ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭୋଟର ସଚେତନତା ଶିବିର ଅନୁଷ୍ଠିତ

ଭୋଟର ସଚେତନତା ଶିବିର ଅନୁଷ୍ଠିତ

ରାଇରଙ୍ଗପୁର :(ଅକ୍ଷୟ ବିଶ୍ବାଳ) ତା ୧୯-୦୮-୨୦୨୬ ରିଖ ବାମନଘାଟୀ ଉପଖଣ୍ଡ ଅଧିନସ୍ଥ ବିଭିନ୍ନ ବ୍ଲକରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଇତି ମଧ୍ୟରେ ଇଲେକ୍ଟ୍ରୋରାଲ ଲିଟେରାସି କ୍ଲବ୍ ପକ୍ଷରୁ ଭୋଟର, ସଚେତନ‌ତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆଜି ଗୋରୁମହିଷାଣି ଓ ତିରିଂ ଠାରେ ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଗୋରୁମାହିଶାଣି ଠାରେ ରାଇରଙ୍ଗପୁର ବ୍ଲକର ଏଵିଡିଓ ତଥା ସହକାରୀ ନିର୍ବାଚକ ପଞ୍ଜିକରଣ ଅଧିକାରୀ ଶ୍ରୀ ସୁରେଇ ମାର୍ଣ୍ଡି ଏବଂ ତିରିଂ ଠାରେ ଵି ଡି ଓ ତଥା ସହକାରୀ ନିର୍ବାଚକ ପଞ୍ଜୀକରଣ ଅଧିକାରୀ ଶ୍ରୀ ଭାଗବତ ପ୍ରସାଦ ମହାପାତ୍ର ଯୋଗ ଦେଇ ବିଦ୍ୟାର୍ଥୀମାନଙ୍କୁ ଗଣତାନ୍ତ୍ରିକ ପ୍ରକ୍ରିୟାରେ ନିଷ୍ଠାପର ଏବଂ ନୈତିକ ଭାଗୀଦାରି ସମ୍ପର୍କରେ ଅବଗତ କରିଥିଲେ। ଗଣତନ୍ତ୍ରରେ ପ୍ରତ୍ୟେକ ଭୋଟର ମୂଲ୍ୟ କେତେ ଗୁରୁତ୍ବପୂର୍ଣ୍ଣ ଏବଂ ସଂବିଧାନ ପ୍ରଦତ୍ତ ନିର୍ବାଚନୀ ଅଧିକାର ତଥା ଦାୟିତ୍ବ କିପରି ଦେଶ ଗଠନରେ ସହାୟକ ସେ ବିଷୟରେ ଆଲୋକପାତ କରିଥିଲେ । ଏହା ସହିତ ଇଆରଓ ଯୁବପିଢ଼ିଙ୍କ ପାଇଁ ଭୋଟର ତାଲିକାରେ ନାମ ପଞ୍ଜୀକରଣ ପ୍ରକ୍ରିୟା ଏବଂ ବର୍ତମାନ ଚାଲୁ ରହିଥିବା ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାର ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ । ୧୮ ବର୍ଷ ବୟସ ପୂରଣ କରିଥିବା ପ୍ରତ୍ୟେକ ଯୋଗ୍ୟ ନାଗରିକ ନିଜ ନାମ ଭୋଟର ତାଲିକାରେ ସାମିଲ କରିବା ସହ ନିଜ ଅଧିକାର ସାବ୍ୟସ୍ତ କରିବାକୁ ସେ ଆହ୍ବାନ ଦେଇଥିଲେ । କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଛାତ୍ରୀଙ୍କ ସହ ଅଧ୍ୟାପକ, ଅଧ୍ୟାପିକା ଉପସ୍ଥିତ ଥିଲେ ।

Related posts

ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡା. ଶୁଭାଶିଷ ସାହୁ ଜିଲା ସ୍ୱାସ୍ଥ୍ୟସେବା ସମ୍ମାନ ରେ ସମ୍ମାନୀତ

masiha

ଖାତିଗୁଡାରେ ସାଇବର ସୁରକ୍ଷା ସଚେତନତା ରଥକୁ ସମ୍ବର୍ଦ୍ଧନା

masiha

ଶ୍ରୀଗୁଣ୍ଡିଚା ସାଂସ୍କୃତିକ ସେବା ସମିତି ର ସାଂସ୍କୃତିକ କାର୍ଯ୍ୟକ୍ରମ 

Sunil Chandra Nayak

Leave a Comment

error: Content is protected !!