ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଘୋଷିତ ବିଦ୍ୟୁତ୍ କାଟକୁ ନେଇ ବେଲଗାଁ ପଞ୍ଚାୟତବାସୀଙ୍କ ବିକ୍ଷୋଭ; ଟିପିଏସଓଡିଏଲ କାର୍ଯ୍ୟାଳୟ ଘେରାଉ, ଦାବିପତ୍ର ପ୍ରଦାନ

ଅଘୋଷିତ ବିଦ୍ୟୁତ୍ କାଟକୁ ନେଇ ବେଲଗାଁ ପଞ୍ଚାୟତବାସୀଙ୍କ ବିକ୍ଷୋଭ; ଟିପିଏସଓଡିଏଲ କାର୍ଯ୍ୟାଳୟ ଘେରାଉ, ଦାବିପତ୍ର ପ୍ରଦାନ

ହିଞ୍ଜିଳିକାଟୁ, ୧୯/୮: ଅଘୋଷିତ ବିଦ୍ୟୁତ୍ କାଟ ଓ ଲୋ-ଭୋଲ୍ଟେଜ୍ ସମସ୍ୟାକୁ ନେଇ ବେଲଗାଁ ପଞ୍ଚାୟତବାସୀଙ୍କ ମଧ୍ୟରେ ଦିନକୁ ଦିନ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ବାରମ୍ବାର ଅଭିଯୋଗ ସତ୍ତ୍ୱେ ସମସ୍ୟାର ସ୍ଥାୟୀ ସମାଧାନ ନହେବାରୁ ମଙ୍ଗଳବାର ଶତାଧିକ ମହିଳା ଓ ପୁରୁଷ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିଛନ୍ତି। ହିଞ୍ଜିଳିକାଟୁ ବିଜୁ ପଟ୍ଟନାୟକ ଛକଠାରୁ ପଞ୍ଚାୟତବାସୀଙ୍କ ପକ୍ଷରୁ ଏକ ପ୍ରତିବାଦ ରାଲି ବାହାରି ହିଞ୍ଜିଳିକାଟୁ ଟିପିଏସ୍‌ଓଡିଏଲ୍ ଡିଭିଜନ୍ କାର୍ଯ୍ୟାଳୟରେ ପହଞ୍ଚିଥିଲା। ସେଠାରେ ଉପସ୍ଥିତ ଲୋକେ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବିଦ୍ୟୁତ୍ ବିଭାଗ ବିରୋଧରେ ଅସନ୍ତୋଷ ପ୍ରକାଶ କରିଥିଲେ।

ପଞ୍ଚାୟତବାସୀଙ୍କ ଅଭିଯୋଗ ଅନୁସାରେ, ଦିନର ବିଭିନ୍ନ ସମୟରେ ବିନା କୌଣସି ସୂଚନାରେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍ ସରବରାହ ବନ୍ଦ ରହୁଛି। ବିଶେଷକରି ସାମାନ୍ୟ ବର୍ଷା କିମ୍ବା ପବନ ହେଲେ ବିଦ୍ୟୁତ୍ କାଟ ଅଧିକ ସମୟ ଧରି ରହୁଥିବାରୁ ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାର ପ୍ରଭାବ ଘରୋଇ କାର୍ଯ୍ୟ, ବ୍ୟବସାୟ, ପାଠପଢ଼ା ସମେତ ବିଭିନ୍ନ ଜରୁରୀ କାର୍ଯ୍ୟ ଉପରେ ପଡ଼ୁଥିବା ସେମାନେ କହିଛନ୍ତି। ଦୀର୍ଘଦିନ ଧରି ଅଞ୍ଚଳରେ ଲାଗିରହିଥିବା ଅଘୋଷିତ ବିଦ୍ୟୁତ୍ କାଟ ଓ ଲୋ-ଭୋଲ୍ଟେଜ୍ ସମସ୍ୟାର ସ୍ଥାୟୀ ସମାଧାନ ଦାବି କରି ପଞ୍ଚାୟତବାସୀ ବିଭାଗୀୟ ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ନିୟମିତ ଓ ନିରବଚ୍ଛିନ୍ନ ବିଦ୍ୟୁତ୍ ସରବରାହ ସୁନିଶ୍ଚିତ କରିବା ସହ ବିଦ୍ୟୁତ୍ ବିଚ୍ଛିନ୍ନତାର କାରଣ ଚିହ୍ନଟ କରି ତୁରନ୍ତ ପଦକ୍ଷେପ ନେବାକୁ ସେମାନେ ଦାବି କରିଥିଲେ।ଦାବିପତ୍ର ପ୍ରଦାନ ସମୟରେ ବେଲଗାଁ ଗ୍ରାମର ରଞ୍ଜିତା ସ୍ବାଇଁ, ବାସନ୍ତୀ ବେହେରା, ସୁକାନ୍ତି ସାହୁ, ମମତା ମହାନ୍ତି, ଲଲକ୍ଷ୍ମୀ ସାହୁଙ୍କ ସମେତ ବହୁ ମହିଳା ଓ ପୁରୁଷ ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ, ପଞ୍ଚାୟତବାସୀଙ୍କ ସମସ୍ୟା ଶୁଣିବା ପରେ ଟିପିଏସ୍‌ଓଡିଏଲ୍‌ର ନିର୍ବାହୀ ଅଧିକାରୀ ସମସ୍ୟାର ଖୁବଶୀଘ୍ର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ତେବେ ପ୍ରତିଶ୍ରୁତି ଅନୁଯାୟୀ ଶୀଘ୍ର ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ପଞ୍ଚାୟତବାସୀ ଚେତାବନୀ ଦେଇଛନ୍ତି।

Related posts

ଅବସର ପ୍ରାପ୍ତ ପ୍ରାଥମିକ ଶିକ୍ଷକ ସଂଘ ର ବନ୍ଧୁ ମିଳନ

masiha

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଡାବୁଗାଁ ଗ୍ରସ୍ତ 

Sunil Chandra Nayak

ବଣାଇ ଉପଖଣ୍ଡ!  କୁଲୁକୁତା ଘାଟିରେ ଇଟା ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ; ଡ଼୍ରାଇଭର ମୃତ , ୩ ଶ୍ରମିକ ଖଣ୍ଡିଆ ଖାବରା 

Sunil Chandra Nayak

Leave a Comment

error: Content is protected !!