ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାପ କିମ୍ବା କୌଣସି ବନ୍ୟ ଜନ୍ତୁ ସହ ଥଟ୍ଟା ତାମସା କରନ୍ତୁ ନାହିଁ 

ସାପ କିମ୍ବା କୌଣସି ବନ୍ୟ ଜନ୍ତୁ ସହ ଥଟ୍ଟା ତାମସା କରନ୍ତୁ ନାହିଁ 

ନୂଆପଡ଼ା,(ସୁଜିତ କୁମାର ପ୍ରଧାନ )କିଛି ଦିନ ହେବ ନୂଆପଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସାପ ସହ ଥଟ୍ଟା ତାମସା କରି ନାଗ ସାପକୁ ବେକରେ ଗୁଡ଼ାଇ କିଛି ଲୋକ ଅର୍ଥ ଉପାର୍ଜନ କରୁ ଥିବା, ଅନ୍ୟ ସାଧାରଣ ଲୋକଙ୍କ ବେକରେ ନାଗ ସାପକୁ ଗୁଡ଼ାଇ ଦେଉ ଥିବା ସୂଚନା ମିଳିଛି l ଆଉ ଏହି ଦୃଶ୍ୟକୁ କିଛି ମିଡିଆ ଓ ସୋସିଆଲ ମିଡ଼ିଆରେ ପୋଷ୍ଟ କରି ଥିବା ଜଣା ପଡିଛି l କୌଣସି ନାଗ ସାପ କିମ୍ବା ଅନ୍ୟ ସାପ ସହ ଥଟ୍ଟା ତାମସା ନ କରିବାକୁ ଅନୁରୋଧ l ଏହା କେତେ ବେଳେ ବି ଅଘଟଣ ଘଟି ବଡ ଧରଣର ବିପତ୍ତି ଆଣି ପାରେ l ଜୀବନ ମଧ୍ୟ ଚାଲି ଯାଇ ପାରେ l ପୁଣି କୌଣସି ସ୍ଥାନରେ ସାପ ଦେଖିଲେ ନିକଟସ୍ଥ ବନ ବିଭାଗକୁ ସୂଚନା ଦିଅନ୍ତୁ l ବନ ବିଭାଗର ତାଲିମ ପ୍ରାପ୍ତ ସାପ ଧରାଳିମାନେ ସାପକୁ ଉଦ୍ଧାର କରିବେ l ସାପକୁ ବେକରେ ଗୁଡ଼ାଇ ହେବା, ଏପରି ଦୃଶ୍ୟକୁ ମିଡିଆ ଓ ସୋସିଆଲ ମିଡିଆରେ ପ୍ରଚାର ପ୍ରସାର କରିବା ମଧ୍ୟ ୧୯୭୨ ବନ୍ୟ ପ୍ରାଣୀ ସଂରକ୍ଷଣ ଆଇନ ଅନୁଯାୟୀ ଅପରାଧ ଅଟେ ବୋଲି ନୂଆପଡ଼ା ଜିଲ୍ଲା ୱାଇଲ୍ଡ ଲାଇଫ ୱାଡେନ ମାୟାଧର ସରାଫ ଜଣାଇଛନ୍ତି l

Related posts

ପ୍ରାଣୀ ଚିକିତ୍ସାଙ୍କ ଆନ୍ଦୋଳନ ୧୫ ଦିନରେ ପହଞ୍ଚିଲା , ଵହଳଦାରେ ପଶୁପାଳକ ମାନେ ସେବା ପାଇବାରୁ ବଂଚିତ

masiha

Indian Individual Excellence Award 2024 conferred on Satish Kumar Dash.

masiha

ସରଂକ୍ଷିତ ଜଙ୍ଗଲ ରୁ ନିଖୋଜ ବୃଦ୍ଧ ଙ୍କ କଙ୍କାଳ ଠାବ, ହାତୀ ଆକ୍ରମଣ ରେ ମୃତ୍ୟୁ ହୋଇଥିବା ଅନୁମାନ

Sunil Chandra Nayak

Leave a Comment

error: Content is protected !!