ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଚ୍ଚିଦାନନ୍ଦ ସ୍ମାରକୀ ବକ୍ତୃତାମାଳା ଓ ଆଲୋଚନାଚକ୍ର  ସାହିତ୍ୟ ହେଉଛି ସମ୍ବେଦନାର ବିଦ୍ୟାଳୟ …

ସଚ୍ଚିଦାନନ୍ଦ ସ୍ମାରକୀ ବକ୍ତୃତାମାଳା ଓ ଆଲୋଚନାଚକ୍ର 

ସାହିତ୍ୟ ହେଉଛି ସମ୍ବେଦନାର ବିଦ୍ୟାଳୟ …

ରାଉରକେଲା: ସଚ୍ଚିଦାନନ୍ଦ ସ୍ମୃତି ସମିତି ପକ୍ଷରୁ ଛେଣ୍ଡସ୍ଥିତ ଚିନ୍ମୟ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଠାରେ ଆୟୋଜିତ ଦ୍ବିଦିବସୀୟ ସଚ୍ଚିଦାନନ୍ଦ ସ୍ମାରକୀ ବକ୍ତୃତାମାଳା ଓ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଉଦଯାପନୀ ସନ୍ଧ୍ୟାରେ ବିଶିଷ୍ଟ ସାରସ୍ଵତ ସାଧକ ପୀତାମ୍ବର ତରାଇ ଯୋଗଦେଇ ଆଲୋଚ୍ୟ ପ୍ରସଙ୍ଗ ସମାଜ ପରିବର୍ତ୍ତନ ଓ ସାହିତ୍ୟ: ଏକ ସମକାଳୀନ ପରିପେକ୍ଷ ଶୀର୍ଷକ ଉପରେ ଆଲୋଚନା କରି କହିଲେ ଯେ ଦେବାଳୟ ଅପେକ୍ଷା ବିଦ୍ୟାଳୟ ଗୁରୁତ୍ବପୂର୍ଣ୍ଣ। ତେବେ ସାହିତ୍ୟ ଯେ ଭଲ ମଣିଷ ତିଆରି କରିପାରିବ ଏ ବିଶ୍ବାସ ବୃଦ୍ଧି ହୋଇଛି। ସମାଜରେ ଭଲ ମଣିଷ ଗଢିବା ସହ ଏକ ସୁସ୍ଥ ଓ ମାନବୀୟ ମୂଲ୍ୟବୋଧ ସମାଜ ନିର୍ମାଣ କରିବା ହିଁ ସାହିତ୍ୟର ମୂଳଲକ୍ଷ୍ୟ ବୋଲି ମତ ରଖିଥିଲେ। ସେହିପରି ଅନ୍ୟତମ ଆଲୋଚକ କବି ରାଜୀବ ପାଣି ଚିରନ୍ତନ ଚେତନାର ଅନ୍ବେଷଣ: ଭାରତୀୟ ଦର୍ଶନ ଓ ସାହିତ୍ୟ ସମ୍ପର୍କରେ ଆଲୋଚନା କରି କହିଲେ ଯେ ସାହିତ୍ୟ ମଣିଷର ଚେତନା କୁ ବଦଳାଇବାର କ୍ଷମତା ରଖେ। ଚେତନା ହେଉଛି ଅନ୍ତର୍ନିହିତ ଆଲୋକ , ଯାହା ମଣିଷକୁ ଜ୍ଞାନଦୀପ୍ତ କରିପାରେ। ସାହିତ୍ୟ ହେଉଛି ସମ୍ବେଦନାର ବିଦ୍ୟାଳୟ ବୋଲି ମତ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ପ୍ରଶାସକ ମହେନ୍ଦ୍ର କୁମାର ପଟ୍ଟନାୟକ ପୈ।ରହିତ୍ୟ କରିଥିଲେ। ସେହିପରି ଉଦ୍ଘାଟନୀ ସନ୍ଧ୍ୟାରେ ଅଧ୍ୟାପକ ଶଙ୍କର ପ୍ରସାଦ ତ୍ରିପାଠୀଙ୍କ ପୈ।ରହିତ୍ୟରେ ଆଲୋଚିକା ମୋନାଲିସା ମିଶ୍ର ଓଡ଼ିଆ କବିତାରେ ବ୍ୟକ୍ତିବିଶ୍ବ ଓ ବିଶ୍ବବ୍ୟକ୍ତି ସମ୍ପର୍କରେ ମତରଖି କହିଲେ ଯେ ସମସ୍ତଙ୍କ ମଧ୍ୟରେ ଐଶ୍ବରିକ ସତ୍ତା ଥାଏ। କବି ଯୋଗୀ ହେଲେ ତା’ର ଅନ୍ତର୍ଦୃଷ୍ଟି ଉନ୍ମୋଚିତ ହୁଏ। କବି ସ୍ବପ୍ନ ଦେଖିଲେ ସେ ନିଜ ସତ୍ତାରେ ନଥାଏ ସେ ବିଶ୍ବସତ୍ତା ରେ ମଜ୍ଜିଯାଏ। ଅନ୍ୟତମ ଆଲୋଚକ ଡ ପ୍ରଭାତ କୁମାର ମଲ୍ଲିକ ଆଲୋଚ୍ୟ ପ୍ରସଙ୍ଗ ଆତୀତର ଆଲୋକ: ବର୍ତ୍ତମାନର ପଥ ସମ୍ପର୍କରେ ବକ୍ତବ୍ୟ ରଖି କହିଲେ ଯେ ଶିକ୍ଷା ହେଉଛି ଆଲୋକ। ଅନ୍ଧକାର ନଥିଲେ ଆଲୋକର ସୈ।ନ୍ଦର୍ଯ୍ୟ ମୂଲ୍ୟ ରହିବ ନାହିଁ। ଯେଉଁ ରାଷ୍ଟ୍ରରେ ଆଇନ ଥିବ,ଶାସନ ବ୍ୟବସ୍ଥା ଥିବ ସେ ହେଉଛି ଆଲୋକିତ ରାଷ୍ଟ୍ର। ଏହା ସହ ସେ ପ୍ରବୁଦ୍ଧ ଭାରତ ସମ୍ପର୍କରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମର ଆବାହିକା ଶର୍ମିଷ୍ଠା କବିଶତପଥୀ ଉଭୟ ଦିନର ଆଲୋଚନାଚକ୍ରର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲା ବେଳେ ଶ୍ବାସ୍ବତୀ ମହାପାତ୍ର ଅତିଥି ପରିଚୟ ସହ ସ୍ବାଗତ ଭାଷଣ ଦେଇଥିଲେ। ଶେଷରେ ଅନୀଲ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରାରମ୍ଭରେ ଡ ସୁଶାନ୍ତ ପାଣି ଦିବଙ୍ଗତ ପ୍ରଣବ ପଟ୍ଟନାୟକଙ୍କ ସ୍ମୃତିରେ ସଂଗୀତ ପରିବେଷଣ କରିଥିଲାବେଳେ ଆଲୋକ ନାୟକ ଓ ରୁଦ୍ଧିକିଶୋର ଦାସ ବାଦ୍ୟଯନ୍ତ୍ର ରେ ସହଯୋଗ କରିଥିଲେ। ସେହିପରି କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟ ର ସୁପ୍ରଭା ଦାସ, ସୁଶ୍ରୀ ସଂଗୀତା ପାଣି, ନିରୁପମା ପାଣି ଓ ଅନ୍ୟମାନେ ସହଯୋଗ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ମହାନ୍ ସ୍ଵାଧୀନତା ସଂଗ୍ରାମୀ ଶହୀଦ ଭଗତ ସିଂହ ଙ୍କ ୧୧୭ ତମ ଜନ୍ମ ଜୟନ୍ତୀ ସି ପି ଆଇ ଏମ୍ ପକ୍ଷରୁ ପାଳିତ  ଶହୀଦ ଭଗତ ସିଂହ ଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଯୁବ ଛାତ୍ର ସମାଜ କୁ ଆହ୍ୱାନ ‌

Sunil Chandra Nayak

ଆମ୍ବୁଲାନ୍ସରେ ଲାଗିଲା ନିଆଁ

masiha

ଖଡ଼ିଆଳ ବିଧାୟକ କାର୍ଯ୍ୟାଳୟ ସମ୍ମୁଖରେ ରଙ୍ଗର ପର୍ବ ହୋଲି ପାଳିତ

Sunil Chandra Nayak

Leave a Comment

error: Content is protected !!