ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଧାୟକ ଦୁର୍ଗାଚରଣ ତନ୍ତୀଙ୍କ ହସ୍ତକ୍ଷେପ ଫଳରେ ବସ୍ତିରେ ଲାଗିଲା ସୋଲାର ଲାଇଟ

ବିଧାୟକ ଦୁର୍ଗାଚରଣ ତନ୍ତୀଙ୍କ ହସ୍ତକ୍ଷେପ ଫଳରେ ବସ୍ତିରେ ଲାଗିଲା ସୋଲାର ଲାଇଟ

ରାଉରକେଲା : ରଘୁନାଥପାଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଥିବା ଇସ୍ପାତ ସହରାଞ୍ଚଳର ସେକ୍ଟର-୧ ଏବଂ ୨ ଅଞ୍ଚଳର ଜଗଧାତ୍ରୀ ବସ୍ତି ଏବଂ ଘୋଡାବନ୍ଧ ବସ୍ତିରେ ଷ୍ଟ୍ରିଟ ଲାଇଟ ନଥିବା କାରଣରୁ ବସ୍ତିରେ ଯିବା ଆସିବା କରିବାରେ ସ୍ଥାନୀୟ ଅଂଚଳବାସୀ ନାହିଁ ନଥିଵା ଅସୁବିଧାର ସମ୍ମୁଖୀନ ହୋଇଆସୁଥିଲେ । ଏ ସମ୍ବନ୍ଧରେ ଖବରପାଇ ରଘୁନାଥପାଲ୍ଲୀ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ର ଅଧକ୍ଷ ଦୁର୍ଗା ଚରଣ ତନ୍ତୀ ବସ୍ତି ଅଞ୍ଚକ ପରିଦର୍ଶନ କରିବା ପରେ ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷଙ୍କ ସହିତ କଥାବାର୍ତ୍ତା କରି ତୁରନ୍ତ ସମସ୍ୟାର ସମାଧାନ ପାଇଁ ପରାମର୍ଶ ଦେଇଥିଲେ । ଫଳରେ ଆଜି ଆର ଏସ ପି ପକ୍ଷରୁ ଉକ୍ତ ଦୁଇ ବସ୍ତିରେ ସୋଲାର ଲାଇଟ ସ୍ଥାପନ କରାଯାଇଛି । ଯାହା ଦ୍ବାରା ବସ୍ତି ବାସିନ୍ଦା ନିଜ ବସ୍ତି ଭିତରେ ଚଲାବୁଲା କରିବାରେ ସମ୍ମୁଖୀନ ହେଉଥିବା ସମସ୍ୟାରୁ ମୁକ୍ତି ପାଇଁ ବିଧାୟକ ଶ୍ରୀ ତନ୍ତୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ତେନ୍ତୁଳିଖୁଣ୍ଟି ଥାନା ରେ ନୂତନ ଆଇ ଆଇ ସି ଙ୍କ ଯୋଗଦାନ

Sunil Chandra Nayak

ବାରାହା ଆକ୍ରମଣରେ ଚାଷୀ ଗୁରୁତର :ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି 

Sunil Chandra Nayak

ଜାତୀୟ ଆଇନ ସେବା ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!