ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋଲାମୁଣ୍ଡାର ବରିଷ୍ଠ ସମାଜସେବୀ ଶ୍ରୀ ଟେକଚାନ୍ଦ ଅଗ୍ରୱାଲଙ୍କ ପରଲୋକ

ଗୋଲାମୁଣ୍ଡାର ବରିଷ୍ଠ ସମାଜସେବୀ ଶ୍ରୀ ଟେକଚାନ୍ଦ ଅଗ୍ରୱାଲଙ୍କ ପରଲୋକ

ଜୁନାଗଡ଼ ( ମ ନି ସ):-ଗୋଲାମୁଣ୍ଡା ଅଞ୍ଚଳର ବରିଷ୍ଠ ସମାଜସେବୀ ଶ୍ରୀ ଟେକଚାନ୍ଦ ଅଗ୍ରୱାଲଙ୍କ ପରଲୋକ ଘଟିଛି। ତାଙ୍କ ଜନ୍ମ ୦୩/୦୪/୧୯୪୪ ଏବଂ ମୃତ୍ୟୁ ୨୦/୦୮/୨୦୨୬। ଭବାନୀପାଟଣା ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା।

ସେ ସ୍ୱର୍ଗତ ଝୁନୀଲାଲ ଅଗ୍ରୱାଲ ଏବଂ ମାତା ଶ୍ରୀମତୀ ବରଫୀ ଦେବୀ ଅଗ୍ରୱାଲଙ୍କ ସୁପୁତ୍ର ଥିଲେ।ସେ ଜଣେ ଜଣାଶୁଣା ଆମ ବ୍ଲକ ଅଞ୍ଚଳ ର ବରିଷ୍ଟ ସମାଜସେବୀ ଥିଲେ। ସମାଜ ସେବା ଭାବରେ ସେ ଗରିବ ଲୋକଙ୍କୁ ଶୀତ, ଖରା, ବର୍ଷା ଦିନ ରେ ଅନେକ ଗୁଡ଼ିଏ ସାମଗ୍ରୀ ସେବା ସହ ଯୋଗ ବାଣ୍ଟୁଥିଲେ। ଅଞ୍ଚଳର ଅନେକ ଗୋଶାଳାରେ ମଧ୍ୟ ତାଙ୍କର ସହଯୋଗ ରହିଥିଲା। ମାରୱାଡୀ ସମାଜକୁ ଆଗକୁ ନେବା ପାଇଁ ସେ ସର୍ବଦା ଚେଷ୍ଟା କରୁଥିଲେ।

ତାଙ୍କର ସବୁଠୁ ବଡ ଅବଦାନ ହେଉଛି, ସେ ନିଜର ୨ ଏକର ଜମି ନାଏକ ପଡା ପ୍ରାଥମିକ ବିଦ୍ୟାଳୟ ପାଇଁ ଦାନ କରିଥିଲେ । ନିଜ ଜମିରେ ବର୍ତ୍ତମାନ ସୋଲାର ପ୍ୟାନେଲ ଲାଗିଥିବାରୁ ଅଞ୍ଚଳର ଲୋକମାନେ ଉପକୃତ ହେଉଛନ୍ତି ଏବଂ ରୋଜଗାର ମଧ୍ୟ ପାଉଛନ୍ତି। ତାଙ୍କ ବିୟୋଗରେ ସମଗ୍ର ଗୋଲାମୁଣ୍ଡା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

“ଆପଣଙ୍କର ସାଦଗୀ, ସେବା ଭାବ, ସଜ୍ଜନତା ଏବଂ ସଂସ୍କାର ଆମ ସମସ୍ତଙ୍କ ପାଇଁ ସଦୈବ ପ୍ରେରଣାସ୍ରୋତ ହୋଇ ରହିବ।”

ଜଗଜ୍ଜିବନ ସାଙ୍କ ରିପୋର୍ଟ

Related posts

ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ଟିକେଟ କାଉଣ୍ଟର ଭିତରେ ସିକ୍ୟୁରିଟି କରୁଛି କଣ ?

Sunil Chandra Nayak

କୋକସରା ବ୍ଲକ ପରିସରରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ମକଡ୍ରିଲ ପ୍ରଦର୍ଶିତ କଲେ ଅଗ୍ନିଶମ ବିଭାଗ କର୍ମଚାରୀ

Sunil Chandra Nayak

ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ଦ୍ଵାରା ସୌର ଚାଳିତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମିତ 

masiha

Leave a Comment

error: Content is protected !!