ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଜ୍ୟସ୍ତରୀୟ କଳାକାର ସଂହତି ଦିବସରେ ବାଲେଶ୍ବର କଳାକାର ସମ୍ବର୍ଦ୍ଧିତ 

ବାଲେଶ୍ବର,୧୯/୫/୨୨- କଳା ଓ କଳାକାର ହିତୈଷୀ ମହାମଞ୍ଚ ” ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ” ପକ୍ଷରୁ ରାଜ୍ୟସ୍ତରୀୟ କଳାକାର ସଂହତି ଦିବସ ମହାସମାରୋହରେ ପାଳିତ ହୋଇ ଯାଇଛି । କଳାକାର ମାନଙ୍କ ଭିତରେ ଐକ୍ୟବୋଧ ଓ ଭାଇଚାରା ସୃଷ୍ଟି ହେବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ମହାସଂଘ ପକ୍ଷରୁ ସୂଚନା ଦିଆଯାଇଥିଲା । ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁଙ୍କ ଅଧ୍ୟକ୍ଷତାରେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରସ୍ଥ ପ୍ରକାଶମ୍ ହଲ୍ ପରିସରରେ ଆୟୋଜିତ ଏହି ଉତ୍ସବରେ ମେଜର ରମା ରମଣ ପାଢ଼ୀ ମୁଖ୍ୟ ଅତିଥି, ନାଟ୍ୟ-ବିଦ୍ୟା-ବୁଦ୍ଧ ପ୍ରଫୁଲ୍ଲ ବେହେରା ମୁଖ୍ୟ ବକ୍ତା ଏବଂ ମହାସଂଘ ଉପଦେଷ୍ଟା ନାଟ୍ୟକାର ସୁରେନ୍ଦ୍ର କୁମାର ଜେନା, ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ଆଚାର୍ଯ୍ୟ, ବାଲିଗୁଡ଼ା ଉପଖଣ୍ଡ କଳାକାର ସଂଘ ସଭାପତି ପ୍ରଦୀପ କୁମାର ମଲ୍ଲିକ, ନାଟ୍ୟକାର ବେଦବର ଡଙ୍ଗରୀ, ନାଟ୍ୟକାର ଲିଙ୍ଗରାଜ ନାହାକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ କଳାକାର ସମାଜକୁ ଏକ ସୂତ୍ରରେ ଗ୍ରଥିତ ନିମନ୍ତେ ଅହରହ ଉଦ୍ୟମ ଅବ୍ୟାହତ ରଖିଥିବା ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ଙ୍କ ଜନ୍ମତିଥିକୁ ମହାସଂଘ ପକ୍ଷରୁ କଳାକାର ସଂହତି ଦିବସ ରୂପେ ପାଳନ କରୁଥିବା ହେତୁ ଅତ୍ୟନ୍ତ ଖୁସି ବ୍ୟକ୍ତ କରିବା ସହିତ ସଂଘ କାର୍ଯ୍ୟଧାରା ଅତୀବ ପ୍ରଶଂସାର୍ହ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ବାଲିଗୁଡ଼ା ମା’ ଦକ୍ଷିଣ କାଳୀ ଦଣ୍ଡ ନାଚ ସଂଘ, ଜିଲୁଣ୍ଡି ଶ୍ରୀ ଶ୍ରୀ ରତ୍ନେଶ୍ୱର ସ୍ବାମୀ ନାଟ୍ୟ ସଂସଦ, ପାଣିଗ୍ରାହୀ ପେଣ୍ଠ ଦଣ୍ଡ ନୃତ୍ୟ ସଂଘ, ପୁଟବଗଡ ଶ୍ରୀ ଶ୍ରୀ ମା’ ସନ୍ତୋଷୀ ନାଟ୍ୟ କଳା ସଂଘ କଳାକାରମାନଙ୍କ ସମେତ ପ୍ରଜ୍ଞାଦୀପ୍ତ ମଞ୍ଚ ମଣିଷ ନାଟ୍ୟକାର ବେଦବର ଡଙ୍ଗରୀ, ନାମ ସଙ୍କୀର୍ତ୍ତନ ଗୁରୁ ଶିବରାମ ରାଉତ ଏବଂ ବାଲେଶ୍ବର ଜିଲ୍ଲା ବାହାନଗା- ଗୋପାଳପୁର ଅଞ୍ଚଳର ଜଣେ ସଚ୍ଚୋଟ ସାମ୍ବାଦିକ ଓ ମଞ୍ଚ ଅଭିନେତା ସହିତ ବିଭିନ୍ନ କଳାରେ ପରିପୂର୍ଣ୍ଣ ଭଗବାନ ଚନ୍ଦ୍ର ଦାସଙ୍କୁ ମଞ୍ଚାସୀନ ଅତିଥିମାନେ ଉତ୍ତରୀୟ ଓ ମାନପତ୍ର ଦେଇ ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ସଂଘ ମହାସଚିବ ସ୍ବାଗତ ଭାଷଣ ଦେଇଥିବା ବେଳେ ସ୍ଵରବିବୁଧ ରମେଶ ଚନ୍ଦ୍ର ସ୍ୱାଇଁ ସଂଘ ଗୀତ ” ଓଡ଼ିଶା ସାରା ଶୁଭେ ଗୋଟିଏ ସ୍ୱର ” ଗାନ କରିଥିଲେ ଓ ବରିଷ୍ଠ ଅଭିନେତା ତଥା ସାମ୍ବାଦିକ ଜୟକୃଷ୍ଣ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ । ଗୁରୁ ଯୁଧିଷ୍ଠିର ନାହାକ ନିର୍ଦ୍ଦେଶିତ ଲୋକ ନାଟକ ଲକ୍ଷ୍ମୀ ପୁରାଣ ପରିବେଷିତ ହୋଇଥିଲା । ପରିଶେଷରେ ନାଟ୍ୟ-ସୂର୍ଯ୍ୟ ଦେବେନ୍ଦ୍ର ପ୍ରସାଦ ଶର୍ମା ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସର୍ବଶ୍ରୀ ମହେନ୍ଦ୍ର ସାହୁ, ରାମ ପ୍ରସାଦ ସାବତ, ପ୍ରଦୀପ କୁମାର ସାହୁ, ସଞ୍ଜୟ କୁମାର ବିଷୋୟୀ, ଶୁଭକାନ୍ତ ସାହୁ ପ୍ରମୁଖ ସହଯୋଗ କରିଥିଲେ ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା    ମୃତ୍ୟୁ 

Sunil Chandra Nayak

ଲଗାଣ ବର୍ଷାରେ ପୁଣି ଧୋଇଗଲା ଆପ୍ରୋଚ ପୋଲ..ଜୁନାଗଡ଼-ଧର୍ମଗଡ଼ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ

Sunil Chandra Nayak

କବିତା – ଯବନିକା ପତନ ପରେ

Sunil Chandra Nayak

Leave a Comment

error: Content is protected !!