ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କିଡିଙ୍ଗ ଛକ ନିକଟରେ ବୁଲକନରକୁ ସାଇଡ୍ ଦେବା ବେଳେ ଚାଷ ଜମିରେ ଓଲଟିଲା କୋଇଲା ବୋଝେଇ ଟ୍ରକ

କିଡିଙ୍ଗ ଛକ ନିକଟରେ ବୁଲକନରକୁ ସାଇଡ୍ ଦେବା ବେଳେ ଚାଷ ଜମିରେ ଓଲଟିଲା କୋଇଲା ବୋଝେଇ ଟ୍ରକ

 କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ କିଡିଙ୍ଗ ଛକ ନିକଟରେ ଭବାନୀପାଟଣାରୁ ବିଶାଖାପାଟଣାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥରେ ଏକ କୋଇଲା ବୋଝେଇ ଟ୍ରକ୍ ଧାନ ଚାଷ ଜମିକୁ ଓଲଟି ପଡ଼ିଛି। ମଙ୍ଗଳବାର ଅପରାହ୍ନ ପ୍ରାୟ ୫ଟା ସମୟରେ ଏହି ଦୁର୍ଘଟଣା ଘଟିଛି।

ସୂଚନା ଅନୁଯାୟୀ, ସିଜି-୦୭-ସିଏମ୍-୩୬୧୨ ନମ୍ବର ବିଶିଷ୍ଟ କୋଇଲା ବୋଝେଇ ଟ୍ରକ୍‌ଟି ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ କୋଇଲା ନେଇ ଛତିଶଗଡ଼ର ରାୟପୁର ଅଭିମୁଖେ ଯାଉଥିଲା। କିଡିଙ୍ଗ ଛକ ନିକଟରେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଜିଜେ-୧୮-ବିଭି-୧୭୬୫ ନମ୍ବର ବିଶିଷ୍ଟ ଏକ ବୁଲକନରକୁ ସାଇଡ୍ ଦେବା ସମୟରେ ଟ୍ରକ୍‌ଟି ନିୟନ୍ତ୍ରଣ ହରାଇ ଧାନ ଚାଷ ଜମି ତଳକୁ ଓଲଟି ପଡ଼ିଥିଲା।

ଦୁର୍ଘଟଣା ପରେ ଡ୍ରାଇଭର ଟ୍ରକ୍ ଭିତରେ ଫସି ରହିଥିଲେ। ଘଟଣାସ୍ଥଳରେ ସ୍ଥାନୀୟ ଯୁବକମାନେ ତୁରନ୍ତ ପହଞ୍ଚି ଡ୍ରାଇଭରଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ସହ ସିକେରକୁପା ଫାଣ୍ଡିକୁ ଖବର ଦେଇଥିଲେ। ଖବର ପାଇ ନର୍ଲା ଥାନା ଅଧୀନସ୍ଥ ସିକେରକୁପା ଫାଣ୍ଡି ଅଧିକାରୀ ମୂରଲୀ ମୋହନ ପିଡିକା ଓ ପୁଲିସ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ଅନ୍ୟପଟେ, ଦୁର୍ଘଟଣାରେ ଟ୍ରକ୍‌ରେ ଥିବା କୋଇଲା ଚାଷ ଜମିରେ ପଡ଼ିଯାଇଛି। ଜମିରେ ଧାନ ତଳି ରହିଥିବାରୁ କୋଇଲା ଯୋଗୁଁ ଫସଲ ନଷ୍ଟ ହେବା ଆଶଙ୍କା ରହିଛି। ଏହାକୁ ନେଇ ଜମି ମାଲିକ ଚିନ୍ତାରେ ପଡ଼ିଛନ୍ତି।

ରିପୋର୍ଟ:ବିଷ୍ଣୁ ଚରଣ ସ୍ୱାଇଁ

Related posts

ତାଳଚେର ପୋଲିସ ଦ୍ୱାରା ଦୁଇ ବ୍ରାଉନ ସୁଗାର ବେପାରୀ ଗିରଫ; ୧୦.୩୨ ଗ୍ରାମ ବ୍ରାଉନ ସୁଗାର ଜବତ

Sunil Chandra Nayak

ବାମନଘାଟୀ ଦେଶ କରମ ପରବ ଅବସର ରେ ଖଡଖାଇ ନଦୀକୂଳ ରୁ ଜାୱା ଉଠା କାର୍ଯ୍ୟକ୍ରମ ସମାପନ 

Sunil Chandra Nayak

୧-ସାପୁଆ ନଈ ପଠାରେ ଧୋବ ଫରଫର କାଶତଣ୍ଡୀ , ୨- କନ୍ଧରାରେ ଧୁମଧାମରେ ଖୁଦୁରୁକୁଣୀ ଭସାଣି ଉତ୍ସବ, ୩-ଗବଗଡା ଗ୍ରାମବାସୀ ଦୀର୍ଘ ଦିନ ଧରି ବିଦ୍ୟୁତ ସେବାରୁ ବଞ୍ଚିତ,୪- ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ସାମ୍ବାଦିକ ସଂଘର ନବମ ମାସିକ ବୈଠକ , ୫-ଢେଙ୍କାନାଳର ବିଭିନ୍ନ ସ୍ଥାନରେ ଶେଷ ଖୁଦୁରୁକୁଣୀ ଓଷା ପାଳିତ, ୬- ଜିଲା ବିଜ୍ଞାନ ନାଟକ ପ୍ରତିଯୋଗିତାରେ କାମାକ୍ଷାନଗର ବ୍ଲକର କୃତିତ୍ୱ , ୭- ବିଦ୍ୟୁତ ସମସ୍ୟା ନେଇ ମହାବିରୋଡ଼ ଅଞ୍ଚଳ ବାସୀ ଥାନା ଅଧିକାରୀଙ୍କୁ ଦେଲେ ଦାବିପତ୍ର , ୮- ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା ପାଇଁ ଶୁଭମାଟି ଅନୁକୂଳ, ୯- ଗଡ଼ଜାତ ଗାନ୍ଧି ସାରଙ୍ଗଧର ଦାସଙ୍କ ୬୯ତମ ଶ୍ରାଦ୍ଧ ଦିବସ ରେ ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କୁ “ଗଡ଼ଜାତ ଗାନ୍ଧି ସ୍ମୃତି ସୁରକ୍ଷା ସମ୍ମାନ”, ୧୦-ସେନା କର୍ମଚାରୀଙ୍କର ଅକାଳ ବିୟୋଗରେ ଗ୍ରାମରେ ଶୋକାକୁଳ ପରିବେଶ 

Sunil Chandra Nayak

Leave a Comment

error: Content is protected !!