ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆନ୍ତର୍ଜାତୀୟ ପ୍ରଦାନ କଳା ଦିବସ ପାଳିତ 

ମୟୂରଭଂଜ ୧୮/୫/୨୨ (ମସିହା) ବାମନଘାଟି ଉପଖଣ୍ଡସ୍ଥ ନାଗଭଣ ଗାଁରେ କିଟ ଓ କିସର ପ୍ରତିଷ୍ଠାତା ସାଂସଦ ଡଃ ଅଚ୍ୟୁତ ସାମନ୍ତଙ୍କ ଆହ୍ୱାନ କ୍ରମେ ସାମାଜିକ କର୍ମୀ ଗଣେଶ ମିଶ୍ରଙ୍କ ସଭାପତିତ୍ୱରେ କୁନି କୁନି ଛାତ୍ର ଛାତ୍ରୀ ଗହଣରେ ଆନ୍ତର୍ଜାତୀୟ ପ୍ରଦାନ କଳା ଦିବସ ପାଳିତ ହୋଇ ଯାଇଛି l କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଚିକିତ୍ସକ ଡ଼ଃ ଟି. କେ ଗୁପ୍ତା ଯୋଗ ଦେଇ ଶିକ୍ଷାର ଗୁଣାତ୍ମକ ମାନ ଉପରେ ଆଲୋକପାତ କରିଥିଲେ l ଅଧ୍ୟାପକ ଶ୍ରୀ ମିଶ୍ର ଶିକ୍ଷାର ଆବଶ୍ୟକତା ଓ ଗୁରୁତ୍ୱ, ପ୍ରଚାର ପ୍ରସାର, ବାଲ୍ୟ ବିବାହ, ଅନ୍ଧ ବିଶ୍ୱାସ କୁସଂସ୍କାର ଦୂରୀକରଣ ଉପରେ ଗୁରୁତ୍ୱାରୋପ କରିଥିଲେ l ସାମାଜିକ କର୍ମୀ କ୍ରିଷ୍ଣା ଶର୍ମା, କମଳେଶ ବଳ, ସୁଧନ୍ୟ ମିଶ୍ର ସହଯୋଗ କରିଥିଲେ l ଶେଷରେ ପଙ୍କଜ ସିଂ ଧନ୍ୟବାଦ ଅର୍ପଣ କରିଥିଲେ l କାର୍ଯ୍ୟକ୍ରମକୁ ସ୍ଥାନୀୟ ଅଞ୍ଚଳରେ ଭୁୟସୀ ପ୍ରଶଂସା କରାଯାଇଛି l

ମୟୂରଭଂଜରୁ ଅକ୍ଷୟ କୁମାର ବିଶ୍ବାଳଙ୍କ ରିପୋର୍ଟ

Related posts

ଉତ୍କେଲା ରେ ଶାରଦୀୟ ନବରାତ୍ରୀ ପୂଜା ସହ ଭଷାଣି ଯାତ୍ରା ସମାପନ

Sunil Chandra Nayak

କନ୍ଦାଖୋଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ପଦବୀ ପୂରଣ ପାଇଁ ଗ୍ରାମବାସୀଙ୍କ ଦାବି

Sunil Chandra Nayak

ବ୍ଲକ ଶିକ୍ଷା ଅଧିକାରୀ ଙ୍କ ପ୍ରତିଶୃତି ପରେ ଆନ୍ଦୋଳନ ରୁ ଉଠିଲେ କୋଷାଗୁମୁଡ଼ା ଆଦର୍ଶ ବିଦ୍ୟାଳୟ ର ଛାତ୍ର ଛାତ୍ରୀ

Sunil Chandra Nayak

Leave a Comment

error: Content is protected !!