ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସର୍ଵ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଭାରତ ସ୍କାଉଟ ଓ ଗାଇଡର ଦୀକ୍ଷା ଉତ୍ସବ ଅନୁଷ୍ଠିତ

ସର୍ଵ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଭାରତ ସ୍କାଉଟ ଓ ଗାଇଡର ଦୀକ୍ଷା ଉତ୍ସବ ଅନୁଷ୍ଠିତ 

ଗୋଲାମୁଣ୍ଡା : ତା ୨୦ .୮. ୨୦୨୬ ସ୍ଥାନୀୟ ସର୍ଵ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଭାରତ ସ୍କାଉଟ ଓ ଗାଇଡର ଦୀକ୍ଷା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରାଧ୍ୟାପକ ସରୋଜ କାନ୍ତ ରଥ ସ୍କାଉଟ ପତାକା ଉତ୍ତୋଳନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ରୋଭର୍ ଲିଡର ତଥା କ୍ରୀଡ଼ା ପ୍ରଶିକ୍ଷକ ସନ୍ତୋଷ କୁମାର ବାରିକ ସ୍କାଉଟ ଓ ଗାଇଡର ଶପଥ ପାଠ କରାଇବା ସହ ପ୍ରଥମ ବର୍ଷର ଛାତ୍ର ଓ ଛାତ୍ରୀଙ୍କୁ ଦୀକ୍ଷା ପ୍ରଦାନ କରିଥିଲେ। ଏହି ଉପଲକ୍ଷେ ଆୟୋଜିତ ସଭାରେ ଅଧ୍ୟାପକ ଶାନ୍ତନୁ କୁମାର ପରିଡ଼ା, ପ୍ରଦୀପ କୁମାର ମିଶ୍ର ଓ ପ୍ରମୋଦ ମହାନ୍ତି ପ୍ରମୁଖ ଉପସ୍ଥିତ ରହିବା ସହ ଶିକ୍ଷାର୍ଥୀ ମାନଙ୍କୁ ସ୍କାଉଟ ଓ ଗାଇଡର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇ ଥିଲେ। ଅଧ୍ୟାପକ ଲିଙ୍ଗେଶ୍ୱର ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ଭାରତ ସ୍କାଉଟ ଓ ଗାଇଡ ରୋଭର୍ ରେଞ୍ଜର ଛାତ୍ର ଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।

Related posts

ଗୁରୁଦିବସ ଅବସରରେ ବିଭିନ୍ନ ସ୍କୁଲ ପରିଦର୍ଶନ କଲେ ଏସଡିସି ଅଧ୍ୟକ୍ଷ ଶିବାଜୀ ମାଝୀ

masiha

ବାଲ୍ୟ ବିବାହ କୁ ରୋକିବା ପାଇଁ ଜିଲ୍ଲା ସ୍ତରୀୟ କୌଶଲାତ୍ମକ କାର୍ଯ୍ୟ ଯୋଜନା ୨୦୨୬-୨୯

Sunil Chandra Nayak

ନୂଆପଡାରେ ଆୟୁଷ ସେବାର ଉନ୍ନତି ପାଇଁ ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!