ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧରାକୋଟ ରେ ଲକ୍ଷପତି ଦିଦି କର୍ମଶାଳା ଉଦଯାପିତ

ଧରାକୋଟ ରେ ଲକ୍ଷପତି ଦିଦି କର୍ମଶାଳା ଉଦଯାପିତ

ଆସିକା, ୨୧/୮/୨୬ (ଶିବ ଶଙ୍କର ମିଶ୍ର ) ଧରାକୋଟ ବ୍ଲକ ମିଶନ ଶକ୍ତି ବିଭାଗ ପକ୍ଷରୁ ଦୀର୍ଘ ତିନି ଦିନ ଧରି ଚାଲିଥିବା ଲକ୍ଷପତି ଦିଦି କର୍ମଶାଳା ଓ ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି।ବି ପି ସି ସୁଶାନ୍ତ କୁମାର ନାୟକ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ଏ ସି ପି ଅମେସ ବେହେରାଙ୍କ ସଂଯୋଜନାରେ ରେ ଲକ୍ଷପତି ଦିଦି କର୍ମଶାଳା ବ୍ଲକ ପରିସରରେ ଆୟୋଜିତ କାର୍ଯ୍ୟକ୍ରମ ରେ ଅତିଥି ଭାବରେ ଜିଲ୍ଲା ପ୍ରକଳ୍ପ ସଂଯୋଜକ ଜୟ କୃଷ୍ଣ ମହାପାତ୍ର,ତହସିଲଦାର ଲମ୍ବୋଦର ମାରାଣ୍ଡି, ଏ ବି ଡି ଓ ଭବାନୀ ଶଙ୍କର ପ୍ରଧାନ, ସି ଡି ପି ଓ ସୁନୀଲ ପ୍ରଭା ରଥ , ବ୍ଲକ ବିତ୍ତ ଅଧିକାରୀ ସୁରେଶ ବେହେରା, ସହକାରି ଯନ୍ତ୍ରୀ ଚିନ୍ମୟ ରାଉତ,କଲ୍ୟାଣ ଅଧିକାରୀ ଅନନ୍ୟା ପଣ୍ଡା, ଏ ପି ଓ ନନ୍ଦିନୀ ଦାସ, ସାମାଜିକ ସୁରକ୍ଷା ଅଧିକାରୀ ସଚିନ ପାତ୍ର,ବି ପି ଏମ ପ୍ରତାପ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହିଥିଲେ । ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନଙ୍କୁ ଆତ୍ମ ନିର୍ଭରଶିଳ କରି ଅଧିକ ଲକ୍ଷପତି ଦିଦି ରୁ ମହା ଲକ୍ଷପତି ଦିଦି ସୃଷ୍ଟି କରିବା ପାଇଁ ଏସ ବି ଆଇ ଧରାକୋଟ ଶାଖାର କ୍ଷେତ୍ର ଅଧିକାରୀ ଦେବାଶିଷ ପଣ୍ଡା ଙ୍କ ଦ୍ଵାରା 25 ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀ କୁ ଏକ କୋଟି ପଚିଶି ଲକ୍ଷ ଟଙ୍କାର ଆର୍ଥିକ ସହାୟତା, ଆଇ ଓ ବି ଯାହାଡା ପକ୍ଷରୁ ଶାଖା ପରିଚାଳକ ରାଜ ପ୍ରତୀକ ଦାସ ଙ୍କ ଦ୍ଵାରା 8 ଗୋଟି ସ୍ବୟଂ ସହାୟକ ଗୋଷ୍ଠୀ କୁ ଏକ କୋଟି ଦଶ ଲକ୍ଷ ଟଙ୍କାର ଆର୍ଥିକସହାୟତା,ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଧରାକୋଟ ଶାଖା ପରିଚାଳକ ଅଶେଷ କୁମାର ଦାସ ଙ୍କ ଦ୍ଵାରା 20 ଗୋଟି ସ୍ବୟଂ ସହାୟକ ଗୋଷ୍ଠୀ କୁ 90 ଲକ୍ଷ ଟଙ୍କାର ଆର୍ଥିକ ସାକ୍ଷରତା, ମୁଣ୍ଡମରାଇ ୟୁନିଅନ ବ୍ୟାଙ୍କ ଶାଖା ତରଫରୁ 5 ଗୋଟି ସ୍ବୟଂ ସହାୟକ ଗୋଷ୍ଠୀ କୁ 50 ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ଖାଦ୍ୟ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରି ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଦଶ ଗୋଟି ସ୍ବୟଂ ସହାୟକ ଗୋଷ୍ଠୀ କୁ ମାନପତ୍ର, ସିଲ ସହ 40000 ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ଏହି ଅବସରରେ ଦେଶାତ୍ମ ବୋଧକ ସଙ୍ଗୀତ , ଗୋଷ୍ଠୀ ସଙ୍ଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। କାର୍ଯ୍ଯକ୍ରମ ରେ ବ୍ୟାଙ୍କମିତ୍ର ସଂଯୁକ୍ତା ପଟନାୟକ, ବିଷ୍ଣୁ ପ୍ରିୟା ଦଳେଇ,ସନ୍ଧ୍ୟାରାଣୀ ସ୍ୱାଇଁ, ମମତା ସାହୁ ଙ୍କ ସମେତ ଏମ ବି କେ, ସି ଆର ପି,ପଞ୍ଚାୟତ ସ୍ତରୀୟ କାର୍ଯ୍ୟ ନିର୍ବାହୀ କମିଟି ସଦସ୍ୟା, ଅଠର ଗୋଟି ପଞ୍ଚାୟତ ର ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ସହଯୋଗ ପ୍ରଦାନ କରିଥିଲେ।ଗ୍ରାମୀଣ ଗୃହ ନିର୍ମାଣ ବିଭାଗର ବି ପି ସି କୃଷ୍ଣ କାନ୍ତ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Related posts

ବିପର୍ଯ୍ୟୟ ପରିଚାଳନା ମୋକଡ୍ରିଲ ଅନୁଷ୍ଠିତ

masiha

ଜିଲ୍ଲାପାଳଙ୍କ କୋଷଗୁମୁଡ଼ା ବ୍ଲକ କୁ ଗସ୍ତ ଓ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା 

Sunil Chandra Nayak

ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର

masiha

Leave a Comment

error: Content is protected !!