ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସବୁଜ ବନାନୀରେ ବ୍ରାହ୍ମଣୀଗୁଡା ଶନିଦେବ ମନ୍ଦିର  ବୃକ୍ଷରୋପଣ କଲେ ଜୁନାଗଡ଼ ସାମ୍ବାଦିକ ସଂଘ

ସବୁଜ ବନାନୀରେ ବ୍ରାହ୍ମଣୀଗୁଡା ଶନିଦେବ ମନ୍ଦିର

 ବୃକ୍ଷରୋପଣ କଲେ ଜୁନାଗଡ଼ ସାମ୍ବାଦିକ ସଂଘ

ଜୁନାଗଡ଼,୨୪/୮(ମନୀସ) ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ,ପ୍ରକୃତି କୋଳରେ ସବୁଜ ଗଛଳତା ପରିବେଷ୍ଟିତ ସବୁଜିମା ଭରା ପରିବେଶରେ ରହିଛି ଶନିଦେବଙ୍କ ମନ୍ଦିର।ଏହି ପରିସର ମଧ୍ୟରେ ମହାକାଳ ମହାଦେବଙ୍କ ମନ୍ଦିର ସହ ରହିଛି ନବଗ୍ରହ ମନ୍ଦିର।ଏହି ମନ୍ଦିର ରହିଛି କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚାରଭାଟି ପଞ୍ଚାୟତର ବ୍ରାହ୍ମଣୀଗୁଡା-କନ୍ଧସର୍ଗିଗୁଡା ମଧ୍ୟସ୍ଥଳୀରେ।ଜୁନାଗଡ଼ ସହର ଠାରୁ ପଞ୍ଚା କିଲୋମିଟର ମଧ୍ୟରେ ରହିଛି ଏହି ମନ୍ଦିର।ମନ୍ଦିର ନିର୍ମାଣ ହୋଇ ପ୍ରତିଷ୍ଠା ହେବା ଦିନଠାରୁ ,ପ୍ରସିଦ୍ଧି ହେବା ସହ ଜିଲ୍ଲା ତଥା ଜିଲ୍ଲା ବାହାରୁ ମଧ୍ୟ ଶ୍ରଦ୍ଧାଳୁ ଓ ଭକ୍ତମାନେ ଛୁଟି ଆସୁଛନ୍ତି।ମନ୍ଦିର ପରିସରରେ ମୂଲ୍ୟବାନ ବୃକ୍ଷ ଯଥା ରୁଦ୍ରାକ୍ଷ,ଚନ୍ଦନ, ଚମ୍ପା, ବଉଳ, ଅଶୋକ ବୃକ୍ଷ ରହିତ ଅନ୍ୟାନ୍ୟ ହଜାର ହଜାର ବୃକ୍ଷ ରୋପଣ କରାଯାଇଛି, ଯଦ୍ବାରା ପ୍ରକୃତି ପ୍ରେମୀ ,ପ୍ରକୃତିର ସୌନ୍ଦର୍ଯ୍ୟର ମଜା ନେଉଛନ୍ତି।ଏହି ମନ୍ଦିର ପରିସରରେ ଜୁନାଗଡ଼ ସାମ୍ବାଦିକ ସଂଘ ପକ୍ଷରୁ ଶ୍ରାବଣର ଶେଷ ସୋମବାର ଦିନ ବୃକ୍ଷ ରୋପଣ କରାଯାଇଥିଲା।କାଯ୍ୟକ୍ରମରେ ସଂଘର ସଭାପତି ସନ୍ତୋଷ କୁମାର ସିଙ୍ଗଦେଓ, ସମ୍ପାଦକ ହିମାଂଶୁ ବରାଡ଼, ପୂର୍ବତନ ସଭାପତି ଖଗେଶ୍ୱର ଧଙ୍ଗଡାମାଝୀ, ପୂର୍ବତନ ସମ୍ପାଦକ ନରେନ୍ଦ୍ର କ୍ଷିତି, ସୁନ୍ଦର ମୋହନ ଛତ୍ରୀଆ,କୁମାର ମଣୀ ଦୁର୍ଗା, ରଜନୀ ମିଶ୍ର, ସୁନୀଲ ସିଂ,ରାକେଶ ବେମାଲ, ବିଭୁ ପାଢ଼ୀ, ବ୍ୟୋମକେଶ ପୁରୋହିତ, ଆଶିଷ ଗୋଏଲ,ସଂଯୋଗ କୁଣ୍ଡୁ ଙ୍କ ସମେତ ଅନେକ ସାମ୍ବାଦିକ ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମକୁ ଉତ୍ସାହିତ କରିବା ପାଇଁ ସମାଜସେବୀ ଦୁର୍ଗା ନାଏକ,ସୁବାଷ ପଣ୍ଡା, ବଜରଙ୍ଗ ଖେମକା, ଅଜିତ ଅଗ୍ରୱାଲ, ସୁବାସ ପାତ୍ର, ଅକ୍ଷୟ ସାହୁ, ସୋମନାଥ ପାତ୍ର, ବିଷ୍ଣୁ ଶର୍ମା, ପୂଜକ ଜଗନ୍ନାଥ ଦାସ, ପ୍ରମୁଖ ଉପସ୍ଥିତ ଥିଲେ।ସଂଘର ସଦସ୍ୟ ରବି ସୁନାନୀ ଙ୍କ ସୁପୁତ୍ର ଜନ୍ମଦିନ ପାଳନ ସହ, ଶହ ଶହ ଆବାଳବୃଦ୍ଧ ବନିତା ଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।ଆଗାମୀ ଦିନରେ ବ୍ରାହ୍ମଣୀଗୂଡା ଶନିଦେବ ମନ୍ଦିରର ଆନୁସଙ୍ଗିକ ଭିତ୍ତିଭୂମି ବିକାଶ ପାଇଁ ସାମ୍ବାଦିକ ଓ ଉପସ୍ଥିତ ସମାଜସେବୀ,ବୁଦ୍ଧିଜୀବୀ ମତ ପ୍ରକାଶ କରିଥିଲେ l

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ମୋ ବ୍ଲକ – ମୋ ଢେଙ୍କାନାଳ ସମୀକ୍ଷା ବୈଠକ ଅନୁଷ୍ଠିତ

Sunil Chandra Nayak

SANJIBANI SEVA FOUNDATION’S SECOND ANNUAL CELEBRATION AND HEALTH CAMP HELD.

masiha

ବାଦାମ ପାହାଡ଼ ଅଞ୍ଚଳରେ ହାତୀ ଆକ୍ରମଣରେ ଯୁବକ ମୃତ 

Leave a Comment

error: Content is protected !!