ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦ୍ୟାଳୟ ର ଚକ୍ଷୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ସମ୍ବନ୍ଧ ରେ ବୈଠକ

ବିଦ୍ୟାଳୟ ର ଚକ୍ଷୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ସମ୍ବନ୍ଧ ରେ ବୈଠକ

ସୁରେନ୍ଦ୍ର ସାଏ ଦିବ୍ୟଦୃଷ୍ଟି ଯୋଜନା ଆନୁକୁଲ୍ୟରେ ଆଜି କଳାହାଣ୍ଡି ଜିଲ୍ଲାପାଳ ଙ୍କ ବୈଠକ କକ୍ଷ ରେ ବିଦ୍ୟାଳୟ ଚକ୍ଷୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାର ସମସ୍ତ ସରକାରୀ ଓ ସରକାରୀ ସ୍ୱୀକୃତି ପ୍ରାପ୍ତ ବିଦ୍ୟାଳୟ ର ପ୍ରଥମ ଶ୍ରେଣୀ ଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ର ଛାତ୍ରୀ ଙ୍କ ଚକ୍ଷୁ ପରୀକ୍ଷା ଓ ମାଗଣା ଚଷମା ବଣ୍ଟନ ପାଇଁ ସ୍ୱାସ୍ଥ୍ୟ ବିଭାଗ, ଶିକ୍ଷା ବିଭାଗ, ତପସିଲ ଭୁକ୍ତ ଜାତି ଓ ଉପଜାତି ଉନ୍ନୟନ ବିଭାଗ ଏବଂ ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ବିଭାଗ ର ଏକ ସମନ୍ବୟ ବୈଠକ ଙ୍କୁ କଳାହାଣ୍ଡି ଜିଲ୍ଲାର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସା, ଓ ଜନସ୍ୱାସ୍ଥ୍ୟ ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ସମସ୍ତ ଗୋଷ୍ଠି ଜନସ୍ୱାସ୍ଥ୍ୟ ଅଧିକାରୀ, RBSK ପରିଚାଳକ, ସ୍ଵେଚ୍ଛାସେବୀ ଅନୁଷ୍ଠାନ ଓ ଚକ୍ଷୁ ଚିକିତ୍ସା ଅଧିକାରୀ ମାନେ ଭାଗ ନେଇଥିଲେ । ଉକ୍ତ ବୈଠକରେ ବିଦ୍ୟାଳୟ ଚକ୍ଷୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଙ୍କୁ ସୁଚାରରୂପେ ସମ୍ପାଦନା କରିବା ପାଇଁ ସମସ୍ତ ବିଭାଗ ର ସମନ୍ଵୟ ଙ୍କୁ ଗୁରୁତ୍ୱ ଦିଆଯାଇଥିଲା

Related posts

କାରୁଣ୍ଡ କଳା କେନ୍ଦ୍ର ରୌପ୍ୟ ଜୟନ୍ତୀ ଉଦଯାପିତ, ୧୨ ଜଣଙ୍କୁ “କାରୁଣ୍ଡଶ୍ରୀ ସମ୍ମାନ”ପ୍ରଦାନ

Sunil Chandra Nayak

ଆଂବେଦକରବାଦ ଏକ ଉଚ୍ଚତମ ଆଦର୍ଶ: ବିକାଶ ଓ ପୂଜ୍ୟ ପୂଜା ସମିତି ସମ୍ବିଧାନର ସୁରକ୍ଷା ପାଇଁ ଏକ ହେବାକୁ ଆହ୍ଵାନ 

Sunil Chandra Nayak

ପୁରୁଣାପଡ଼ା ଶ୍ମଶାନ ଠାରେ ୭୬ ତମ ବନ ମହୋତ୍ସବ ଅନୁଷ୍ଠିତ

Leave a Comment

error: Content is protected !!