ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ସହରର ଲୋକଙ୍କ ସମସ୍ୟାକୁ ନେଇ ସି ଜି ଏମଙ୍କ ସହିତ ସାକ୍ଷାତ କଲେ ବିଧାୟକ, ୨- ମା ମନସା ଦେବୀଙ୍କ ନିକଟରେ ମାନବ ସମାଜର ମଙ୍ଗଳ କାମନା କଲେ ବିଧାୟକ ଶ୍ରୀ ଦୁର୍ଗା ତନ୍ତୀ

ସହରର ଲୋକଙ୍କ ସମସ୍ୟାକୁ ନେଇ ସି ଜି ଏମଙ୍କ ସହିତ ସାକ୍ଷାତ କଲେ ବିଧାୟକ

ରାଉରକେଲା : ସମ୍ପ୍ରତି ସହରରେ ଲାଗି ରହିଥିବା ପ୍ରବଳ ବର୍ଷା ଯୋଗୁଁ ନାଳ ନାର୍ଦ୍ଦମାରେ ବର୍ଷା ଜଳ ଜମି ରହିଯିବା କାରଣରୁ ନାଳ ପାଣି ସବୁ ଲୋକଙ୍କ ଘର ଭିତରେ ପଶି ଯାଇଥିଲା । ଯେଉଁଥିପାଇଁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଏହାସର ଏକମାତ୍ର କାରଣ ବର୍ଷା ଜଳ ନିଷ୍କାସନ ପାଇଁ ଅତୀତରେ ଥିବା ବ୍ୟବସ୍ଥା ସମ୍ପୁର୍ଣ୍ଣ ଭୁଶୁଡି ପଡିଛି । ଏସବୁ ସମସ୍ୟାର ସମାଧାନ ପାଇଁ ଆଜି ମଧ୍ୟାହ୍ନରେ ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ଟାଉନ ଇଞ୍ଜିନିୟରିଙ୍ଗ ବିଭାଗର ସି ଜି ଏମ ଚନ୍ଦ୍ରମୋହନ ଚୁଗଙ୍କୁ ସାକ୍ଷାତ କରି ପ୍ରବଳ ବର୍ଷା ଯୋଗୁଁ ଇସ୍ପାତ ସହରାଞ୍ଚଳରେ ଥିବା ସେକ୍ଟର-୧,୨,୬,୧୫,୧୩,୧୪,୧୫,୧୬ ସମେତ ଅନ୍ୟାନ୍ୟ ସେକ୍ଟର ଏବଂ ଏହାର ଆଖପାଖରେ ଥିବା ଏକାଧିକ ବସ୍ତି,ଗୋଲ ଘର,ନୂଆ ହିଲଟପ ବସ୍ତି,ଆଜାଦ ବସ୍ତି,ଦକ୍ଷିଣ ରାଉରକେଲା,ସେକ୍ଟର-୨୨,ସେକ୍ଟର-୬ ଅଞ୍ଚଳରେ ଥିବା ମୁଣ୍ଡାରୀ ବସ୍ତି,ପାହାଡ଼ପୁର ବସ୍ତି, ଲୁଆକେରା,ତୁମକେଲା,ବିଶ୍ରା ବନ୍ଧମୁଣ୍ଡା ରାସ୍ତା ଏବଂ ଇସ୍ପାତ ସହରାଞ୍ଚଳରେ ଥିବା ରାସ୍ତାର ଅବସ୍ଥା ସମ୍ବନ୍ଧରେ ଆଲୋଚନା କରିଥିଲେ । ସମସ୍ୟାର ସମାଧାନ ପାଇଁ ଡ୍ରେନେଜ ବ୍ୟବସ୍ଥାକୁ ସୁଦୃଢ କରିବା ସହିତ ରିଙ୍ଗ ରୋଡ଼ରେ ଜଳ ନିଷ୍କାସନ ପାଇଁ ପୂର୍ବ ପରି ରାସ୍ତାର ଉଭୟ ପାର୍ଶ୍ଵରେ ବର୍ଷା ଜଳ ନିଷ୍କାସନ ପାଇଁ ଆବଶ୍ୟକ ବ୍ୟବସ୍ଥା କରିବା ଉପରେ ବିଧାୟକ ଶ୍ରୀ ତନ୍ତୀ ଗୁରୁତ୍ୱାରୋପ ଦେଇଥିଲେ । ବିଧାୟକଙ୍କ ସହ ଆଲୋଚନା ବେଳେ ଇସ୍ପାତ ସହରାଞ୍ଚଳରେ ଥିବା ସମସ୍ତ ବସ୍ତିକୁ ୪ଟି ଯୋନରେ ବିଭକ୍ତ କରି ବସ୍ତିର ସମସ୍ୟାର ସମାଧାନ ପାଇଁ ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇ ଟେଣ୍ଡର ହୋଇଛି । ବର୍ଷା କମିଲେ କାର୍ଯ୍ୟ ପ୍ରାରମ୍ଭ ହେବ ବୋଲି ସିଜିଏମ ଶ୍ରୀ ଚୁଗ ବିଧାୟକ ଶ୍ରୀ ତନ୍ତୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଆଜିର ଏହି ଆଲୋଚନା ସମୟରେ ବିରମିତ୍ରପୁ ର ପୂର୍ବତନ ବିଧାୟକ ଶଙ୍କର ଓରାମଙ୍କ ସହିତ ଭାରତୀୟ ଜନତା ପାର୍ଟିର ବହୁ ନେତା ଓ କର୍ମୀ ମାନେ ମଧ୍ୟ ଉପସ୍ଥିତ ଥିଲେ ।

ମା ମନସା ଦେବୀଙ୍କ ନିକଟରେ ମାନବ ସମାଜର ମଙ୍ଗଳ କାମନା କଲେ ବିଧାୟକ ଶ୍ରୀ ଦୁର୍ଗା ତନ୍ତୀ

ରାଉରକେଲା : ରଘୁନାଥପାଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଥିବା ସେକ୍ଟର-୧୩/୧୪ ନିକଟରେ ଥିବା ଲୁଆକେରା ଗ୍ରାମରେ ଗ୍ରାମବାସୀଙ୍କ ଦ୍ବାରା ଆଜି ମା ମାନସା ଦେବୀଙ୍କ ପୂଜା ଆୟୋଜନ କରାଯାଇଥିଲା । ଏହି ପୂଜାରେ ଅନ୍ୟତମ କର୍ତ୍ତା ଭାବେ ରଘୁନାଥପାଲ୍ଲୀ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ଦୁର୍ଗା ଚରଣ ତନ୍ତୀ ନିଜ ଧର୍ମପତ୍ନୀ ସୁଚିତ୍ରା ତନ୍ତୀଙ୍କ ସହିତ ଯୋଗ ଦେଇ ପୂଜାର୍ଚ୍ଚନା କରିବା ସହିତ ମା ମନସା ଦେବୀଙ୍କ ନିକଟରେ ମାନବ ସମାଜର କଲ୍ୟାଣ ପାଇଁ ପ୍ରାର୍ଥନା କରିଥିଲେ ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରାୟଗଡାରେ ଆୟୋଜିତ ହେଲା ସଂକ୍ଷିପ୍ତ ସ୍ବତନ୍ତ୍ର ସଂଶୋଧନ ସମ୍ପର୍କିତ ପଥ ଉତ୍ସବ ଓ ୱାକେଥନ

masiha

ଜେପି ହୋଣ୍ଡା ସୋ’ରୁମ ପକ୍ଷରୁ ପଦର୍ଶିତ ହେଲା ହୋଣ୍ଡା ସାଇନ – ୧୦୦ ସିସି ବାଇକ

Sunil Chandra Nayak

ଖଡିଆଳ ସହର ସାହୁପଡ଼ା ସଡ଼କ ଦୃଶ୍ୟ, ନାଲ ନର୍ଦ୍ଦମା ଜଳ ସଡ଼କ ଉପରେ ପ୍ରବାହିତ, ବାଧ୍ୟ ହୋଇ ଜନସାଧାରଣ ଯାତାୟତ

masiha

Leave a Comment

error: Content is protected !!