ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୃତ ଦାଦନଙ୍କ ପରିବାରଙ୍କୁ କଂଗ୍ରେସ ନେତାଙ୍କ ସହାୟତା

ମୃତ ଦାଦନଙ୍କ ପରିବାରଙ୍କୁ କଂଗ୍ରେସ ନେତାଙ୍କ ସହାୟତା 

ହିଞ୍ଜିଳିକାଟୁ,୧୯/୮ ଗୁଜୁରାଟ ରାଜ୍ୟର ସୁରଥ ସୂତାକଳରେ କାମ କରୁଥିବା ବେଳେ ଶନିବାର ଜଣେ ଦାଦନ ଶ୍ରମିକଙ୍କ ଦୁଃଖଦ ମୃତ୍ୟୁ ଘଟିଥିଲା। ମୃତ ଶ୍ରମିକ ଜଣଙ୍କ ହେଲେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ୍ ଖରିଡା ଗ୍ରାମର ନିର ବେହେରା (୪୮)। ସୋମବାର ଭୋର ସମୟରେ ମୃତ ନିରଙ୍କ ମରଶରୀର ପୈତୃକ ଗ୍ରାମ ଖରିଡାରେ ପହଞ୍ଚିବା ପରେ ଶୋକାକୁଳ ପରିବେଶରେ ଗାଁ ଶ୍ମଶାନରେ ଶବ ସତ୍କାର କରାଯାଇଥିଲା। ଖବର ପାଇ ହିଞ୍ଜିଳିକାଟୁ ଅତିରିକ୍ତ ତହସିଲଦାର ସୁରଜ କୁମାର ନାୟକ ବେହେରା, ସହକାରୀ ଶ୍ରମ ଅଧିକାରୀ ଓ ଜନ ପ୍ରତିନିଧି ଖରିଡା ଗ୍ରାମରେ ପହଞ୍ଚି ଥିଲେ। ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ସ୍ଥାନୀୟ ପ୍ରଶାସନ ପକ୍ଷରୁ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଥିଲା। ଏଭଳି ଏକ ଦୁଃଖଦ ମୁହୂର୍ତ୍ତରେ କଂଗ୍ରେସ ଦଳର ନେତୃମଣ୍ଡଳୀ ଖରିଡା ଗ୍ରାମରେ ପହଞ୍ଚି ଶୋକସନ୍ତପ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ। ଓଡ଼ିଶା ପ୍ରଦେଶ କିଶାନ କଂଗ୍ରେସ ଉପାଧ୍ୟକ୍ଷ ଶିବରାମ ପ୍ରଧାନଙ୍କ ନେତୃତ୍ୱରେ ଜଗନ୍ନାଥ ଗୌଡ, ଛାତ୍ର କଂଗ୍ରେସ ନେତା ସଞ୍ଜୟ ସ୍ୱାଇଁ, ଜଗା ରାଉତ, ପୂର୍ବତନ ଶେରଗଡ ବ୍ଲକ କଂଗ୍ରେସ ସଭାପତି କୁନା ବିଷୋୟୀ ଓ ସମାଜସେଵୀ ପ୍ରଦୀପ କୁମାର ମହାରଣା ପ୍ରମୁଖ ଶୋକସନ୍ତପ୍ତ ପରିବାରକୁ କିଛି ଆର୍ଥିକ ସହାୟତା ରାଶି ପ୍ରଦାନ କରିଥିଲେ ।

Related posts

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର,ଜଗଦା ରେ ତ୍ରି-ଦିବସୀୟ ସଂକୁଳ ସ୍ତରୀୟ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଉଦଯାପିତ

Sunil Chandra Nayak

କୋଷାଗୁମୁଡ଼ା ଠାରେ ଜିଳ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ 

Sunil Chandra Nayak

ସାରସକଣା ଡାକ୍ତରଡାକ୍ତରଖାନା ପରିସରରେ ଅଗ୍ନିକାଣ୍ଡ

Sunil Chandra Nayak

Leave a Comment

error: Content is protected !!