇରଙ୍ଗପୁର ରୁ ଅକ୍ଷୟ ଵିଶ୍ବାଳ

