ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାମ୍ବାଦିକଙ୍କୁ ମାଡ଼ ଘଟଣାରେ ଏସ୍‌ପି କାର୍ଯ୍ୟାଳୟ ଘେରାଉ

ନୂଆପଡା: ଜିଲ୍ଲା ସଦର ମହକୁମାସ୍ଥିତ ଆରକ୍ଷୀ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସାମ୍ବାଦିକ ସମନ୍ନୟ ସମିତି ପକ୍ଷରୁ ବୁଧୁବାର ଦିନ ଧାରଣା ଦିଆଯାଇଛି। ଖବର ସଂଗ୍ରହ ବେଳେ ସାମ୍ବାଦିକ ରବିକାନ୍ତ ଠେଲାଙ୍କୁ ଆକ୍ରମଣ ଘଟଣାର ନିନ୍ଦା କରାଯାଇଛି। ଘଟଣାକୁ ପ୍ରତିବାଦ କରି ଆରକ୍ଷୀ ଅଧିକ୍ଷଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି। ଏଥିସହ ସାମ୍ବାଦିକ ସମନ୍ବୟ ସମିତି ପକ୍ଷରୁ ପୁଲିସ ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ଦିବାକରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।

ତେବେ ଏସ୍‌ପି କାର୍ଯ୍ୟାଳୟ ଘେରାଉ ପୂର୍ବରୁ ସାମ୍ବାଦିକମାନଙ୍କର ଏକ ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ସାମ୍ବାଦିକ ସମନ୍ନୟ ସମିତି ଆବାହକ ବିଜୟ କୁମାର ଶହିସ ଅଧ୍ୟକ୍ଷତା କରିଥିବା ବେଳେ ନୂଆପଡା ବିଧାୟକ ରାଜେନ୍ଦ୍ର ପ୍ରଶାଦ ଢୋଲକିଆ, ଓକିଲ ସଂଘ ସଭାପତି ପ୍ରଶନ୍ନ ପାଢ଼ୀ, ମଜଦୂର ସଂଘ ଆବାହକ ଯଦୁମଣି ପଣଗ୍ରାହୀ, କୋମନା ସରପଞ୍ଚ ସଂଘ ମୃତ୍ୟୁଞ୍ଜୟ ପାଣିଗ୍ରାହୀ ଉପସ୍ଥିତ ଥିଲେ। ସଭାରେ ଜିଲ୍ଲାର ୪ ଗୋଟି ସଂଘର ପ୍ରତିନିଧିମାନେ ଯୋଗ ଦେଇଥିଲେ। ଜିଲ୍ଲା ପ୍ରେସ କ୍ଲବ ପକ୍ଷରୁ ଡେନିଷ ରାୟ, ଜାନ ପକ୍ଷରୁ ଘନଶ୍ୟାମ ଭୋଇ, ନୂଆପଡା ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରରୁ ସୁରେନ୍ଦ୍ର ତିୱାରୀ ନିଜ ମତ ଉପସ୍ଥାପନ କରିଥିଲେ। ଏସପି କାର୍ଯ୍ୟାଳୟକୁ ପ୍ରତିନିଧି ଦଳ ଯାଇ ଦାବିପତ୍ର ପ୍ରଦାନ କରିଥିଲେ। ଏସ୍‌ପି ଶ୍ରୀ ଦିବାକର ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଶେଷରେ ସାମ୍ବାଦିକ କୁନୁ କରୁଆ ଧନ୍ୟବାଦ ଅର୍ପଣ କରିଥିଲେ ।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ସାହିତ୍ୟ ଅଗଣା

Sunil Chandra Nayak

ବିଜୟ କୁମାର ଜେନା ଙ୍କ ସକାଳର ଜଣାଣ

Sunil Chandra Nayak

ଧର୍ମଗଡ ଏନଏସି ଉପାଧକ୍ଷା ହେଲେ ବିଜେଡି ର ଶ୍ରୀମତୀ ମନୀଷା ମିଶ୍ର

Sunil Chandra Nayak

Leave a Comment

error: Content is protected !!