ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରୋଟାରୀ କ୍ଲବ ଅଫ୍ ରାଉରକେଲା ଭାଇବ୍ରାଣ୍ଟ ତରଫରୁ ଛତା ବଣ୍ଟନ 

ରୋଟାରୀ କ୍ଲବ ଅଫ୍ ରାଉରକେଲା ଭାଇବ୍ରାଣ୍ଟ ତରଫରୁ ଛତା ବଣ୍ଟନ 

ରାଉରକେଲା: ନିଜର ସାମାଜିକ ପ୍ରତିବଦ୍ଧତା ପାଇଁ ସହରରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ରୋଟାରୀ କ୍ଲବ ଅଫ୍ ରାଉରକେଲା ଭାଇବ୍ରାଣ୍ଟ ତରଫରୁ ସମ୍ପ୍ରତ୍ତି ଭୀଷଣ ବର୍ଷା କୁ ଆଖି ଆଗରେ ରଖି ସହରର କିଛି ସଫେଇ କର୍ମଚାରୀ ଙ୍କୁ ଛତା ବଣ୍ଟନ କରାଯାଇଥିଲା। ଭାଇବ୍ରାଣ୍ଟ ର ସଭାପତି ଡ଼ ସଞ୍ଜୁକ୍ତା ପତି ଓ ସାଧାରଣ ସମ୍ପାଦକ ବିଜୟଲକ୍ଷ୍ମୀ ତ୍ରିପାଠୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା। ୫୦ ରୁ ଉର୍ଦ୍ଧ୍ବ ସଫେଇ କର୍ମଚାରୀ ଙ୍କୁ ଛତା ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସମସ୍ତ ରୋଟାରୀଆନ ଅନିତା ନାୟକ, ଅଞ୍ଜଳି ହୋତା, ସବିତା ମହାନ୍ତି, ସୈଦାମିନୀ ଶତପଥୀ,ସୋମା ମହାପାତ୍ର, ଡ଼ଃ ନିବେଦିତା ପଟ୍ଟନାୟକ ରାୟ, ବସନ୍ତ କୁମାର ତନ୍ତୀ, ଶ୍ରୀଧର ମଲ୍ଲିକ,ସଞ୍ଜିତ ଛୋଟରାୟ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଜଳେଶ୍ଵର ବ୍ଲକ ଟପ୍ପର ହେଲେ ଅନିକେତ ପାତ୍ର

ଷ୍ଟେଟ ବ୍ୟାଙ୍କ ଯୋରନ୍ଦା ଶାଖା ପରିଚାଳକଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା

World Water Day observed by the Institute of Engineers(India) Rourkela local centre

Sunil Chandra Nayak

Leave a Comment

error: Content is protected !!